ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ କରୋନାର ଶିକାର : ପଢନ୍ତୁ ପୁରା ଖବର

କରୋନା ଗରିବ ଧନୀ ଦେଖୁନି, ଦେଖୁନି କି ଅତି ସାଧାରଣ ଆଉ କିଏ ଉଚ୍ଚ ପଦ ପଦବୀରେ ଅଛନ୍ତି । ଆବାଳ ବୃଦ୍ଧ ବନିତା ସବୁ ବୟସର ଲୋକଙ୍କୁ ଆକ୍ରମଣ କରୁଛି ଏ କରୋନା ଭାଇରସ । ଏବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା କବଳରେ । ସେ କରୋନା ପଜିଟିଭ୍ ବୋଲି ଟ୍ଵିଟ୍ କରି ସୂଚନା ଦେଇଛନ୍ତି ।  ‌

ସୋସିଆଲ ମିଡ଼ିଆରେ ନିଜେ ମୁଖ୍ୟମନ୍ତ୍ରୀ ଶିବରାଜ ଲେଖିଛନ୍ତି ଯେ ମୋର ପ୍ରିୟ ରାଜ୍ୟବାସୀମାନେ ! ମୋ ଦେହରେ କୋଭିଡ଼-୧୯ ର ଲକ୍ଷଣ ଦେଖାଯାଉଥିଲା । ନିଜର ସ୍ଵାବ ନମୁନା ପରୀକ୍ଷା କରାଇବା ପରେ ରିପୋର୍ଟ ପଜିଟିଭ୍ ଆସିଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର କୋଭିଡ଼  ପରୀକ୍ଷା କରାଇ ନିଅନ୍ତୁ, ଏହା ମୋର ସମସ୍ତ ସାଥୀଙ୍କୁ ବିନମ୍ର ଅନୁରୋଧ । ଏହାସହିତ ନିଜକୁ କ୍ଵାରେଣ୍ଟିନରେ ରଖନ୍ତୁ ।

ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଆହୁରି ବି କହିଛନ୍ତି ଯେ କୋଭିଡ଼-୧୯ ପାଇଁ ଜାରି କରାଯାଇଥିବା ସମସ୍ତ ନିୟମ ତଥା ନିର୍ଦ୍ଦେଶାବଳୀ ମୁଁ ଅନୁସରଣ କରୁଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ନିଜକୁ କ୍ଵାରେଣ୍ଟିନ କରିବି । ମୁଁ ମୋ ରାଜ୍ୟର ସମସ୍ତ ବ୍ୟକ୍ତିଙ୍କୁ ସତର୍କ ତଥା ସଚେତନରେ ରହିବାକୁ ନିବେଦନ କରୁଛି । କାରଣ ଟିକିଏ ଅସାବଧାନତା ବି କରୋନା ଭଳି ଭୟଙ୍କର ରୋଗକୁ ଆମନ୍ତ୍ରିତ କରିପାରେ ।

ଶିବରାଜଙ୍କ କହିବା କଥା ଯେ କରୋନାକୁ ଏଡ଼ାଇବା ପାଇଁ ମୁଁ ସମସ୍ତ ଚେଷ୍ଟା କରିଥିଲି । ତଥାପି ଲୋକମାନେ ଅନେକ ପ୍ରସଙ୍ଗ ନେଇ ମୋ ସହିତ ସାକ୍ଷାତ କରୁଥିଲେ । ତେଣୁ ହୁଏତ କରୋନା କବଳରେ ଆଜି ମୁଁ । କିନ୍ତୁ ଭୟ କରିବାର ଆବଶ୍ୟକତା ନାହିଁ । ଠିକ୍ ସମୟରେ ଚିକିତ୍ସା କରାଗଲେ କରୋନା ବ୍ୟକ୍ତି ଆରୋଗ୍ୟ ବି ହେଉଛି ।

ତେବେ ମୁଁ ମାର୍ଚ୍ଚ ୨୫ ଠାରୁ ପ୍ରତିଦିନ ସନ୍ଧ୍ୟାରେ କରୋନା ସଂକ୍ରମଣ ସ୍ଥିତିକୁ ନେଇ ସମୀକ୍ଷା କରିଆସୁଛି । ଆଗକୁ ଯଥାସମ୍ଭବ ଡିଜିଟାଲ ମାଧ୍ୟମ ବ୍ୟବାହାର କରି ଭିଡ଼ିଓ କନଫରେନ୍ସି ଦ୍ଵାରା କରୋନା ସମୀକ୍ଷା କରିବାକୁ ଚେଷ୍ଟା କରିବି ।

Leave a Reply

Your email address will not be published. Required fields are marked *