ଜନ୍ମ ହାରକୁ ନିୟନ୍ତ୍ରଣ କରିବା ପାଇଁ ବିବାହିତ ଦମ୍ପତିଙ୍କୁ ସରକାର ଦେବେ ୪ଲକ୍ଷ ଟଙ୍କା,ଜାଣନ୍ତୁ କଣ ରହିଛି ସର୍ତ୍ତ

Japan goverment will give Rs. 4 lakh cash to married couples in Japan to control falling birth rate,

ଜାପାନ : ବର୍ତମାନ ଜାପାନର ଜନସଂଖ୍ୟା ୧୨.୮୮ ନିୟୁତ ରହିଥିବାବେଳେ ସରକାରଙ୍କୁ ଚିନ୍ତା ପଶିଯାଇଛି। ଫଳରେ ଜାପାନରେ ଜନ୍ମ ବୃଦ୍ଧି କରିବାପାଇଁ ସେଠାକାର ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଗତ ବର୍ଷ ଜାପାନରେ ୮,୬୫,୦୦୦ ଶିଶୁ ଜନ୍ମ ହୋଇଥିଲେ ଏବଂ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧୨ ହଜାରରୁ ଅଧିକ ଥିଲା।

ଜନ୍ମ ହାର ତୁଳନାରେ ମୃତ୍ୟୁହାର ଅନ୍ତର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ହୋଇଥିବା ବେଳେ ଲାନସେଟ୍ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯଦି ଜାପାନରେ ଜନ୍ମ ହାର ସ୍ଥିତି ଏଭଳି ରହେ, ୨୦୪୦ ସୁଦ୍ଧା ବୃଦ୍ଧ ଜନସଂଖ୍ୟା ୩୫ ପ୍ରତିଶତରୁ ଅଧିକ ହୋଇଯିବ।

ଏହି ଅନ୍ତର ଦୂର କରିବା ଦ୍ରୁତଗତିରେ ହ୍ରାସ ପାଉଥିବା ଜନ୍ମ ହାରକୁ ରୋକିବା ଏବଂ ବିବାହିତ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି ପାଇଁ ଉତ୍ସାହିତ କରିବା ପାଇଁ ଜାପାନ ସରକାର ଏହି ନିଷ୍ପତ୍ତି ସହ କିଛି ସର୍ତ୍ତ ମାନିବାକୁ କହିଛନ୍ତି, ଯେଭଲିକି ଦମ୍ପତି ୪୦ ବର୍ଷରୁ ଅଧିକ ହେବା ଉଚିତ ନୁହେଁ ଏବଂ ଉଭୟଙ୍କ ମିଳିତ ଆୟ ୩୮ ଲକ୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।

ଏବଂ ଏହା ସହ ୩୫ ବର୍ଷୀୟ ଦମ୍ପତିଙ୍କ ପାଇଁ ନିୟମ ଅଲଗା ରହିଛି। ସେମାନଙ୍କର ଆୟ ୩୩ ଲକ୍ଷରୁ ଅଧିକ ହେବା ଉଚିତ୍ ନୁହେଁ । ତେବେ ଏହି ଯୋଜନା ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *