୩୫ ମିନିଟ ଧରି ମୋଦି କେଉଁ ବିଷୟରେ କଥା ହେଲେ ପୁଟିନଙ୍କ ସହିତ, ପୁଟିନଙ୍କ କଥା ଶୁଣି ମୋଦି ଅବାକ୍!

ସଂସ୍କାର : ଚାଲିଛି ମହାଯୁଦ୍ଧ। ଯୁଦ୍ଧ ପରେ ବିଶ୍ୱ ଅର୍ଥନୀତି ଭୟଙ୍କର ରୂପ ନେବ। ଯାହାକି ଆମେ କେବେବି କଳ୍ପନା କରି ନ ଥିବା। ଏହି ଯୁଦ୍ଧର ପରୋକ୍ଷ ପ୍ରଭାବ ଭାରତ ଉପରେ ପଡିବ। ଭାରତ ବାହାରୁ ଆଣୁଥିବା ପ୍ରତ୍ୟେକଟି ଜିନିଷ ମହଙ୍ଗା ହେବ। ଖାସ୍ କରି ୟୁକ୍ରେନ ଆଉ ରୁଷରୁ ଯେଉଁସବୁ ଜିନିଷ ଭାରତ ଆଣୁଛି ତାହାର ମୂଲ୍ୟ ଆକାଶଛୁଆଁ ହେବ। ଏହାରି ଭିତରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପୁଣି ଥରେ କଥା ହୋଇଛନ୍ତି । ଏହି ଫୋନ କଲ୍ ପାଖାପାଖି ୩୫ ମିନିଟର ଥିଲା ବୋଲି ଜଣାପଡିଛି। ଦୁଇ ନେତା ୟୁକ୍ରେନର ସ୍ଥିତିକୁ ନେଇ ବିସ୍ତାର ଭାବେ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୟୁକ୍ରେନ ଏବଂ ଋଷ ମଧ୍ୟରେ ହେଉଥିବା ସମ୍ପୂର୍ଣ୍ଣ କଥାବାର୍ତ୍ତାର ସାରାଂଶ କହିଛନ୍ତି ବୋଲି ଜାତୀୟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି।

ଏହି କଥାବାର୍ତା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ଅପିଲ କରିଛନ୍ତି ଯେ, ଏହି ସମୟରେ ମୋଦି , ପୁଟିନଙ୍କୁ କହିଛନ୍ତି ଯେ, ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସିଧାସଳଖ କଥା ହୁଅନ୍ତୁ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନରେ ସୁମି ଭଳି ଅଞ୍ଚଳରେ ମାନବୀୟ ସାହାଯ୍ୟ ପହଞ୍ଚାଇବା ଲାଗି ଋଷ ତରଫରୁ କରା ଯାଇଥିବା ଯୁଦ୍ଧ ବିରତୀକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ନାଗରିକଙ୍କୁ ସୁମିରୁ ଖୁବଶୀଘ୍ର ସୁରକ୍ଷିତ ଫେରାଇ ଆଣିବା ଲାଗି ଜୋର ଦେଇଛନ୍ତି। ଋଷ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭରଷା ଦେଇଛନ୍ତି କି ଭାରତୀୟଙ୍କୁ ୟୁକ୍ରେନରୁ ସୁରକ୍ଷିତ ଫେରାଇ ଆଣିବା ଲାଗି ସବୁ ପ୍ରକାର ସହଯୋଗ ରୁଷ୍ କରିବ।

ଭାରତ ସରକାରଙ୍କ ସୂଚନା ମୁତାବକ, ଏହି ଦୁଇ ଶକ୍ତିଶାଳୀ ନେତା ଫୋନ କଲରେ ପାଖାପାଖି ୩୫ ମିନିଟ ପର୍ଯ୍ୟନ୍ତ କଥା ହୋଇଥିଲେ। ଉଭୟ ନେତା ୟୁକ୍ରେନର ସ୍ଥିତି ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଋଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ବାର୍ତ୍ତାଳପକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ବାହାର କରିବାକୁ ୟୁକ୍ରେନ ସରକାରଙ୍କ ଦ୍ବାରା ଦିଆ ଯାଇଥିବା ସହାୟତା ଲାଗି ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ସୁମିରୁ ଭାରତୀୟ ନାଗରିକଙ୍କୁ ବାହାର କରିବା ଲାଗି ଜାରି ପ୍ରୟାସରେ ୟୁକ୍ରେନ ସରକାରଙ୍କୁ ନିରନ୍ତର ସମର୍ଥନ ଆଶା ରଖିଛନ୍ତି। ତେବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜ ଦେଶକୁ ସାହାର୍ଯ୍ୟ କରିବା ପାଇଁ ଆମେରିକାକୁ ଅଧିକ ଯୁଦ୍ଧ ବିମାନ ପଠାଇବା ଏବଂ ଋଷରୁ ତେଲ ଆମଦାନୀ ହ୍ରାସ କରିବା ପାଇଁ ଏକ ନିବେଦନ କରିଛନ୍ତି । ଯାହା ଦ୍ୱାରା ତାଙ୍କ ଦେଶ ଋଷର ସାମରିକ କାର୍ଯ୍ୟକଳାପକୁ ପ୍ରତିହତ କରିପାରିବ ।

ନିକଟରେ ଆମେରିକାର ଆଇନଜୀବୀଙ୍କୁ ଏକ ବ୍ୟକ୍ତିଗତ ଭିଡିଓ କଲରେ ଜେଲେନସ୍କି କହିଛନ୍ତି ଯେ ସେ ତାଙ୍କୁ ଶେଷ ଥର ପାଇଁ ଜୀବନ୍ତ ଦେଖି ନିଅନ୍ତୁ। ଅନ୍ୟପଟେ ରୁଷ୍ ଆକ୍ରମଣରେ ୟୁକ୍ରେନର ଖାରକିଭ, ନକୋଲିଭ, ଜେର୍ନିହାଇଭ ଓ ସୁମୀ ଅଧିକ ପ୍ରଭାବିତ ହୋଇଛି।

Leave a Reply

Your email address will not be published. Required fields are marked *