ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗର ଖଣ୍ଡନ : କୌଣସି ଆକ୍ରମଣ କରାଯାଇ ନଥିଲା ବରଂ ତାହା ଥିଲା …

ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶିବ ମନ୍ଦିରରେ ଜଳାଭିଷେକ କଲାପରେ ଯାଇଥିଲେ ନନ୍ଦିଗ୍ରାମ । ସେଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଏବଂ ଉପସ୍ଥିତ ଜନତାଙ୍କ ଅଭିବାଦନ ସ୍ଵୀକାର କରିବା ସମୟରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଏହାପରେ ତୁରନ୍ତ ତାଙ୍କୁ କୋଲକାତା ହସ୍ପିଟାଲକୁ ନିଆ ଯାଇଥିଲା ଯେଉଁଠୁ ସେ ଏକ ଭିଡ଼ିଓ ଜାରି କରି ନିଜର ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବାକୁ କହିଛନ୍ତି । ଏହାସହିତ ହ୍ଵିଲ ଚେୟାରରେ ବସି ଅତି ଶୀଘ୍ର ନିର୍ବାଚନ ପ୍ରଚାର କରିବେ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି । ତେବେ ମମତାଙ୍କ ଅଭିଯୋଗ ଥିଲା ଯେ କିଛି ଲୋକ ତାଙ୍କ ପାଦ ମାଡ଼ି ଦେବାକୁ ଚେଷ୍ଟା କରିଥିଲେ, ଫଳରେ ଗାଡ଼ି କବାଟରେ ତାଙ୍କ ପାଦ ଦବି ଆଘାତ ଲାଗିଛି ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ପୋଲିସ‌ ମମତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଖଣ୍ଡନ କରି କହିଛନ୍ତି ଯେ ପ୍ରାଥମିକ ତଦନ୍ତ ଅନୁସାରେ ତାହା କେବଳ ଏକ ଛୋଟ ଦୁର୍ଘଟଣା ଥିଲା । ମାତ୍ର ବୁଧବାର ଦିନ ୪ରୁ ୫ ଜଣ ବ୍ୟକ୍ତି ମମତାଙ୍କୁ ଆକ୍ରମଣ କରିଥିଲେ ଯେଉଁଥିରେ ତାଙ୍କ ବାମ ପାଦରେ ଆଘାତ ଲାଗି ପ୍ରବଳ ଯନ୍ତ୍ରଣା ହୋଇଥିଲା । ସବୁଠାରୁ ବଡ଼ କଥା ହେଲା ଏ ଘଟଣା ସମୟରେ ସେଠାରେ ପୋଲିସ ନଥିଲେ ।

ସୂଚନା ଅନୁଯାୟୀ ମମତାଙ୍କୁ ଚିକିତ୍ସା ପାଇଁ ନନ୍ଦିଗ୍ରାମ ପରେ କୋଲକତା ସ୍ଥାନାନ୍ତର କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବା ବେଳେ କିଏ ତାଙ୍କୁ ଆକ୍ରମଣ କରିବା ବୋଲି ଅନେକ ପ୍ରଶ୍ନ କରିଥିଲେ । ହେଲେ ପୋଲିସ ପ୍ରାଥମିକ ରିପୋର୍ଟରେ ତାଙ୍କୁ ଆକ୍ରମଣ କରାଯାଇ ନାହିଁ ବୋଲି ରିପୋର୍ଟ ନିର୍ବାଚନ କମିଶନ୍‌ଙ୍କୁ ପ୍ରଦାନ କରିଛି । ଏହା କେବଳ ଏକ ଦୁର୍ଘଟଣା ଥିଲା ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *