ଋଷ-ୟୁକ୍ରେନ ଯୁଦ୍ଧ ରେ ଭାରତର ବଢ଼ିଲା ଚିନ୍ତା, ହେଲା ଏହି ସବୁ କ୍ଷତି

ସଂସ୍କାର : ଏବେ ଦୀର୍ଘ ୧ମାସରୁ ଊର୍ଦ୍ଧ୍ୱ ସମୟ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରୀ ରହିଥିବାବେଳେ ଏହାର ପରିଣାମ ସ୍ୱରୁପ ପଡୋଶୀ ଦେଶ ମାନଙ୍କୁ ଭୋଗିବାକୁ ପଡ଼ିଛି । ତେବେ ଏହି ଯୁଦ୍ଧ ଭାରତ ପାଇଁ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଛି । ଏବେ ଋଷରୁ ଆମଦାନୀ ହେଉଥିବା ଜିନିଷ ଉପରେ ନିର୍ଭରଶୀଳ ନହୋଇ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ସରକାର ଉଦ୍ୟମ ନିରନ୍ତର ଉଦ୍ୟମ କରୁଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରବି ଓ ଖରିଫ ଫସଲ ପାଇଁ ସରକାର ପ୍ରଚୁର ସାର ସଂଗ୍ରହ କରିଛନ୍ତି । ଏହା ଅଧୀନସ୍ଥ ଏଯାବତ ୩୦ ଲକ୍ଷ ଟନ୍ ଡିଏପି ଓ ୭୦ ଲକ୍ଷ ଟନ୍ ୟୁରିଆ କ୍ରୟ କରାଯାଇଛି ।

ବର୍ତ୍ତମାନ ବିଶ୍ୱ ବଜାରରେ ଭାରତ ଆମଦାନୀ କରୁଥିବା ସାରର ମୂଲ୍ୟ ବହୁତ ଅଧିକ ବଢ଼ିଯାଇଛି । ଏଭଳି ପରିସ୍ଥିତିରେ ଚାଷୀଙ୍କ ପାଇଁ ଏହି ମୂଲ୍ୟ ଦେବା ସହଜ ନୁହେଁ, ତେଣୁ ସରକାର ସାର ସବସିଡିକୁ ୧ ଲକ୍ଷ କୋଟି ଟଙ୍କା ବୃଦ୍ଧି କରିପାରନ୍ତି ।

Leave a Reply

Your email address will not be published. Required fields are marked *