ଚୀନକୁ ଲାଗିପାରେ ଆଉ ଏକ ଝଟକା : ଟିକଟକକୁ ନେଇ ସଂସ୍ଥା ନେବାକୁ ଯାଉଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି, ପଢନ୍ତୁ ପୁରା ଖବର

ଜୁନ ୩୦ ରେ ଭାରତ ସରକାର ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ବ୍ୟାନ କଲେ ଟିକଟକ ସମେତ ୫୯ ଚାଇନା ଆପ । ସୂଚନା ଅନୁଯାୟୀ ଆମେରିକା ପରେ ପରେ  ଭାରତରେ ବହୁଳ ମାତ୍ରାରେ ଏହି ସୋସିଆଲ ମିଡ଼ିଆ ଟିକଟକର ବ୍ୟବହାରକାରୀ ଅଛନ୍ତି । ଏହି ସର୍ଟ ଭିଡ଼ିଓ ଆପର ଆମେରିକା ତଥା ଭାରତ ଭଳି ଜନବହୁଳ ଦେଶରେ ପ୍ରବଳ ଚାହିଦା ଥିବାରୁ ଏବେ ସଂସ୍ଥା ଚୀନଠାରୁ ନିଜକୁ ଦୂରେଇ ନେବାପାଇଁ ଚାହୁଁଛି ।

ସବୁଠାରୁ ବିସ୍ମୟର କଥା ଏହି କି ଯେ ଚାଇନା କମ୍ପାନୀ ବାଇଟ ଡ୍ୟାନ୍ସ ମାଲିକାନାରେ ଥାଇ ବି ଏହି ଆପ ଟିକଟକ ଚୀନରେ ବ୍ୟବହାର ହେଉନାହିଁ । ଅନ୍ୟପକ୍ଷରେ ବିଶ୍ୱବ୍ୟାପୀ ଚାହିଦାକୁ ଦେଖି ଏବେ ଟିକଟକ ସଂସ୍ଥା ନିଜକୁ ଚୀନଠାରୁ ଦୂରେଇ ନେବାକୁ ଚାହୁଁଛି । ଏହି ମୋବାଇଲ ଆପ୍ଲିକେସନ ୨୦୧୭ ରେ ଭାରତରେ ଆରମ୍ଭ ହେବାପରେ ହେବା ପରେ ୧ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଥିଲା ଓ ବିଭିନ୍ନ ଫିଚର ଦ୍ୱାରା ଅଗଣିତ ବ୍ୟବହାରକାରୀଙ୍କୁ ଆକର୍ଷିତ କରିଥିଲା ।

ଯେତେବେଳେ ଭାରତ ସରକାର ଦ୍ଵାରା ଟିକଟକ ଉପରେ ପ୍ରତିବନ୍ଧକ ଲଗାଇ ଦିଆଗଲା, ସଂସ୍ଥା କହିଲା ଯେ ଉପଭୋକ୍ତାଙ୍କ ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଏ ଏବଂ ଚୀନକୁ ଦିଏ ଯାଏନାହିଁ । ଏହି ସଂସ୍ଥାର ସରଭର ସିଙ୍ଗାପୁରରେ ରହିଛି । ସମ୍ବାଦ ସରବରାହ ସଂସ୍ଥା ରଏଟର୍ସର ସୂଚନାନୁଯାୟୀ ଆଗାମୀ ସପ୍ତାହରେ ପ୍ରତିବନ୍ଧକ ହଟାଇବା ନେଇ ଭାରତ ସରକାରଙ୍କ ସହ ଆଲୋଚନା କରିବ ଟିକଟକ ସଂସ୍ଥା ।

Leave a Reply

Your email address will not be published. Required fields are marked *