ଦେଶରେ ମିଳିବାକୁ ଥିବା ମାଗଣା କରୋନା ଟିକାକୁ ନେଇ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେଇଛନ୍ତି ଏକ ବିବାଦୀୟ ବୟାନ । ଦେଶ ସାରା ସମସ୍ତ ଜନସାଧାରଣଙ୍କୁ କରୋନା ଟିକା ମାଗଣା ମିଳିବ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା କରିବା ପରେ ଅଖିଳେଶ ଯାଦବଙ୍କ ବୟାନରେ “ଆମେ ବିଜେପି ଟିକା ଲଗାଇବୁ ନାହିଁ” ରାଜନୀତି ମାହୋଲକୁ ସରଗରମ କରିଛି ।
କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଭଳି ମାଗଣା ବଣ୍ଟା ଯିବାକୁ ଥିବା କରୋନା ଟିକା ବି ନକଲି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ଜଣେ ବରିଷ୍ଠ ବିଜେପି ନେତା ଅଖିଳେଶଙ୍କ ବୟାନ ଉପରେ ଉତ୍ତର ରଖି କହିଛନ୍ତି ଯେ ଭାଇରସ୍ ତୁମର ହୋଇପାରେ କିନ୍ତୁ ଭ୍ୟାକସିନ୍ ଆମର ନୁହେଁ ।

କିଛି ଦିନ ପରେ ଉତ୍ତର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଏଭଳି ଏକ ଦାୟିତ୍ୱହୀନ ମନ୍ତ୍ରବ୍ୟ ଦେଇ ଅଖିଳେଶ ତାଙ୍କ ରାଜନୈତିକ ବରିଷ୍ଠତାକୁ କ୍ଷତି ପହଞ୍ଚାଉଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା । ଏହାସହିତ ସେ କହିଛନ୍ତି ଯେ ଦେଶର ବୈଜ୍ଞାନିକମାନେ ଫାର୍ମାସ୍ୟୁଟିକାଲ କମ୍ପାନୀ ସହାୟତାରେ ପ୍ରସ୍ତୁତ କରିଛନ୍ତି । ଅଖିଳେଶ କିମ୍ବା ତାଙ୍କ ପରିବାର ଲୋକେ ଏହି ଟିକା ଲଗାଇବାକୁ ମନା କରିପାରନ୍ତି କିନ୍ତୁ ରାଜ୍ୟବାସୀଙ୍କୁ ଏହି ଟିକାରୁ ବଞ୍ଚିତ କରିବାକୁ ତାଙ୍କର କୌଣସି ଅଧିକାର ନାହିଁ ।