ସଂସ୍କାର : ଶୀର୍ଷକ ପଢିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଉଜୈନ ସହରରେ । ଗତ ମଇ ୮ ତାରିଖରେ ରମେଶଲାଲ ନାମକ ଜଣେ ବ୍ୟକ୍ତିଙ୍କ ୨ ଝିଅର ବିବାହ ଅଲଗା ଅଲଗା ପରିବାରର ୨ ଜଣ ପୁଅଙ୍କ ସହିତ ବିବାହ ଠିକ ହୋଇଥିଲା । ବିବାହ ଉତ୍ସବ ଦିନ ବରଯାତ୍ରୀ ଆସିଲେ, ଭୋଜିଭାତ ବି ହେଲା, ବିବାହ କାର୍ଯ୍ୟ ଆରମ୍ଭ ହେଲା । ଏହି ସମୟରେ ବିଜୁଳି କଟି ଯାଇଥିଲା । ଦୀର୍ଘ ସମୟ ଧରି ମଧ୍ୟ ବିଜୁଳି ଆସିନଥିଲା ।
ଏହାରି ଭିତରେ ବିବାହର ସବୁ କାମ ଚାଲିଥିଲା । ୨ ଭଉଣୀ ନିଜ ନିଜ ବର ସହିତ ବସିଲେ । ଯେତେବେଳେ ମାଇ ମାତା ପୂଜନ ସମୟ ଆସିଲା ଉଭୟ କନ୍ୟା ଅଲଗା ଅଲଗା ବରଙ୍କ ହାତ ଧରିଥିଲେ । ଶେଷରେ ବିବାହ କାର୍ଯ୍ୟ ସରିଗଲା । ଏହାପରେ ଲାଇଟ ଆସିଥିଲା । ହେଲେ ସେତେବେଳକୁ ସବୁ ଶେଷ ହୋଇସାରିଥିଲା । ୨ ଭଉଣୀଙ୍କର ବର ଅଦଳବଦଳ ହୋଇଯାଇଥିଲା ।
ବିଜୁଳି ଆସିବା ପୂର୍ବରୁ ବିବାହର କିଛିଟା ରୀତିନୀତି ସମାପ୍ତ ହୋଇଥିଲା। ତେବେ ବିଜୁଳି ଆସିବା ପରେ ଜଣାପଡିଲା ଯେ ବର ପରିବର୍ତ୍ତନ ହୋଇଛି। ଏହା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ ଭୁଲଟି ସଂଶୋଧିତ ହେଲା। ଆଉ ଶେଷରେ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା।