ସଂସ୍କାର : ବିଶ୍ଵର ଅଧିକାଂଶ ଦେଶରେ କରୋନା ଟିକା ନେବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହି ସମୟରେ, ଜର୍ମାନୀ ସରକାର ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟୀକାକରଣ ବାଧ୍ୟତାମୂଳକ କରିଛନ୍ତି। କେବଳ ଏତିକି ନୁହେଁ, ଜର୍ମାନୀରେ ବୃଦ୍ଧ ଯେଉଁମାନେ ଟୀକା ନେବାକୁ ମନା କରିବେ, ସେମାନଙ୍କୁ ପ୍ରତି ମାସରେ ଜରିମାନା ଦେବାକୁ ପଡ଼ିବ। ସେଠାକାର ସରକାର କହିଛନ୍ତି ଯେ କରୋନା ଟୀକା ନେବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ। ଖାସ୍ କରି ୬୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ ଶୀଘ୍ର ଟୀକା ନିଅନ୍ତୁ। ନ ହେଲେ ଜରିମାନା ଦେବେ।

ରିପୋର୍ଟ ଅନୁଯାୟୀ, ଜର୍ମାନୀ ଦେଶରେ ଜାନୁଆରୀ ମାସରେ ଯେଉଁ ବୃଦ୍ଧ ଲୋକମାନେ ଟୀକାକରଣକୁ ମନା କରିଥିଲେ ସେମାନେ ୫୦ ୟୁରୋ ଦେବାକୁ ପଡିଥିଲା। ଆଉ ଭାରତୀୟ ମୁଦ୍ରାରେ ଏହା ପାଖପାଖି ୪୫୦୦ ଟଙ୍କା। ଆଉ ଏହି ଜରିମାନାକୁ ଜର୍ମାନୀ ସରକାର ବର୍ତ୍ତମାନ ବୃଦ୍ଧି କରିଛନ୍ତି। ଯେଉଁମାନେ ଚଳିତ ମାସରେ ଟୀକାକରଣକୁ ମନା କରିଛନ୍ତି ସେମାନଙ୍କୁ ୧୦୦ ୟୁରୋ ଜରିମାନା ଦେବାକୁ ପଡିବ।
ଜର୍ମାନୀର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ଲେଭେରିସ୍ କହିଛନ୍ତି ଯେ କେବଳ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏହି ଜରିମାନା ପ୍ରତିବନ୍ଧକ ଲାଗୁ କରାଯାଉଛି କାରଣ ଏହି ବୟସରେ ବୃଦ୍ଧବୃଦ୍ଧାମାନେ ଶୀଘ୍ର କରୋନାର ସଂକ୍ରମଣର ଶିକାର ହୋଇପାରନ୍ତି। ତେଣୁ ସେମାନଙ୍କୁ ଦୀର୍ଘାୟୁ ଦେବା ପାଇଁ ଏହିଭଳି ନିୟମ ଅଣାଯାଇଛି।