ସଂସ୍କାର : ମୁଖ୍ୟମନ୍ତ୍ରୀ ହେବ ତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପରି। ଅନ୍ ଦି ସ୍ପଟ୍ ଡିସିଜନ୍। ବର୍ତ୍ତମାନ ସୋସିଆଲ୍ ମିଡ଼ିଆ ଏବଂ ଦେଶର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। କାରଣ ସେ ଭାଷଣ ଦେଉଥିବା ମଞ୍ଚ ଉପରେ ହିଁ ଦୁଇ ଜଣ ସରକାରୀ ବାବୁଙ୍କୁ ସସ୍ପେଣ୍ଡ କରିଛନ୍ତି। ସସ୍ପେଣ୍ଡ ହୋଇଥିବା ଦୁଇ ସରକାରୀ ବାବୁ ଦୁର୍ନୀତିଗସ୍ତ ଥିଲେ ବୋଲି ଜଣାପଡ଼ିଛି। ଆଉ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ କାନରେ ଏହି କଥା ପଡିବା ପରେ ସେ ଭାଷଣ ଦେଉଥିବା ମଞ୍ଚ ଉପରେ ହିଁ ସେମାନଙ୍କୁ ଡାକି ସସପେଣ୍ଡ କରିଛନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଶିବରାଜଙ୍କର ଏହି କାର୍ଯ୍ୟକୁ ବଲିଉଡ ଅଭିନେତା ଅନୀଲ କପୁରଙ୍କ ଅଭିନୀତ ଦୀର୍ଘ ୨୦ ବର୍ଷ ପୂର୍ବର ଚଳଚ୍ଚିତ୍ର ” ନାୟକ ” ସହିତ ତୁଳନା କରାଯାଇଛି।

ଅନ୍ୟପଟେ ସଭାରେ ଉପସ୍ଥିତ ଥିବା ଜନତା ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆକ୍ସନ ମୁଡ୍ ଦେଖି ତାଳି ମାରି ସ୍ବାଗତ କରିଥିଲେ। ସଂପୃକ୍ତ ୨ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଯାଞ୍ଚ ପରେ ଉଭୟଙ୍କୁ ଜେଲ ପଠାଯିବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ।
ମିଳିଥିବା ସୂଚନା ଅନୁସାରେ, ମଧ୍ୟପ୍ରଦେଶରର ଜେରୋନ୍ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ସେଠାକାର ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସଂପୃକ୍ତ ୨ ସରକାରୀ ଅଧିକାରୀଙ୍କୁ ମଞ୍ଚକୁ ଡାକିଥିଲେ । ଉଭୟଙ୍କ ବିରୁଦ୍ଧରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ନେଇ ଲମ୍ବା ତାଲିକା ଥିଲା । ଯେଉଁ ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଦୃର୍ନୀତି ଏବଂ ଭ୍ରଷ୍ଟାଚାର ଅଭିଯୋଗ ଥିଲା ସେମାନଙ୍କୁ ମଞ୍ଚ ଉପରକୁ ଡାକି ସସ୍ପେଣ୍ଡ କରିବାକୁ ନିର୍ଦେଶ ଦେଇଛନ୍ତି । ସିଏମ୍ ଶିବରାଜ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ଘର ଦେବାପାଇଁ ପ୍ରଧାନମନ୍ତ୍ରୀ ଅର୍ଥ ପଠାନ୍ତି ଏବଂ ରାଜ୍ୟ ସରକାର ବି ଟଙ୍କା ଦିଅନ୍ତି । କିନ୍ତୁ ମୁଁ ଜାଣିବାକୁ ପାଇଲି ଯେ, ଜେରୋନରେ ଆବାସ ଯୋଜନା ଟଙ୍କା ବ୍ୟାପକ ଭାବେ ହେରଫେର ହେଉଛି । ଭ୍ରଷ୍ଟାଚାରରେ ସରକାରୀ ବାବୁମାନେ ଲିପ୍ତ ରହୁଛନ୍ତି ।’
ଏତିକି ବେଳେ ମଞ୍ଚ ତଳେ ଉପସ୍ଥିତ ଲୋକମାନଙ୍କୁ ଶିବରାଜ ସିଂହ ଚୌହାନ ପଚାରିଥିଲେ, ଆପଣମାନଙ୍କ ମଧ୍ୟରୁ କିଏ ଅଛନ୍ତି ଯାହାର ଆବାସ ସ୍ବୀକୃତ ହୋଇଛି କିନ୍ତୁ ଟଙ୍କା ହେରଫେର୍ ହୋଇଛି ? ସେଠାରେ ଉପସ୍ଥିତ ଥିବା ଜନତାଙ୍କ ମଧ୍ୟରୁ ଅନେକ ଛିଡା ହୋଇ ଏହା ସପକ୍ଷରେ କହିଥିଲେ । ଏହା ପରେ ସଭାରେ ଥିବା ୨ ସରକାରୀ ବାବୁ ଉମାଶଙ୍କର ଏବଂ ଅଭିଷେକ ରାଜପୁତଙ୍କୁ ଡକାଇଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ପରେ ଭାରିସଭା ମଞ୍ଚରେ ସେମାନଙ୍କୁ ସସ୍ପେଣ୍ଡ କରିବା ପାଇଁ ନିର୍ଦେଶ ଦେଇଥିଲେ ।
ତେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଏହି କାର୍ଯ୍ୟକୁ ଦେଶର ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଆଉ ବାକି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶିବରାଜଙ୍କ ଠାରୁ କିଛି ଶିକ୍ଷା ଗ୍ରହଣ କରିବାକୁ ସାଧାରଣ ଜନତା କହିଛନ୍ତି।