ଦେଖନ୍ତୁ ଭିଡ଼ିଓ : ଆମ୍ବୁଲାନ୍ସ ଆସିଲାନି, ନିଜ ଛୁଆଁର ମୃତଦେହକୁ ବାଇକ୍ ଡିକିରେ ନେଇ କଲେକ୍ଟର ଅଫିସରେ ପହଁଚିଲା ବାପା…

ସଂସ୍କାର : ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାରୁ ସମସ୍ତଙ୍କୁ ବିଚଳିତ କଲା ଭଲି ଖବର ସାମ୍ନାକୁ ଆସିଛି । ଏଠାରେ ଆମ୍ବୁଲାନ୍ସ ନମିଳିବାରୁ ନିଜ ଛୁଆର ମୃତଦେହକୁ ମୋଟରସାଇକେଲ ଡିକିରେ ରଖି ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ପିତାଙ୍କର ଏଭଳି ସାହାସକୁ ଶତଃ ପ୍ରଣାମ କରାଯାଉଛି। ସ୍ବାସ୍ଥ୍ୟସେବାକୁ ନେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସରକାର ବାଃ ବାଃ ନେଉଥିବା ବେଳେ, ଏହି ଦୃଶ୍ୟ ହିଁ ପ୍ରକୃତ ସତ୍ୟ ବାରି ହୋଇଯାଉଛି ।

ସୂଚନାଅନୁସାରେ, ୟୁପିର ସୋନଭଦ୍ରା ଜିଲ୍ଲାରେ ରହୁଥିବା ଦିନେଶ ନିଜ ପତ୍ନୀଙ୍କର ପ୍ରସବ କରାଇବା ପାଇଁ ମଧ୍ୟପ୍ରଦେଶର ସିଙ୍ଗରୌଲିର ଏକ ହସ୍ପିଟାଲକୁ ଆଣିଥିଲେ। ତେବେ ଜିଲ୍ଲା ହସ୍ପିଟାଲର ଡାକ୍ତର ତାଙ୍କୁ ପ୍ରସବ କରାଇବା ପରିବର୍ତ୍ତେ ଏକ ଘରୋଇ କ୍ଲିନିକକୁ ପଠାଇଥିଲା । ତେବେ ଘରୋଇ କ୍ଲିନିକର ଡାକ୍ତରମାନେ ଗର୍ଭରେ ହିଁ ଛୁଆଟିର ମୃତ୍ୟୁ ହୋଇଥିବା ଜାଣିବା ପରେ ପୁଣିଥରେ ଜିଲ୍ଲା ହସ୍ପିଟାଲକୁ ପଠାଇଥିଲେ ।

ତେବେ ସେଠାରେ ପ୍ରସବ ହୋଇ ଏକ ମୃତ ଶିଶୁ ଜନ୍ମ ହୋଇଥିଲା । ଏହାଦେଖି ଦୁଃଖରେ ଭାଙ୍ଗି ପଡିଥିଲେ ବାପା ମାଆ । ତେବେ ଶୁଶୁଟିର ଅନ୍ତିମ ସଂସ୍କାର କରିବା ପାଇଁ ପରିବାର ଲୋକେ ଡାକ୍ତରଖାନାକୁ ଆମ୍ବୁଲନ୍ସ ମାଗିଥିଲେ । କିନ୍ତୁ ଆମ୍ବୁଲାନ୍ସ ମିଳିପାରିନଥିଲା ।

ଯେଉଁ ଗାଡି ଡିକିରେ ଏକ ବାପା ନିଜ ଛୁଆଙ୍କ ପାଇଁ ଖେଳନା ଭର୍ତ୍ତିକରି ଆଣେ ଛାତିକୁ ପଥର କରି ସେହି ଡିକିରେ ନିଜ ଛୁଆର ମୃତଦେହକୁ ରଖି କଲେକ୍ଟରଙ୍କ ନିକଟକୁ ଯାଇଥିଲେ । ଛୁଆକୁ କିପରି ଘରକୁ ନେବି ପ୍ରଶ୍ନ କରିବା ପାଇଁ ଆଖିର ଲୁହ, ହୃଦୟର କୋହକୁ ଚାପିରଖି କଲେକ୍ଟର ଅଫିସ ପହଞ୍ଚିଥିଲେ ଦିନେଶ । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *