ଜାଣନ୍ତୁ କାହିଁକି ନିଜ ହୃଦୟକୁ ବ୍ୟାଗରେ ଧରି ବୁଲୁଛନ୍ତି ମହିଳା, ପୁରା ଘଟଣା ଜାଣି ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ହୃଦୟ ମଣିଷ ଛାତିରେ ଧକଧକ କରେ ଯଦ୍ଵାରା ମଣିଷ ଶ୍ଵାସକ୍ରିୟା କରି ବଞ୍ଚି ରହେ । ଏହି ଧକଧକ ବନ୍ଦ ହେଇଗଲେ, ମଣିଷ ଶବ ପାଲଟିଯାଏ, ମୃତ ବୋଲି ଘୋଷଣା ହୁଏ । କିନ୍ତୁ ଜଣେ ଏମିତି ମହିଳା ଅଛନ୍ତି ଯାହାର ହୃଦୟ ତାଙ୍କ ଛାତି ବଦଳେ ତାଙ୍କ କାନ୍ଧରେ ଝୁଲୁଥିବା ବ୍ୟାଗରେ ରହୁଛି । ଅର୍ଥାତ ତାଙ୍କ ହୃଦୟର ଧକଧକ ସେହି ବ୍ୟାଗରେ ହିଁ ହେଉଛି । ଏହା ଶୁଣିବାକୁ ଅସମ୍ଭବ ଲାଗୁଥାଇ ପାରେ କିନ୍ତୁ ଏହା ନିରାଟ ସତ ଘଟଣା ।

ସଲବା ହୁସେନ ନାମକ ଏହି ମହିଳା ଜଣକ ବ୍ରିଟେନ ବାସିନ୍ଦା । ତାଙ୍କ ବୟସ ୩୯ ବର୍ଷ ହୋଇଥିଲା ବେଳେ ତାଙ୍କ ହୃଦୟ ତାଙ୍କ ଛାତି ତଳେ ଧକଧକ ନହୋଇ ତାଙ୍କ ବ୍ୟାଗରେ ଧକଧକ ହୁଏ । ତେଣୁ ଯୁଆଡ଼େ ଗଲେ ସେ ସେହି ବ୍ୟାଗ ଧରି ଯାଆନ୍ତି । ସଲବାଙ୍କ ବ୍ୟାଗରେ ବ୍ୟାଟେରୀ ଚାଳିତ ଏକ ପମ୍ପ ଏବଂ ଇଲେଟ୍ରିକ ମିଟର ଅଛି ଯାହା ତାଙ୍କ ହୃଦୟକୁ ଚାଲୁରଖିବାରେ ସାହାଯ୍ୟ କରେ । ଏହାଦ୍ଵାରା ତାଙ୍କ ଶ୍ଵାସ ଫୁସଫୁସ ଯାଏଁ ପହଞ୍ଚେ ଏବଂ ଶରୀରରେ ରକ୍ତ ସଂଚାଳନ ହୋଇଥାଏ ।

ମିଳିଥିବା ଖବର ଅନୁସାରେ ସଲବା ଜଣେ ବିବାହିତା ମହିଳା ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି । ୨୦୧୭ ଜୁଲାଇର ଘଟଣା ଯେତେବେଳେ ସେ ଜଣେ ସାଧାରଣ ବ୍ୟକ୍ତି ହେଇ ବଞ୍ଚିଥିଲେ । ଦିନେ ଅଚାନକ ତାଙ୍କୁ ଶ୍ଵାସ ନେବାରେ ବହୁତ ଅସୁବିଧା ହେଲା ଫଳରେ ତୁରନ୍ତ ତାଙ୍କୁ ନିକଟସ୍ଥ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ଯାଞ୍ଚ କରି ଡାକ୍ତର କହିଲେ ସେ ହୃଦୟ ସମ୍ବନ୍ଧିତ ଗୁରୁତର ରୋଗରେ ପୀଡ଼ିତ । ଏହାସହିତ ତାଙ୍କ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ବି କରିହେବ ନାହିଁ । ଏକ ଆର୍ଟିଫିସିଆଲ ହାର୍ଟ ଲଗେଇବା ହିଁ ଏକ ମାତ୍ର ବିକଳ୍ପ ଥିଲା ।

ତେବେ ପରିବାର ଅନୁମତି ନେଲା ପରେ ଡାକ୍ତରମାନେ ସେଲବାଙ୍କ ପ୍ରକୃତ ହୃଦୟ କାଢି ଏକ କୃତ୍ରିମ ୟୁନିଟ୍ ତାଙ୍କ ପିଠି ପ୍ରତ୍ୟାରୋପଣ କଲେ ଏବଂ ଏକ ବ୍ୟାଗରେ ବ୍ୟାଟେରୀ, ଏକ ପମ୍ପ ଏବଂ ଇଲେଟ୍ରିକ ମିଟର ଖଞ୍ଜି ଦେଲେ । ବ୍ୟାଗରେ ଦୁଇଟି ବଡ଼ ପ୍ଲାଷ୍ଟିକ ଟ୍ୟୁବ ଯୋଡ଼ାଗଲା, ଯାହା ତାଙ୍କ ନାହୀ ଦେଇ ଫୁସଫୁସ ଯାଏଁ ଯାଇଛି । ଏହାଦ୍ଵାରା ଛାତିରେ ଲାଗିଥିବା ପ୍ଲାଷ୍ଟିକ ଚାମ୍ବର ପର୍ଯ୍ୟନ୍ତ ଅମ୍ଳଜାନ ପହଁଚିପାରୁଛି । ତେବେ ବ୍ୟାଗରେ ଦୁଇଟି ବ୍ୟାଟେରୀ ରହୁଛି, ଗୋଟିଏ କାର୍ଯ୍ୟ ପାଇଁ ଏବଂ ଅନ୍ୟଟି ବ୍ୟାକଅପ୍ ପାଇଁ ।

Leave a Reply

Your email address will not be published. Required fields are marked *