ବିଶ୍ଵବ୍ୟାପୀ କରୋନା ସଙ୍କଟ ଭିତରେ ପାକିସ୍ଥାନ ଖେଳିଲା ମୁସଲିମ କାର୍ଡ଼ : ଭାରତ ଦେଲା କଡ଼ା ଜବାବ

ନୂଆଦିଲ୍ଲୀ : ଭାରତ ସମେତ ସାରା ବିଶ୍ୱ ମହାମାରୀ କରୋନା ବିରୋଧରେ ଲଢ଼େଇ କରୁଥିଲାବେଳେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବି ପାକିସ୍ତାନ ମୁସଲିମ କାର୍ଡ ଖେଳି ଭାରତକୁ ବଦନାମ କରିବାକୁ ଚେଷ୍ଟା କରୁଛି । ଭାରତରେ ମୁସଲିମମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ପାତର-ଅନ୍ତର କରାଯାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରିଥିବାବେଳେ କଡ଼ା ଜବାବ ଦେଇଛି ଭାରତ ।

ଏକ ଟ୍ଵିଟ କରି ଲକଡାଉନ ମଧ୍ୟରେ ଭାରତ ସରକାର ଜାଣିଶୁଣି ମୁସଲିମ ସଂପ୍ରଦାୟକୁ ଟାର୍ଗେଟ କରୁଛନ୍ତି ବୋଲି ଇମ୍ରାନ ଖାନ କହିଥିଲେ । ଏହାର ଜବାବରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନର ଅଭିଯୋଗ ପୁରା ଭିତ୍ତିହୀନ । କେବଳ ହଟଚମଟ ସୃଷ୍ଟି କରି ପ୍ରକୃତ ପ୍ରସଙ୍ଗରୁ ହଟେଇବା ପାଇଁ ଏହା ଏକ ପ୍ରୟାସ ମାତ୍ର । ନିଜର ଦେଶ ପ୍ରସଙ୍ଗରେ ଧ୍ୟାନ ନଦେଇ ପାକିସ୍ତାନ ଅଯଥାରେ ଭାରତ କଥାରେ ମୁଣ୍ଡ ପୁରାଉଛି ଠିକ ହେଉନି ।

ବର୍ତ୍ତମାନ ସ୍ଥିତିରେ ସମସ୍ତେ କିପରି କରୋନାଭାଇରସ ସଂକ୍ରମଣକୁ ରୋକି ଦେଶବାସୀଙ୍କୁ ସୁରକ୍ଷା ଦେବା ସେ ବିଷୟରେ ଗୁରୁତ୍ୱ ଦେବା କଥା । ହେଲେ ପାକିସ୍ତାନ ସେକଥା ଛାଡ଼ି ପଡ଼ୋଶୀ ଦେଶ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣୁଛି । ସଂଖ୍ୟାଲଘୁ ସଂପ୍ରଦାୟ ପ୍ରସଙ୍ଗରେ ପାକିସ୍ତାନ ନିଜ କଥା ବୁଝିବା ଦରକାର । ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ କେମିତି ନିର୍ଯାତନା ଦିଆଯାଉଛି ଓ ପାତର-ଅନ୍ତର କରାଯାଉଛି ସେକଥା ସାରା ବିଶ୍ୱ ଭଲ ଭାବରେ ଜାଣିଛି ।

Leave a Reply

Your email address will not be published. Required fields are marked *