ସଂସ୍କାର : ପିକନିକ କରିବା ପାଇଁ ଶହଶହ ସଂଖ୍ୟାରେ ଯୁବକ ନିଜ ଜୀବନକୁ ପାଣି ଛଡ଼ାଇ ଟ୍ରେନରେ ଯାତ୍ରା କରୁଥିବା ଭିଡ଼ିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଟ୍ରେନ ଭିତରେ ଏତେ ମାତ୍ରାରେ ଭିଡ଼ ହୋଇଥିଲା ଯେ, ଲୋକମାନେ ବାଧ୍ୟହୋଇ ନିଜ ଜୀବନକୁ ଖାତିର ନକରି ଟ୍ରେନ ଉପରେ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା। ଏହି ରେଳଲାଇନ ସମ୍ପୂର୍ଣ୍ଣ ଭାବେ ଘାଟିସ୍ଥାନ ଦେଇ ଯାଇଛି। ତେଣୁ ଭୂସ୍ଖଳନ ହେବାର ମଧ୍ୟ ଆଶଙ୍କା ପ୍ରାୟ ସମୟରେ ରହିଥାଏ।
ଗୁରୁବାର ଏଠାରେ ମେଳା ହୋଇଥାଏ । ତେଣୁ ଏହି ମେଳା ଦେଖିବା ପାଇଁ ସ୍ଥାନୀୟ ଜିଲ୍ଲାରୁ ବହୁସଂଖ୍ୟାରେ ଲୋକମାନେ ଆସିଥାନ୍ତି । ମାୱଲିରୁ ମାରୱାଡ଼ ଯାଉଥିବା ଏହି ଟ୍ରେନରେ ରେଳବାଇ ପକ୍ଷରୁ ଗୁରୁବାର ୨ଟି ଅତିରିକ୍ତ କୋଚସହିତ ମୋଟ ୭ଟି କୋଚ ଲଗାଯାଇଥିଲା। ସେଥିରୁ ୫ଟି କୋଚରେ ୭୨ଜଣ ବସିବାର କ୍ଷମତା ରହିଛି । ୨ଟି କୋଚରେ ୨୪-୨୪ ଯାତ୍ରୀ ବସିପାରିବାର ସ୍ଥାନ ରହିଛି।
୪୦୦ ଯାତ୍ରୀ ବସିବାର ବସିବାର ସ୍ଥାନ ରହିଥିବା ସତ୍ତ୍ୱେ ଟ୍ରେନରେ ଭିଡ଼ ଦେଖିବାକୁ ମିଳିଥିଲା । ତେଣୁ ଦୁର୍ଘଟଣାକୁ ଏଡ଼ାଇବାକୁ ଯାଇ ଖାମଲିଘାଟ ଷ୍ଟେସନରେ ପୋଲିସ ଯାତ୍ରୀମାନଙ୍କୁ ଟ୍ରେନ ଉପରୁ ଓହ୍ଲାଇବାକୁ ନିର୍ଦେଶ ଦେଇଥିଲେ।