ପୂର୍ବତନ ଦିଲ୍ଲୀ ସରକାର ତଥା ଆମ ଆଦମୀ ପାର୍ଟି ବିଧାୟକ ସୋମନାଥ ଭାରତୀଙ୍କ ଉପରେ କାଳୀ ଫିଙ୍ଗିଥିବା ଯୁବକ ହେଲେ ପୁରସ୍କୃତ । ୫୧ ହଜାର ଟଙ୍କା ପୁରସ୍କାର ସହିତ ବେକରେ ପିନ୍ଧିଲେ ଫୁଲମାଳ । ବିଧାୟକ ସୋମନାଥଙ୍କ ଉପରେ କାଳୀ ଫିଙ୍ଗିଥିବା ଯୁବ ବାହିନୀର ଜିଲ୍ଲା ସଂଯୋଜକଙ୍କୁ କଂଗ୍ରେସ ବିଧାୟକ ନଗଦ ୫୧ ହଜାର ଟଙ୍କା ପୁରସ୍କାର ରାଶି ଦେଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଖବର ମୁତାବକ ଗତ ସୋମବାର ଦିନ ଉତ୍ତରପ୍ରଦେଶର ଜଳସେଚନ ବିଭାଗର ଗେଷ୍ଟ ହାଉସ୍ରେ ଆପ୍ ନେତା ସୋମନାଥ ଭାରତୀ ରହିଥିଲେ ଏବଂ ଯେତେବେଳେ ସେ ଦଳ କାର୍ଯ୍ୟକ୍ରମ ପାଇଁ ବାହାରିଥିଲେ ତାଙ୍କ ଉପରେ କାଳୀ ଫିଙ୍ଗା ଯାଇଥିଲା । ସେପଟେ ମଙ୍ଗଳବାର ଦିନ ହରଚନ୍ଦପୁରର କଂଗ୍ରେସ ବିଧାୟକ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସିଂହଙ୍କୁ ଘରକୁ ଡାକି ୫୧ ହଜାର ଟଙ୍କା ନଗଦ ପୁରସ୍କାର ଦେବା ସହିତ ତାଙ୍କୁ ବେକରେ ଫୁଲମାଳ ପକାଇ ତାଙ୍କୁ ସମ୍ମାନିତ କରିଥିଲେ ।
କେବଳ ସେତିକି ନୁହେଁ, ଏହାସହିତ କଂଗ୍ରେସ ବିଧାୟକଙ୍କ କହିବା କଥା ଯେ ଜିତେନ୍ଦ୍ର ସିଂହ ଯାହା କରିଛନ୍ତି ଭଲ କରିଛନ୍ତି । ବରଂ ଆପ୍ ବିଧାୟକଙ୍କୁ ପୁରା କାଳୀରେ ବୁଡ଼ାଇ ଦେବା କଥା । ଦିଲ୍ଲୀରୁ ଆସି ଆପ୍ ବିଧାୟକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅପଶବ୍ଦ କହିଲେ ବରଦାସ୍ତ କରାଯିବନି । ତେବେ କଂଗ୍ରେସ ବିଧାୟକଙ୍କ ବିଜେପି ପ୍ରେମ ପୂର୍ବରୁ ଥିଲା କାରଣ ନିଜ ଦଳକୁ ବେଖାତିର କରି ସେ ବିଜେପି ସପକ୍ଷରେ ଏଭଳି ବୟାନ ବହୁବାର ଦେଇ ସାରିଛନ୍ତି । ଅନ୍ୟପକ୍ଷରେ ବିଧାୟକ ସୋମନାଥଙ୍କ ଉପରେ କାଳୀ ଫୋପଡ଼ା ନେଇ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ ।