ସଂସ୍କାର : ମାତୃଭୂମିର ସୁରକ୍ଷା ପାଇଁ ଯେକୋୖଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆମ ଦେଶର ସୈନିକମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି ଆମ ବୀର ସୈନିକ। ତେବେ ଏହାରି ମଧ୍ୟରେ ଆଇଟିବିପି ଯବାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକି ସେମାନଙ୍କର କର୍ମତତ୍ପରତାକୁ ସାମ୍ନାକୁ ଆଣିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ଯବାନ ସୀମା ନିକଟରେ ବରଫ ଆଚ୍ଛାଦିତ ସ୍ଥାନରେ ମାଇନସ୍ ୨୫ ଡିଗ୍ରୀରେ ଟ୍ରେନିଂ ନେଉଛନ୍ତି। ସେମାନେ ଏହି ମାଇନସ୍ ୨୫ ଡିଗ୍ରୀରେ ରହି ନିଜର କର୍ତ୍ତବ୍ୟ ପାଳନ କରୁଥିବା ଦେଖାଯାଇଛି। ଜାତୀୟ ନ୍ୟୁଜ୍ ଏଜେନ୍ସି ANI ର ଟୁଇଟର ହ୍ୟାଣ୍ଡେଲରେ ଏହି ଭିଡିଓ ଟୁଇଟ୍ କରାଯାଇଛି।
ବାସ୍ତବରେ, ଏହି ଭିଡିଓ ଉତ୍ତରପ୍ରଦେଶ ସୀମାର ବୋଲି ଜଣାପଡିଛି। ଭିଡିଓର କ୍ୟାପସନରେ ଏହା ଲେଖାଯାଇଛି ଯେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) କର୍ମଚାରୀମାନେ ଉତ୍ତରାଖଣ୍ଡ ସୀମାରେ ମାଇନସ୍ ୨୫ ଡିଗ୍ରୀ ସେଲସିୟସରେ ରହି ନିଜର ଟ୍ରେନିଂ କରୁଛନ୍ତି। ଏହି ସ୍ଥାନରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୁଏ। ତଥାପି ଥଣ୍ଡାକୁ ଖାତିର ନ କରି ଆମ ବୀର ଯବାନମାନେ ଟ୍ରେନିଂ ନେଉଛନ୍ତି। ଭିଡିଓରେ, ITBP କର୍ମଚାରୀମାନେ ପ୍ୟାରେଡ୍ କରୁଥିବା ଦେଖିବାକୁ ମିଳିଛି।
ଭିଡିଓରେ ଏହା ଦେଖାଯାଉଛି ଯେ ଅନେକ ITBP ଯବାନ ଏକ ଧାଡିରେ ଠିଆ ହୋଇ ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି। ଭିଡିଓରେ ଏହା ମଧ୍ୟ ଦେଖାଯାଉଛି ଯେ ଏହି ITBP କର୍ମଚାରୀମାନେ ବରଫ ଦ୍ୱାରା ଘେରି ରହିଛନ୍ତି, ସେମାନଙ୍କ ଚାରିପାଖରେ ବରଫ ଦୃଶ୍ୟମାନ ହେଉଛି।
ଭିଡ଼ିଓ