ସଂସ୍କାର : ଆପଣ ଅନେକ ଥର ଶୁଣିଥିବେ ଯେ, ଚାର୍ଜରେ ଥିବା ସମୟରେ ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ। ବିଶେଷଜ୍ଞମାନେ ମଧ୍ୟ ଏହି ବାବଦରେ ଅନେକ ସଚେତନମୂଳକ କଥା କହିଛନ୍ତି। ଅନେକ ବିଶେଷଜ୍ଞ ଚାର୍ଜରେ ବସାଇ ମୋବାଇଲ୍ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି | ଏହା ସତ୍ତ୍ୱେ ବି ଲୋକମାନେ ଚାର୍ଜିଂରେ ରଖି ମୋବାଇଲ୍ ବ୍ୟବହାର କରୁଥିବାର ଅନେକ ନଜର ରହିଛି।
ଯଦ୍ୱାରା ଅନେକ ଦୁର୍ଘଟଣା ଘଟିଥାଏ। ଏଭଳି ଏକ ଦୁର୍ଘଟଣା ଘଟିଛି ବ୍ରାଜିଲରେ। ବ୍ରାଜିଲରେ ଜଣେ ଯୁବତୀ ମୋବାଇଲକୁ ଚାର୍ଜରେ ଲଗାଇ ଗପ ମାରୁଥିଲେ। ଆଉ ଏହି ସମୟରେ ବାହାରେ ବର୍ଷା ହେଉଥିବା କାରଣରୁ ଘଡଘଡି ମାରୁଥିଲା। ଆଉ ଘଡଘଡ଼ି ଓ ବିଜୁଳି କାରଣରୁ ଯୁବତୀଙ୍କର ମୃତ୍ୟୁ ହୋଇଯାଇଛି।
ବ୍ରାଜିଲର ସାଣ୍ଟାରାମରେ ରହୁଥିବା ଯୁବତୀଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ଫୋନକୁ ଚାର୍ଜରେ ଲଗାଇ ଯୁବତୀ ନିଜର ବୟଫ୍ରେଣ୍ଡ ସହ କଥା ହେଉଥିଲେ। ମାତ୍ର କେହି କିଛି ବୁଝିବା ପୂର୍ବରୁ ଯୁବତୀଙ୍କୁ ବିଜୁଳି ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। କୁହାଯାଉଛି ଯେ ସେହି ସମୟରେ ବର୍ଷା ହୋଇଥିଲା ଏବଂ ହଠାତ୍ ବଜ୍ରପାତ ହେତୁ କରେଣ୍ଟ ଚାର୍ଜିଂ ପଏଣ୍ଟକୁ ବାଜିଥିଲା ଆଉ ଯୁବତୀଙ୍କର ମୃତ୍ୟୁ ହୋଇଥିଲା।