ଇଡ଼ି ସାମ୍ନାରେ ଚାଞ୍ଚଲ୍ୟକର ଖୁଲାସା କଲେ ସ୍ଵପ୍ନା, କହିଲେ ଫ୍ଲାଟ୍‌କୁ ଖରାପ କାମ ଉଦ୍ଦେଶ୍ୟରେ ଡାକୁଥିଲେ ବାଚସ୍ପତି

କେରଳରେ ସୁନା ଚୋରା ଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ଵପ୍ନା ସୁରେଶ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡ଼ି)କୁ ଦେଇଥିବା ବିବୃତ୍ତିରେ କରିଛନ୍ତି ବଡ଼ ଖୁଲାସା । ସ୍ଵପ୍ନାଙ୍କ ଅଭିଯୋଗ ଅନୁସାରେ ବିଧାନସଭା ବାଚସ୍ପତି ପି ଶ୍ରୀରାମକ୍ରିଷ୍ଣନ୍ କିଛି ଖରାପ ଉଦ୍ଦେଶ୍ୟରେ ତାଙ୍କ ସହିତ ବନ୍ଧୁତା କରିଥିଲେ । କେରଳ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଦଲିଲରେ ଇଡ଼ି ଦ୍ୱାରା ଦିଆଯାଇଥିବା ଅଭିଯୋଗକୁ ଖଣ୍ଡନ କରି ବାଚସ୍ପତି ପାଲଟା ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ବାମ ସଂଗଠନ ତଥା ତା’ ନେତାଙ୍କ ବିରୋଧରେ ‘ମିଥ୍ୟା ପ୍ରଚାର’ ଚାଲିଛି ।

ଏହି ମାମଲାର ଯାଞ୍ଚ କରୁଥିବା କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀଙ୍କ ସମ୍ମୁଖରେ ଏକ ବିବୃତ୍ତିରେ ସ୍ଵପ୍ନା କହିଛନ୍ତି ଯେ “ଓମାନରେ ମିଡିଲ୍ ଇଷ୍ଟ କଲେଜରେ ବିନିଯୋଗ ବ୍ୟତୀତ, ମୁଁ ଯେତେ ଜାଣେ, ଶ୍ରୀରାମକୃଷ୍ଣଙ୍କର ମାରୁଥାମରେ ଏକ ଫ୍ଲାଟ ଅଛି, କିନ୍ତୁ ଏହା ଅନ୍ୟ ଜଣଙ୍କ ନାଁରେ । ସେମାନେ ଫ୍ଲାଟର ପ୍ରକୃତ ମାଲିକାନା ବିଷୟରେ ମୋତେ କହିଥିଲେ ଯଦ୍ଵାରା କି ମୁଁ ନିଜକୁ ସୁରକ୍ଷିତ ମନେ କରିବି । ହେଲେ ସେମାନେ ମୋତେ ତାଙ୍କର ମନ୍ଦ ଉଦ୍ଦେଶ୍ୟରେ ଡାକିଥିଲେ । କିନ୍ତୁ ଶ୍ରୀରାମକୃଷ୍ଣ ଅଭିଯୋଗ କରିଛନ୍ତି ଯେ ସରକାର, ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଏବଂ ବିଧାନସଭା ବାଚସ୍ପତିଙ୍କ ବିରୋଧରେ ମିଥ୍ୟା ବିବୃତ୍ତି କରି ‘ଚରିତ୍ର ହରଣ’ ରେ ଇଡ଼ି ବି ସାମିଲ ।

ସେପଟେ କେରଳରେ ପ୍ରଚାର କରୁଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ଇଡ଼ି ଦାଖଲ କରିଥିବା ଦଲିଲରେ ଉଲ୍ଲେଖ କରାଯାଇଥିବା ଜିନିଷ ଆଶ୍ଚର୍ଯ୍ୟଜନକ ।

Leave a Reply

Your email address will not be published. Required fields are marked *