ଅହମ୍ମଦାବାଦର ବଟୱା ଅଞ୍ଚଳରୁ ଜଣେ ମହିଳାଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ହୃଦୟକୁ ବିଦାରି ପକେଇବ । ଜଣେ ବିବାହିତା ମହିଳା ପ୍ରଥମେ ଏକ ଭିଡ଼ିଓ ପ୍ରସ୍ତୁତ କରି ସାବରମତି ନଦୀକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଥିଲେ । ମିଳିଥିବା ସୂଚନା ଅନୁସାରେ ଦାମ୍ପତ୍ୟ ଜୀବନରେ ସ୍ୱାମୀ ଦେଇଥିବା ମାନସିକ ଚାପ ଯୋଗୁ ମହିଳା ଜଣକ ଏଭଳି ପଦକ୍ଷେପ ନେଇଥିଲେ । ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଶେଷ ଭିଡ଼ିଓ ଏବଂ ପିତାଙ୍କ ସହିତ କଥାବାର୍ତ୍ତାର ଅଡ଼ିଓକୁ ଭିତ୍ତି କରି ପୋଲିସ ମହିଳାଙ୍କ ସ୍ୱାମୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି ।
ତେବେ ଆୟେଶା ମକରାନି ନାମକ ମହିଳା ଫେବୃୟାରୀ ୨୫ ତାରିଖରେ ସାବରମତି ନଦୀକୁ ଡେଇଁପଡିଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ସେ ଅନ୍ତିମ ଭିଡ଼ିଓ ପ୍ରସ୍ତୁତ କରି କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କୁ ମୁକ୍ତ କଲେ ଏବଂ ହସି ହସି ମୃତ୍ୟୁକୁ ଗ୍ରହଣ କରିଛନ୍ତି । ମୃତ୍ୟୁ ପୂର୍ବରୁ ଆୟେଶା ତାଙ୍କ ବାପମା’ଙ୍କ ସହ କଥା ହୋଇଥିଲେ । ତାଙ୍କୁ ମରିବାକୁ ଅନୁମତି ମାଗିଥିଲେ ।
ସେପଟେ ତାଙ୍କ ବାପା ଲିୟାକତ ଅଲି ରିଭରଫ୍ରଣ୍ଟ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ଆୟେଶା (ସୋନୁ) ୨୦୧୮ ରେ ରାଜସ୍ଥାନରେ ରହୁଥିବା ଆରିଫ ଖାନଙ୍କୁ ବିବାହ କରିଥିଲେ । ବିବାହ ପରେ ଆୟେଶାଙ୍କ ଶାଶୁଘର ଲୋକେ ଏବଂ ସ୍ୱାମୀ ତାଙ୍କୁ ଯୌତୁକ ପାଇଁ ହଇରାଣ କରୁଥିଲେ । ୨୦୧୮ ରେ ଡିସେମ୍ବର ମାସରେ ତା’ ସ୍ୱାମୀ ଯୌତୁକ ମାଗି ତା’ ସାଙ୍ଗରେ ଝଗଡ଼ା କରି ଆୟେଶାକୁ ବାପଘରୁକୁ ପଠାଇ ଦେଇଥିଲେ । ସମାଜ ଲୋକ ଏକାଠି ହୋଇ ବୁଝାଶୁଝା କରି ପୁଣିଥରେ ଶାଶୂଘରକୁ ପଠାଇଥିଲେ ଆୟେଶାକୁ । କିନ୍ତୁ ପୁନର୍ବାର ୨୦୧୯ ରେ ଆୟେଶାଙ୍କୁ ବାପଘରେ ଛାଡ଼ି ଗଲେ ବାପଘରେ । ଦେଢ ଲକ୍ଷ ନେଇ ଆରିଫ ସାଙ୍ଗରେ ପତ୍ନୀକୁ ନେଇ ଘରକୁ ଗଲେ ।
ଏହାପରେ ଆରିଫ କିଛି ଦିନ ପରେ ପୁଣିଥରେ ଆୟେଶାକୁ ତାଙ୍କ ବାପଘରେ ଛାଡ଼ି ଗଲେ । ଘରୋଇ ହିଂସା ଅଭିଯୋଗ କରିଛି ଆୟେଶା ତାଙ୍କ ଶାଶୁଘର ବିରୋଧରେ । ଘଟଣା ଦିନ ବି ଆରିଫ ଆୟେଶାକୁ ଆତ୍ମହତ୍ୟା କରିବା ତଥା ଭିଡ଼ିଓ କରିବାକୁ ଉସୁକେଇ ଥିଲା ଯେଉଁଥିପାଇଁ ତାକୁ କଠୋର ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ଆୟେଶା ପରିବାର ଲୋକେ । ବୃତ୍ତିରେ ଟେଲରିଂ କରୁଥିବା ଆୟେଶାର ବାପାଙ୍କ କହିବା କଥା ଯେ ଟଙ୍କା ଦେବା ପରେ ଆରିଫଙ୍କ ପରିବାରର ଲୋଭ ବଢିଲା ।