ରାତି ଅଧିଆ ପ୍ରେମିକା ସହିତ ମିଶିବା ପ୍ରେମିକକୁ ମହଙ୍ଗା ପଡ଼ିଲା ନା ଶସ୍ତା, ବୁଝିହେଲାନି : ରାତିସାରା ନିର୍ଧୁମ ପିଟିଲେ ଆଉ ସକାଳୁ ଜ୍ୱାଇଁ କରିଦେଲେ

ଉତ୍ତରପ୍ରଦେଶର ରାମପୁରରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ରାତି ଅଧିଆ ପ୍ରେମିକାଙ୍କ ପାଖରେ ପହଞ୍ଚି ଧରା ପଡ଼ିଥିଲେ ପ୍ରେମିକ । ଯୁବତୀଙ୍କର ସମ୍ପର୍କୀୟମାନେ ଅଭିଯୁକ୍ତ ଯୁବକଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ଖୁବ ପିଟିଲେ । ସକାଳ ହେଲାକ୍ଷଣି ଉକ୍ତ ଯୁବକକୁ ପୋଲିସ ଜିମା ବି ଦିଆଗଲା । ମକଦ୍ଦମାକୁ ଏଡ଼ାଇବା ପାଇଁ କିନ୍ତୁ କିଛି ଲୋକ ସେମାନଙ୍କ ସହିତ ଆପୋସବୁଝାମଣା କରାଇଲେ । ରାତି ସାରା ମାଡ଼ ଖାଇଥିବା ଯୁବକ ସକାଳୁ ସେମାନଙ୍କ ଘରର ଜ୍ୱାଇଁ ହେଲା ।

ବାସ୍ତବରେ, ରାମପୁରର ଆଜିମନଗର ପୋଲିସ ଷ୍ଟେସନ ପରିସରରେ ଥିବା ମେହେନ୍ଦୀ ନଗରର ସୁମାଲି ଗାଁରେ ଘଟଣାଟି ଘଟିଛି । ସ୍ଵାର ଅଞ୍ଚଳର ଗଦ୍ଦି ନଗଲି ଗାଁର ବାସିନ୍ଦା ପ୍ରେମ ସୁମାଲି ଗାଁର ଲକ୍ଷ୍ମୀଙ୍କୁ ପ୍ରେମ କରୁଥିଲା ଏବଂ ପ୍ରାୟ ପ୍ରେମିକାକୁ ଭେଟିବାକୁ ବି ତାଙ୍କ ଗାଁକୁ ଯାଉଥିଲେ । ଗତକାଲି କିନ୍ତୁ ରାତି ପ୍ରାୟ ୧୨ ଟା ବେଳେ ପ୍ରେମିକାଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଥିଲେ ପ୍ରେମ ସିଂ ।

ପ୍ରେମିକାକୁ ଭେଟୁ ଭେଟୁ ପ୍ରେମିକ ପ୍ରେମ ସିଂ ଧରା ପଡ଼ିଲା ଓ ନିର୍ଧୁମ ମାଡ଼ ଖାଇଲା ପ୍ରେମିକା ପରିବାର ତଥା ସମ୍ପର୍କୀୟଙ୍କ ଠାରୁ । ଆଖପାଖ ଲୋକେ ବି ଜାଣିଲେ ଓ ଖବର ଯାଇ ପହଞ୍ଚିଲା ପୋଲିସ ପାଖରେ । ଅତିରିକ୍ତ ପୋଲିସ ଅଧୀକ୍ଷକ ଅରୁଣ କୁମାର ସିଂ ଏ ବାବଦରେ କହିଛନ୍ତି ଯେ ଅଭିଯୋଗ ଆସିବା ମାତ୍ରେ ଉକ୍ତ ଯୁବକକୁ ଥାନାକୁ ଡକାଯାଇଥିଲା । ଯୁବକର ପରିବାରର ଲୋକେ ବି ଆସିଥିଲେ । ସମସ୍ତଙ୍କୁ ଏକାଠି ବସେଇ କଥାବାର୍ତ୍ତା କରାଗଲା । ଏହା ପରେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଆଜିମନଗର ଅଞ୍ଚଳରେ ଥିବା ଏକ ଛୋଟ ମନ୍ଦିରରେ ସେମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଲେ ।

Leave a Reply

Your email address will not be published. Required fields are marked *