ସଂସ୍କାର : ବିହାରର ଛପରା ଜିଲ୍ଲାରେ ବିଶାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ହେବାକୁ ନେଇ ବିଧାନସଭାରେ ହଙ୍ଗାମା ଜାରି ରହିଛି । ଏନେଇ ବିଧାନସଭା ଅଧିବେସନରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭାଷଣ ଦେଇଛନ୍ତି ।
ନୀତିଶ କହିଛନ୍ତି ଯେ, ବିହାରରେ ମଦ ପିଇ ମୃତ୍ୟୁବରଣ କଲେ ସରକାର କ୍ଷତିପୂରଣ ପ୍ରଦାନ କରିବେନି । ଯିଏ ମଦ ପିଇବ ସେ ମରିବ । ଯିଏ ମଦ ପିଇ ମରିବ ତା’ ପ୍ରତି ଦୟା ରଖିବା ଉଚିତ ନୁହେଁ । ଲୋକଙ୍କୁ ମଦ ପିଇବାକୁ ମନା କରିବା ଉଚିତ । ମଦ ପିଇବା ଏକ ଆଇନଗତ ଅପରାଧ । ଏହି କାରଣରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ବିହାରରେ ବର୍ତ୍ତମାନ ସୁଦ୍ଧା ମଦ ମୃତ୍ୟୁସଂଖ୍ୟା ୮୦ ଟପିଗଲାଣି। ତେବେ ସରକାରୀ ରିପୋର୍ଟ ଅନୁସାରେ ଏହି ସଂଖ୍ୟା ୩୮ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ସୁନୀଲ କୁମାର ।