ନୂଆଦିଲ୍ଲୀ : ସମସ୍ତ ନାଗରିକମାନଙ୍କୁ କୋଭିଡ଼-୧୯ପରୀକ୍ଷଣ ମାଗଣାରେ ଉପଲବ୍ଧ କରାଇବାକୁ ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ନିଶ୍ଚିନ୍ତ କରାଇବାକୁ କହିଛନ୍ତି । ଘରୋଇ ଲାବୋରେଟୋରୀଗୁଡିକ ବର୍ତ୍ତମାନ କରୋନାଭାଇରସ ରୋଗର ପରୀକ୍ଷଣ କରିବାକୁ ଅନୁମତି ମିଳିଛି ଯଦିଓ ତାର ମୂଲ୍ୟ ୪୫୦୦ଟଙ୍କା ରହିଛି ।
କରୋନାଭାଇରସ ପରୀକ୍ଷଣ ନିମନ୍ତେ ଘରୋଇ ପ୍ରୟୋଗଶାଳାଗୁଡିକର ପରିଶୋଧଣ ପାଇଁ ଯାନ୍ତ୍ରିକ ସମ୍ଭାବନା ଖୋଜା ଯାଉ ଯଦ୍ୱାରା ନାଗରିକମାନଙ୍କୁ ଏଥିପାଇଁ ଦେୟ ଦେବାକୁ ପଡିବ ନାହିଁ ବୋଲି ଅଶୋକ ଭୂଷଣ ଏବଂ ଏସ୍ ରବିନ୍ଦ୍ର ଭଟଙ୍କ ଜଷ୍ଟିସ୍ ବେଞ୍ଚ ସରକାରଙ୍କୁ କହିଛନ୍ତି । ଘରୋଇ ପ୍ରୟୋଗଶାଳାଗୁଡିକ କୋଭିଡ଼-୧୯ ପରୀକ୍ଷଣ ପାଇଁ ଅଧିକ ପରିମାଣର ଦେୟ ନେବାକୁ ଅନୁମତି ଦିଅନ୍ତୁ ନାହିଁ ଓ ସରକାରଙ୍କଠାରୁ ଫେରସ୍ତ (ବେସରକାରୀ ପ୍ରୟୋଗଶାଳା) ପାଇଁ ଯାନ୍ତ୍ରକ କୌଶଳ ସୃଷ୍ଟି କରନ୍ତୁ ବୋଲି ଜଷ୍ଟିସ ଭୂଷଣ ପରାମର୍ଶ ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେତ୍ତା କୋର୍ଟଙ୍କୁ କହିଛନ୍ତି ଯେ ସେ ଏ ବାବଦରେ ପଦକ୍ଷେପ ନେବେ । ବଢୁଥିବା କୋଭିଡ଼-୧୯ ମାମଲା ପାଇଁ ଭାରତରେ ସରକାରୀ ସୁବିଧା ପର୍ଯ୍ୟାପ୍ତ ନୁହେଁ ବୋଲି ବେସରକାରୀ ଲ୍ୟାବଗୁଡିକ ବଢାଇ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ବୁଧବାର ଅପରାହ୍ନ ସୁଦ୍ଧା ଭାରତରେ କୋଭିଡ଼-୧୯ ଜନିତ ୫୧୯୪ଟି ମାମଲା ଦାଖଲ ହୋଇଥିବାବେଳେ ୧୪୯ ଜଣଙ୍କର ମୃତ୍ୟୁ ଘଟିଛି ।
ସରକାରୀ ଡାକ୍ତରଖାନାଗୁଡ଼ିକ ନିଜ ସାମର୍ଥ୍ୟ ମୁତାବକ ଭର୍ତ୍ତି ହୋଇସାରିଛି ଥିବାରୁ ସାଧାରଣ ଲୋକଙ୍କ ପାଇଁ ସେଠାରେ ନିଜକୁ କୋଭିଡ଼-୧୯ ପରୀକ୍ଷା କରେଇବା କଷ୍ଟକର ହୋଇପଡିଛି ବୋଲି ଆଦେଦନକାରୀ ଓକିଲ ଶଶାଙ୍କ ଦେଓ ସୁଧୀଙ୍କୁ କହିଛନ୍ତି । କୌଣସି ବିକଳ୍ପ ନଥିବାରୁ ସେମାନେ ଘରୋଇ ପ୍ରୟୋଗଶାଳା (ଲ୍ୟାବ)ରେ ପରୀକ୍ଷା କରିବା ପାଇଁ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି । ଆବେଦନକାରୀ ଆଉରି ମଧ୍ୟ କହିଛନ୍ତି ଯେ ସମ୍ବିଧାନର ଧାରା ୨୧ ଅନୁଯାୟୀ ସାଧାରଣ ନାଗରିକଙ୍କୁ ଏହିପରି ଆର୍ଥିକ ବୋଝ ସହିତ ଦୁଃଖ ଦେଇ ଚିକିତ୍ସା ସୁବିଧା ଓ ସୁଯୋଗରୁ ବଞ୍ଚିତ କରିବା ପ୍ରକାରାନ୍ତରେ ଜୀବନ ଅଧିକାରର ଉଲ୍ଲଂଘନ ।