ଚୀନ ବିରୋଧରେ ବର୍ତ୍ତମାନ ଭାରତ ଏମିତି କରିବ ଗୋପନୀୟ ଯୁଦ୍ଧ, ଜାଣନ୍ତୁ ଭାରତର ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ : ବର୍ତ୍ତମାନ ସାରା ବିଶ୍ଵ କୋରୋନାଭାଇରସ ସଂକ୍ରମଣକୁ ନେଇ କେବଳ ଭୟଭୀତ ନୁହେଁ ବରଂ ଆର୍ଥିକ ଓ ମାନବ ସମ୍ବଳ ଉଭୟରେ ଭୟଙ୍କର ରୂପେ କ୍ଷତିଗ୍ରସ୍ତ । ଏ ପର୍ଯ୍ୟନ୍ତ ସନ୍ଦେହ ଘେରରେ କିନ୍ତୁ ଚୀନ ଯାହାକୁ ନେଇ ସମଗ୍ର ବିଶ୍ୱ ପ୍ରତିଶୋଧପରାୟଣ ହୋଇ ଉଠିଛି । ସେପଟେ ବାରମ୍ବାର ଚୀନକୁ ଧମକ ଦିଆଯାଉଛି ଯେ ଏହି ଭାଇରସର ପ୍ରଭାବରେ ବିଶ୍ୱରେ ହେଉଥିବା ସମସ୍ତ କ୍ଷତିର ଭରଣା ଚୀନକୁ ହିଁ କରିବାକୁ ପଡ଼ିବ । ଜାପାନ ଭଳି ଦେଶ ମଧ୍ୟ ଚୀନରୁ ନିଜ ଶିଳ୍ପଗୁଡ଼ିକୁ ବନ୍ଦ କରିବା ଆରମ୍ଭ କରିଦେଇଛି ।  

ବିଶ୍ୱ ସାରା ଅନେକ ଦେଶ ଔଷଧ ଉତ୍ପାଦନ ପାଇଁ ଚୀନ ଉପରେ ହିଁ ନିର୍ଭର କରିଥାନ୍ତି । ନିଜ ଦେଶରେ ଔଷଧ ତିଆରି ପାଇଁ ଦରକାର ହେଉଥିବା କଞ୍ଚାମାଲ ଚୀନ ସେମାନଙ୍କୁ ରପ୍ତାନି କରେ । ଭାରତ ମଧ୍ୟ ଅନ୍ତର୍ଜାତୀୟ ଭେଷଜ ବଜାରରେ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ । ଚୀନଠାରୁ ଭାରତ ମଧ୍ୟ ଔଷଧ ନିମନ୍ତେ କଞ୍ଚାମାଲ ଆମଦାନୀ କରେ ।  ହେଲେ ଭାରତ ଏବେ ଚୀନ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଛି । ଚୀନ ବିରୋଧରେ ଅର୍ଥନୈତିକ ଯୁଦ୍ଧ ପାଇଁ ଭାରତ ସରକାର ବର୍ତ୍ତମାନ ନିଷ୍ପତ୍ତି ନେଇଛନ୍ତି ।

ବର୍ତ୍ତମାନ ପରିସ୍ଥିତିରେ ଚୀନରୁ ଆରମ୍ଭ ହେଇଥିବା କରୋନାଭାଇରସ ଯୋଗୁ ସମଗ୍ର ବିଶ୍ୱର ଆର୍ଥିକ ମେରୁଦଣ୍ଡ ଏକ ପ୍ରକାର ଭାଙ୍ଗି ଯାଇଛି । ଚୀନରେ ଔଷଧିୟ କାରଖାନାଗୁଡ଼ିକ ବନ୍ଦ ପଡ଼ିଛି ଓ ଚୀନ ସ୍ଥାନ ଏବେ ନେଇଛି ଭାରତ । ସମଗ୍ର ବିଶ୍ୱକୁ ଔଷଧ ପଠାଇବା କାର୍ଯ୍ୟ ଆରମ୍ଭ କରିଛି ଭାରତ । ଔଷଧ ଶିଳ୍ପ କ୍ଷେତ୍ରରେ ସୃଷ୍ଟି ହେଇଥିବା ଏହି ସୁଯୋଗର ଭରପୁର ଫାଇଦା ଉଠାଇଛି ଭାରତ ।

ମିଳିଥିବା ସୂଚନା ଅନୁଯାୟୀ ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ଔଷଧ ନିର୍ମାଣକାରୀ ସଂସ୍ଥା ସହିତ ଯୋଗାଯୋଗରେ ରହିଛି । ସେହି କମ୍ପାନୀକୁ ଭାରତ କଞ୍ଚାମାଲ ଯୋଗାଇଦେବାକୁ ପ୍ରସ୍ତାବ ମଧ୍ୟ ଦେବା ଜଣାପଡ଼ିଛି । ଏପରିକି ଚୀନଠାରୁ କମ ମୂଲ୍ୟରେ କଞ୍ଚାମାଲ ଦେବାକୁ ନିଷ୍ପତ୍ତି ନେଇଛି ଭାରତ । ଏହାଛଡ଼ା ନିଜ ଦେଶ ଭିତରେ ବି ଔଷଧ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତ ସରକାର । 

Leave a Reply

Your email address will not be published. Required fields are marked *