ଓଡ଼ିଶାର ଜଣାଶୁଣା ଖବରକାଗଜ “ସମ୍ବାଦ”ର ସମ୍ବାଦକ ହେଲେ କରୋନା ଶିକାର : ଟ୍ଵିଟ୍ କରି କହିଲେ ..

ଓଡ଼ିଶାର ଆଗ ଧାଡ଼ିର ଖବରକାଗଜରୁ ଅନ୍ୟତମ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନା ସଂକ୍ରମିତ । ଆଜି ଟ୍ଵିଟ୍ କରି ନିଜେ ସେ ଏହି ସୂଚନା ଦେଇଛନ୍ତି । କେବଳ ଲିଡ଼ିଂ ଏକ ଖବରକାଗଜର ସମ୍ପାଦକ ନୁହନ୍ତି ସେ ମଧ୍ୟ ଖଣ୍ଡପଡ଼ା ବିଧାୟକ ।

ସୋସିଆଲ ମିଡ଼ିଆରେ ଟ୍ଵିଟ୍ କରି ସେ ଲେଖିଛନ୍ତି ଯେ ମୁଁ ଆଜି କରୋନା ପଜିଟିଭ ହେଇଥିବା କଥା ଜଣାପଡ଼ିଛି । ମୁଁ ସୁସ୍ଥ ଅଛି । ଗତ ସପ୍ତାହରେ ମୋ ସଂସ୍ପର୍ଶରେ ଆସିଥିବା ବନ୍ଧୁମାନଙ୍କୁ ଡାକ୍ତରୀ ପରାମର୍ଶ ନେବାପାଇଁ ଅନୁରୋଧ କରୁଛି ।  

ସୂଚନା ଥାଉ ଯେ ଏହା ପୂର୍ବରୁ ମଧ୍ୟ ରାଜ୍ୟର ୪ ଜଣ ବିଧାୟକ କରୋନା ଆକ୍ରାନ୍ତ ହୋଇଥିଲେ । ମାତ୍ର ସେମାନେ ସମସ୍ତେ ଏବେ ସମ୍ପୂର୍ଣ୍ଣ  ସୁସ୍ଥ ଅଛନ୍ତି । ତେବେ ନିକଟରେ ବରଗଡ଼ ସାଂସଦ ସୁରେଶ ପୁଜାରୀ ମଧ୍ୟ ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସାଧୀନ ଅଛନ୍ତି ।

Leave a Reply

Your email address will not be published. Required fields are marked *