ନୂଆଦିଲ୍ଲୀ : ଜୁନ ୧, ସୋମବାର ଠାରୁ ବଢିଲା LPG ସିଲିଣ୍ଡର ଦର । ଜୁନ ମାସରେ ଆନ୍ତର୍ଜାତିକ ବଜାରରେ LPGର ମୂଲ୍ୟ ବଢିଥିବାରୁ ସିଲିଣ୍ଡର ପିଛା ଦର ବୃଦ୍ଧି କରାଯାଇଛି ବୋଲି ଦେଶର ସର୍ବବୃହତ୍ ଇନ୍ଧନ ଯୋଗାଣକାରୀ ପ୍ରତିଷ୍ଠାନ ଇଣ୍ଡିଆନ୍ ଅଏଲ୍ କର୍ପୋରେସନଙ୍କ ତରଫରୁ ସୂଚନା ମିଳିଛି ।
ଦିଲ୍ଲୀ ଓ ମୁମ୍ବାଇରେ ୧୧ ଟଙ୍କା ୫୦ ପଇସା, ଚେନ୍ନାଇରେ ୩୭ ଟଙ୍କା, କୋଲ୍କାତାରେ ୩୧ ଟଙ୍କା ୫୦ ପଇସା LPG ଦରରେ ବୃଦ୍ଧି ଘଟିଛି ଯାହା ଆଜିଠାରୁ ଲାଗୁ କରାଯାଇଛି । ଦର ବୃଦ୍ଧି ପରେ LPG ସିଲିଣ୍ଡର ମୂଲ୍ୟ ଦିଲ୍ଲୀରେ ୫୯୩ ଟଙ୍କା, କୋଲ୍କାତାରେ ୬୧୬ ଟଙ୍କା, ମୁମ୍ବାଇରେ ୫୯୦. ୫୦ ଟଙ୍କା ଏବଂ ଚେନ୍ନାଇରେ ୬୦୬. ୫୦ ଟଙ୍କା ରହିଛି ।
ପ୍ରକାଶ ଥାଉ କି, ଆନ୍ତର୍ଜାତିକ ଦର ଏବଂ ଡଲାର୍-ଟଙ୍କା ବିନିମୟ ମୂଲ୍ୟକୁ ବିଚାର କରି ପ୍ରତି ମାସର ଆରମ୍ଭରେ LPG ଦର ସଂଶୋଧନ କରାଯାଏ । ଗତ କେତେ ମାସ ହେବ ଆନ୍ତର୍ଜାତିକ ବଜାରରେ LPG ଦର ଖୁବ୍ ହ୍ରାସ ପାଇଥିଲା ଯେଉଁ କାରଣରୁ ଭାରତରେ ସିଲିଣ୍ଡର୍ ଦର ଗତ ତିନି ମାସ ହେଲା କ୍ରମାଗତ ହ୍ରାସ ପାଇଥିଲା ।