ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କଡ଼ା ନିଷ୍ପତ୍ତି : ରାଜ୍ୟବାସୀଙ୍କୁ ପ୍ରଶଂସା କରିବା ସହିତ ଟ୍ଵିଟ୍ କରି କହିଲେ …

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗତକାଲି ଶୁକ୍ରବାର ଦିନ ଗୋଟିଏ ବଡ଼ ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି ଓ ତା ମୁକାବିଲା କରିବାକୁ ଯାଇ ଲକ୍‌ଡାଉନ୍‌ ଅବଧିକୁ ଜୁଲାଇ ୩୧ ତାରିଖ ଯାଏଁ  ବଢାଇ ଦେଇଛନ୍ତି ସରକାର ।

ମୁଖ୍ୟମନ୍ତ୍ରୀ ସୋରେନ୍ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ଯେ କରୋନା ସହିତ ସଂଗ୍ରାମରେ ଆପଣମାନଙ୍କ ସହଯୋଗରେ, ଆମେ ଏପର୍ଯ୍ୟନ୍ତ ଆଶା କରିଥିବା ସଫଳତା ପାଇପାରିଛୁ । ତଥାପି ସଂଗ୍ରାମ ଜାରି ରହିଛି ଏବଂ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ହଁ, ପୂର୍ବରୁ କଟକଣାରେ କରାଯାଇଥିବା କୋହଳ ଆଗକୁ ବି ଜାରି ରହିବ ।

Leave a Reply

Your email address will not be published. Required fields are marked *