ସଂସ୍କାର : ଦୃତ ବେଗରେ ମାଡି ଆସୁଛି ଭୟଙ୍କର ବାତ୍ୟା ଲ୍ୟାରି। ଆଟଲାଣ୍ଟିକ ମହାସାଗରରେ ଏକ ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇ ଦୃତ ବେଗରେ ସ୍ଥଳଭାଗ ଆଡ଼କୁ ମାଡି ଆସୁଛି । ଆଜି ରାତି ୧ ରୁ ୨ ଟା ସମୟ ମଧ୍ୟରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବ।
ଅନ୍ତର୍ଜାତୀୟ ଗଣମାଧ୍ୟମ ସିବିସି ନ୍ୟୁଜ୍ ର ରିପୋର୍ଟ ଅନୁସାରେ, ପୂର୍ବ ନିଉଫାଉଣ୍ଡଲ୍ୟାଣ୍ଡର ହଜାର ହଜାର ଲୋକ ବିନା ବିଦ୍ୟୁତରେ ଅଛନ୍ତି କାରଣ ଘୂର୍ଣ୍ଣିବଳୟ ଲ୍ୟାରି ଏକ ବଡ଼ ଝଡ଼ ଭାବରେ ଘଣ୍ଟା ପ୍ରତି ୧୩୦ କିମି ବେଗରେ ସ୍ଥଳଭାଗ ଆଡ଼କୁ ଆସୁଛି।
ଲ୍ୟାରି ଆଜି ରାତି ୧ ରୁ ୨ ଟା ସମୟରେ ଆଭାଲନ୍ ଉପଦ୍ୱୀପର ଇଷ୍ଟମସ୍ ନିକଟରେ ଅବତରଣ କରିବ। ଯେତେବେଳେ ସେ ଉପକୂଳରେ ସ୍ପଶ କରିବ ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୩୫ କିଲୋମିଟର ରହିବ ବୋଲି ଆକଳନ କରାଯାଇଛି। ତେଣେ ଆର୍ଜେଣ୍ଟିନାର ସମୁଦ୍ରର ତରଙ୍ଗ ୪ ମିଟର ଉପରକୁ ଉଠୁଛି। ଯାହା ଆଶା କରାଯାଉଥିବା ଠାରୁ ଅଧିକ ବୋଲି ଏଠାକାର ପାଣିପାଗ ବିଜ୍ଞାନୀ ଆଶଲି ବ୍ରାଉୱେଲର କହିଛନ୍ତି।
ଆକ୍ୟୁ ଓ୍ୱେଦରର ରିପୋର୍ଟ ଅନୁସାରେ, ଏହା ଭାରତୀୟ ସମୟ ଅନୁସାରେ ଶନିବାର ରାତିରେ ଆଟଲାଣ୍ଟିକ୍ କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡ ଦ୍ୱୀପରେ ଲ୍ୟାଣ୍ଡଫଲ୍ କରିବ। ଏହାର ପ୍ରଭାବରେ ଭୀଷଣ ପବନ ଓ ବର୍ଷା ହେବ। ଏବେଠାରୁ କାନାଡର କିଛି ସ୍ଥାନରେ ପବନ ଓ ବର୍ଷା ଆରମ୍ଭ ହୋଇଗଲାଣି । ବାତ୍ୟାକୁ ନଜରରେ ରଖି କାନାଡା ସରକାର ହରିକେନ୍ ସେଣ୍ଟର ସତର୍କ ସୂଚନା ଜାରି କରିଛନ୍ତି। ଦକ୍ଷିଣ ପୂର୍ବ ନ୍ୟୁଫାଉଣ୍ଡବର୍ଗର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେଣେ ଏହି ବାତ୍ୟା ଘଣ୍ଟା ପ୍ରତି ୪୭ କିମି ବେଗରେ ଉପକୂଳ ଆଡ଼କୁ ଆସୁଛି ବୋଲି ପାଣିପାଗ ବିଶେଷଜ୍ଞ ମାନେ କହିଛନ୍ତି। କାନାଡା ଉପକୂଳରେ ଉଚ୍ଚ ଜୁଆର ଆସୁଥିବା ଦେଖିବାକୁ ମିଳିଛି । ସମୁଦ୍ରରେ ଗାଧୋଇବା ଓ ମାଛ ଧରିବା ପାଇଁ ମନା କରାଯାଇଛି।