ଗ୍ଲୋବାଲ୍ ଟାଇମ୍ସରେ ଅଟଳ ଟନେଲକୁ ନେଇ ଧମକ ଦେଇଛି ଚୀନ : ଯଦି ଯୁଦ୍ଧ ଆରମ୍ଭ ହୁଏ ତେବେ …

ଗତ ଶନିବାର ଦିନ ହିମାଚଳ ପ୍ରଦେଶର ରୋହତଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଅଟଳ ଟନେଲର ଉଦଘାଟନ କରିଛନ୍ତି । ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି ଟନେଲ ଦେଶର ସୀମା ଭିତ୍ତିଭୂମିରେ ଏକ ନୂଆ ଶକ୍ତି ରୂପେ ବିବେଚିତ ହେବ । ଅନ୍ୟପକ୍ଷରେ ଭାରତର ସୀମା ଅଞ୍ଚଳରେ ଭିତ୍ତିଭୂମି ମଜବୁତ ହେଉ ହେଉ ଚୀନ ଗଣମାଧ୍ୟମରେ ଦେଖାଦେଇଛି ଅଶାନ୍ତି । ଚୀନ ସରକାରଙ୍କ ମୁଖପତ୍ର ଗ୍ଲୋବାଲ୍ ଟାଇମ୍ସ ଅଟଳ ଟନେଲ ବିଷୟରେ ନିଜ ପ୍ରୋପୋଗୋଣ୍ଡା ଛାପିଛି ଏବଂ ପରୋକ୍ଷରେ ଭାରତକୁ ଧମକ ଦେଇଛି ।

ଗ୍ଲୋବାଲ ଟାଇମ୍ସର ଏକ ଆର୍ଟିକିଲ ଅନୁଯାୟୀ ଏହା ପାହାଡ଼ିଆ ଅଞ୍ଚଳ ତଥା ଜନବହୁଳ ହୋଇଥିବାରୁ ଏଠି ଟନେଲ ତିଆରି ହେଇଛି । ଏହା କେବଳ ସାମରିକ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି । ତଥାପି ଭାରତକୁ ଏହି ଅଟଳ ଟନେଲରୁ ଅଧିକ ଲାଭ ହେବ ନାହିଁ । ଶାନ୍ତିପୂର୍ଣ୍ଣ ସମୟରେ ଏହି ଟନେଲ ଭାରତୀୟ ସେନା ତଥା ଯୋଗାଣରେ ବହୁତ ସାହାଯ୍ୟ କରିବ, କିନ୍ତୁ ଯୁଦ୍ଧ ସମୟରେ ବିଶେଷ କରି ସାମରିକ ବିବାଦରେ ଏହାର କୌଣସି ଲାଭ ଦେବ ନାହିଁ ।

ଧମକ ଭରା ସ୍ଵରରେ ଆହୁରି ବି ଲେଖା ହୋଇଛି ଯେ ଏହି ଅଟଳ ଟନେଲକୁ ଅଦରକାରୀ କରିବା ପାଇଁ ଚୀନ ପିପୁଲ୍ସ ଆର୍ମି ପାଖରେ ଅନେକ ଉପାୟ ରହିଛି । ତେଣୁ ଭାରତ ଓ ଚୀନ ପାଇଁ ଏହା ଭଲ ଯେ ଉଭୟ ପରସ୍ପର ସହିତ ଶାନ୍ତିପୂର୍ଣ୍ଣ ଭାବେ ରୁହନ୍ତୁ । ଏହାସହିତ ସେ ଲେଖିଛି କୌଣସି ଟନେଲ ଭାରତର ଯୁଦ୍ଧ କ୍ଷମତା ବୃଦ୍ଧି କରିପାରିବ ନାହିଁ । ଭାରତ ଓ ଚୀନର ଯୁଦ୍ଧ ସାମର୍ଥ୍ୟରେ ନିଶ୍ଚିତ ଭାବରେ ଏକ ବଡ଼ ପାର୍ଥକ୍ୟ ରହିଛି ।

Leave a Reply

Your email address will not be published. Required fields are marked *