ଚାରି ଚକିଆ ଗାଡ଼ି ଭିତରେ ମହିନ୍ଦ୍ରା ବୋଲେରୋକୁ ଅତି ନିର୍ଭରଯୋଗ୍ୟ SUV ଅଟେ । ଏହା ବିପରୀତ ସମୟର ପରୀକ୍ଷଣକୁ ସହି ଯାଇ ଦୁର୍ଘଟଣାର ଘାତକ ଅବସ୍ଥାରେ ମଧ୍ୟ ନିଜର ଶକ୍ତି ପ୍ରମାଣ କରିବାରେ ସଫଳ ହୋଇଛି । ନିକଟରେ ଏକ ମହିନ୍ଦ୍ରା ବୋଲେରୋ ଜେସିବି ସହିତ ମୁହାଁମୁହିଁ ହେବାର ଭିଡ଼ିଓଟିଏ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ବ୍ୟାପକ ଭାବରେ ଶେୟାର ହୋଇଥିବା ଏହି ଭିଡ଼ିଓରେ, ଏକ JCB ଆଖିବୁଜା ଗତିରେ ଜଣେ ବ୍ୟକ୍ତିଙ୍କ ନିକଟକୁ ଆସୁଥିବାର ଦେଖାଯାଏ । ବୋଧ ହୁଏ ସେ ତାର ନିୟନ୍ତ୍ରଣ ହରାଇଥିଲା । କିନ୍ତୁ ଠିକ୍ ସେହି ସମୟରେ ଜଣେ ମୋଟରସାଇକେଲ ଚାଳକ ଫୋନରେ କଥାବାର୍ତ୍ତା କରୁଥିଲେ ଓ ତାଙ୍କୁ ଧକ୍କା ଦେବାକୁ ଯାଉଥିଲା । ହେଲେ ଦଇବ ଯାହାକୁ ସାହା ହୁଏ ସେ ସମସ୍ତ ବିପଦରୁ ଅବିଳମ୍ବେ ବଞ୍ଚିଯାଏ । ଏତିକିବେଳେ ମହିନ୍ଦ୍ରା ବୋଲେରୋ ଗୋଟେ ବିପରୀତ ଦିଗରୁ ଆସୁଥିବାର ଦେଖିବାକୁ ମିଳିବ ।
ପୁରୁଣା SUV, ଜୋର ବେଗରେ ଥିଲା, JCB ସହିତ ଦୁର୍ଘଟଣାଗ୍ରସ୍ତ ହେଲା । ସୌଭାଗ୍ୟବଶତଃ ସେ SUV ବୁଲଡୋଜରର ପାର୍ଶ୍ୱ ଭାଗକୁ ଧକ୍କା ଦେଇଥିବାରୁ ଏଥିରେ କୌଣସି ବଡ଼ ଆଘାତ ନଥିଲା । ତେବେ ମହିନ୍ଦ୍ରା ବୋଲେରୋର ବୋନେଟ ଟିକେ ନଷ୍ଟ ହୋଇଯାଇଛି । ବୋଲେରୋର ଆଗ ଭାଗରେ ଟାୟାର ଫାଟିଯିବା ସହିତ ଆଗ ବମ୍ପର ଏବଂ ହେଡଲାଇଟ୍ ମଧ୍ୟ କ୍ଷତି ସହିଛି । ମାତ୍ର ମୋଟରସାଇକେଲ ଚାଳକଟି ସୁରକ୍ଷିତ ଜୀବନ ଫେରିପାଇଛି ।