ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ..

ସଂସ୍କାର : ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚତ ହୋଇଛନ୍ତି। ଋଷି ସୁନକଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ଦୌଡ଼ରୁ ପେନି ମୋରଡେଣ୍ଟ ଓହରିବା ପରେ ଋଷିଙ୍କ ନାଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଘୋଷଣା ହୋଇଛି । ସବୁଠରୁ ବଡ଼ କଥା ହେଉଛି ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ଋଷି ସୁନକ। ବ୍ରିଟେନରେ ଭାରତୀୟ ବଂଶୋଦ୍ଭବ ଭାବେ ଋଷି ସୁନକ ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ। ଏହା ପୂର୍ବରୁ ସୁନକ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି।

ପୂର୍ବରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦୌଡ଼ରୁ ଓହରି ଯାଇଥିଲେ। ସେବେଠାରୁ ସୁନାକଙ୍କ ନାମ ପ୍ରାୟ ସ୍ଥିର ହୋଇଯାଇଥିଲା। ଶେଷ ମୁହୂର୍ତ୍ତରେ ହାଉସ ଅଫ୍ କମନ୍ସର ନେତା ପେନି ମୋରଡେଣ୍ଟ ମଧ୍ୟ ପ୍ରତ୍ୟାହାର କରିଥିଲେ। ଫଳରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକଙ୍କ ନାଁ ଘୋଷଣା କରାଯାଇଛି ।

ସୂଚନା ଥାଉ କି, ଗତକାଲି ସୁନକ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ହୋଇଛନ୍ତି । ଏହା ସହିତ ତାଙ୍କ ସପକ୍ଷରେ ଶାସକ କଞ୍ଜରଭେଟିଭ୍ ପାର୍ଟିର ୧୦୦ ସାଂସଦଙ୍କ ସମର୍ଥନ ରହିଛି। ଗତ ସପ୍ତାହରେ ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେପ୍ଟେମ୍ବରରେ ହୋଇଥିବା ପ୍ରଧାନମନ୍ତ୍ରୀ ପଦ ନିର୍ବାଚନରେ ମଧ୍ୟ ଋଷି ସୁନକ ସାମିଲ ହୋଇଥିଲେ । ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟକୁ ସୁନକ ଯାଇଥିଲେ । ମାତ୍ର ଶେଷରେ ସେ ଲିଜ୍ ଟ୍ରସଙ୍କ ଠାରୁ ପରାସ୍ତ ହୋଇଥିଲେ।

ସେପ୍ଟେମ୍ବର ୫ରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଲିଜ୍ ୮୧,୩୨୬ଟି ଭୋଟ ପାଇଥିବା ବେଳେ ସୁନକ ୬୦,୩୯୯ଟି ଭୋଟ ପାଇଥିଲେ । ଗତ ମେ ମାସରେ ସୁନକ ଘୋଷଣା କରିଥିବା ସମ୍ପତ୍ତି ତାଲିକା ଅନୁଯାୟୀ ସେ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ପାଖରେ ୭୩୦ ନିୟୁତ ଡଲାରର ସମ୍ପତ୍ତି ରହିଛି । ଏହାଦ୍ବାରା ସେ ବ୍ରିଟେନର ୨୨ତମ ଧନୀ ବିବେଚିତ ହୋଇଥିଲେ। ସନକଙ୍କ ବ୍ୟତୀତ ପେନ୍ନି ମୋରଡାଣ୍ଟ ପ୍ରାର୍ଥୀ ହୋଇଥିଲେ ।

Leave a Reply

Your email address will not be published. Required fields are marked *