ବଢିଲା ସ୍କୁଲ ବନ୍ଦ ତାରିଖ : ଫେବୃୟାରୀ ମାସ ଏହି ତାରିଖ ଯାଏଁ ସ୍କୁଲରେ ପଡିବ ତାଲା, ଜାରି ରହିବ ୟୁଟ୍ୟୁବରେ ପାଠପଢା

ସଂସ୍କାର : କରୋନାର ନୂଆ ଭରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ଶିକ୍ଷାଅନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି। ଏହି କ୍ରମରେ ଉତ୍ତରପ୍ରଦେଶରେ ପୁଣିଥରେ ସ୍କୁଲ ବନ୍ଦ ଲାଗି ନିଷ୍ପତ୍ତି ନେଇଛି ପ୍ରଶାସନ। ଜାନୁଆରୀ ୩୦ ପର୍ଯ୍ୟନ୍ତ ପ୍ରଶାସନ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଥିଲା । ଏବେ ଏହାର ଅବଧିକୁ ବଢାଯାଇ ଫେବୃୟାରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟରେ କରୋନାର ମାମଲା ବୃଦ୍ଧି ପାଉଥିବା ହେତୁ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ, ଅନଲାଇନ୍ କ୍ଲାସଗୁଡିକ ପୂର୍ବପରି ଜାରି ରଖିବାକୁ ଆଦେଶ ଦିଆଯାଇଛି।

ସୂଚନା ଥାଉକି, ଏହାପୂର୍ବରୁ, ଦୁଇଥର ସ୍କୁଲ୍ ବନ୍ଦ ଅବଧି ବଢାଯାଇଛି। ରାଜ୍ୟରେ କରୋନା ବୃଦ୍ଧି ହେବାର ଆଶଙ୍କା ଥିବାରୁ ସ୍କୁଲଗୁଡିକ ଜାନୁଆରୀ ୧୬ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ପରବର୍ତ୍ତୀ ସପ୍ତାହରେ ଏହାକୁ ୨୩ ଜାନୁଆରୀକୁ ଏବଂ ଦ୍ୱିତୀୟ ଥର ୩୧ ଜାନୁୟାରୀକୁ ବୃଦ୍ଧି କରାଯାଇଥିଲା। ଏବେ ତୃତୀୟ ଥର ପାଇଁ ରାଜ୍ୟ ସରକାର ଫେବୃଆରୀ ୧୫ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଦେଇଛନ୍ତି ।

ସେହିପରି ବିଶ୍ୱବିଦ୍ୟାଳୟ-କଲେଜର ସେମିଷ୍ଟାର ପରୀକ୍ଷା ପୂର୍ବରୁ ସ୍ଥଗିତ ରଖାଯାଇଛି। ଜାନୁଆରୀ ୧୬ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ସେମିଷ୍ଟାର ପରୀକ୍ଷା ପରବର୍ତ୍ତୀ ତାରିଖକୁ ସ୍ଥଗିତ ରଖାଯାଇଛି। ଅଫଲାଇନ୍ କ୍ଲାସ୍ ପାଇଁ ଅନୁମତି ପାଇବା ପରେ ହିଁ ପରୀକ୍ଷା କରାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *