ସଂସ୍କାର: ଦୀର୍ଘ ୧ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏବେ ଚିନ୍ତା ବଢାଇଛି ଏକ ପୁରୁଣା ବିବାଦ । ଦକ୍ଷିଣ କୋରିଆକୁ ଚେତାବନୀ ଦେଇଛନ୍ତି ଉତ୍ତରକୋରିଆ ଶାସନ ମୁଖ୍ୟ କିମ- ଜନ- ଉନଙ୍କ ଭଉଣୀ ତଥା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ଥିବା କିମ୍ –ୟୋ-ଜଙ୍ଗ । ଯଦି ଦକ୍ଷିଣ କୋରିଆ ଆକ୍ରମଣ କରେ ତାର ପରିଣାମ ଅତି ଭୟଙ୍କର ହେବ ବୋଲି ସେ କହିଛନ୍ତି ।
ଯଦି ଦକ୍ଷିଣ କୋରିଆ ଯୁଦ୍ଧ ଆରମ୍ଭ କରେ ତେବେ ଆମେ ପରମାଣୁ ବୋମା ଆକ୍ରମଣ କରିବୁ ବୋଲି ଧମକ ଦେଇଛନ୍ତି କିମ୍ । ନିଜ ଦେଶର ସାମରିକ କ୍ଷମତାର ଉଦାହରଣ ଦେଇ ଦକ୍ଷିଣକୋରିଆକୁ ସମୂଳେ ଧ୍ୱଂସ କରିଦେବୁ ବୋଲି ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରୀ ସୁ ଉକ୍ ପାଲଟା ଜବାବ ରଖିଛନ୍ତି ।

ଏନେଇ ନିଜ ନିକଟରେ ଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଘାତକ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ତେବେ ଦିବାସ୍ୱପ୍ନ ଦେଖିବା ବନ୍ଦ କର । ନଚେତ ନିଜ ଗୋଡ଼ରେ କୁରାଢି ମାରିବା ସଦୃଶ ହେବ ବୋଲି ଦକ୍ଷିଣ କୋରିଆକୁ କଟୁ ସମାଲୋଚନା କରି କହିଛନ୍ତି କିମ୍ –ୟୋ ।
ଦକ୍ଷିଣକୋରିଆର ଦକ୍ଷିଣପନ୍ଥୀ ନେତା ୟୁନ ସୁକ୍ ଇଓଲ ମୁନ-ଜେ-ଇନଙ୍କ ସ୍ଥାନରେ ଆସନ୍ତା ମାସ ୯ ତାରିଖରେ ରାଷ୍ଟ୍ରପତି ଭାବେ ଦାୟି୍ତ୍ୱ ନେବେ ମୁନ-ଜେ-ଇନ । ଉତ୍ତରକୋରିଆ ପ୍ରତି କୋହଳ ମନୋଭାବ କରୁଥିବାବେଳେ ଏବେ କଠୋର ହେବାର ସମ୍ଭାବନା ରହିଛି ।