ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ଭିତରେ ୧୦୦୭ ଟି କରୋନାଭାଇରସ ଆକ୍ରାନ୍ତଙ୍କ ଭିତରୁ ୨୩ ଜଣଙ୍କର ମୃତ୍ୟୁ ଘଟିଛି । ମାମଲାଗୁଡ଼ିକର ବୃଦ୍ଧି ଏକ ଚିନ୍ତାର ବିଷୟ ନିଶ୍ଚିନ୍ତ, କିନ୍ତୁ ସେଇ ସମାନ ୨୪ ଘଣ୍ଟା ଭିତରେ ପ୍ରଥମ ଥର ପାଇଁ ୨୬୦ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ଯଉଟା ଗୋଟେ ଆଶ୍ଵାସନାର ବିଷୟ । ଏହାସହିତ କରୋନା ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୯ କୁ ବୃଦ୍ଧି ପାଇଛି ।
- ଦେଶରେ କରୋନା ପୀଡ଼ିତଙ୍କ ସଂଖ୍ୟା ୧୩,୩୮୭ କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ୪୩୭ ଜଣଙ୍କର ମୃତ୍ୟୁ ହୋଇଛି ।
- ଦେଶର ୧୭ ଟି ରାଜ୍ୟର ୨୭ ଟି ଜିଲ୍ଲାରେ ଗତ ୧୪ ଦିନ ଧରି କରୋନାଭାଇରସ ହେବାର କୌଣସି ରିପୋର୍ଟ ହୋଇନି । ଏଥିସହିତ ଦେଶରେ ୩୨୫ ଟି ଜିଲ୍ଲା ଅଛି, ଯେଉଁଠାରେ ଆଜି ପର୍ଯ୍ୟନ୍ତ କରୋନା ମାମଲା ହୋଇ ନାହିଁ ।
- ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ୧୬୮୦ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଟି ନୂଆ କରୋନା ମାମଲା ରୁଜୁ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀରେ କରୋନାରୁ ୩୮ ଜଣଙ୍କର ମୃତ୍ୟୁ ହୋଇଛି ।
- ମହାରାଷ୍ଟ୍ରରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୩୨୦୨ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮୬ ଟି ନୂଆ ମାମଲା ରୁଜୁ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧୯୪ ଜଣଙ୍କର ମୃତ୍ୟୁ ହୋଇଛି ।
- ମୁମ୍ବାଇରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୨୦୭୩ କୁ ବୃଦ୍ଧି ପାଇଛି । ଗୁରୁବାର ଦିନ କରୋନାଙ୍କ ୧୭୭ ଟି ନୂଆ ମାମଲା ପ୍ରକାଶ ପାଇଛି । ଏପର୍ଯ୍ୟନ୍ତ ଏଠାରେ ୧୧୭ ଜଣଙ୍କର ମୃତ୍ୟୁ ହୋଇଛି ।
- ଦୁନିଆରେ କରୋନାରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୪୨ ହଜାର ଅତିକ୍ରମ କରିଛି । ଏହା ସହିତ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୨୧ ଲକ୍ଷ ଅତିକ୍ରମ କରିଛି ।
- ଆମେରିକାରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୩୧ ହଜାର ଅତିକ୍ରମ କରିଛି । କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ପ୍ରାୟ ୬ ଲକ୍ଷ ୫୮ ହଜାରରେ ପହଞ୍ଚିଛି ।
- ସ୍ପେନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାରରୁ ଅଧିକ ହୋଇଛି । ଏପର୍ଯ୍ୟନ୍ତ ୧୯ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ରୋଗରେ ୭୪ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି ।
- କରୋନା ଇଟାଲୀରେ ମଧ୍ୟ ହଇଚଇ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ୨୨ ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ୧ ଲକ୍ଷ ୬୯ ହଜାର ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।