ଭାରତ ଇତିହାସର ସବୁଠାରୁ ଭୟାନକ ଘଟଣା, ଯାହା ଆପଣଙ୍କୁ ତାଜୁବ କରିଦେବ

ଲୋକକଥା, କାହାଣୀ ଓ କିମ୍ବଦନ୍ତୀରେ ଭରପୁର ଆମ ଦେଶ । ଦେଶର ପ୍ରାୟ ସବୁ କୋଣରେ ଏମିତି କିମ୍ବଦନ୍ତୀମାନ ଅଛି, ଯେଉଁସବୁ ଶୁଣିବାକୁ ଯେତିକି ମଜାଦାର ସେହିଭଳି ରହସ୍ୟାତ୍ମକ ମଧ୍ୟ । ଯଦିଓ ଏସବୁ ଅବିଶ୍ଵାସନୀୟ କାହାଣୀ ତଥା ଲୋକକଥା, ପ୍ରମାଣ ଓ ତର୍କର ଅଭାବ ଯୋଗୁ ବର୍ତ୍ତମାନ ସୁଦ୍ଧା ସେସବୁ ମଧ୍ୟ ପୂର୍ଣ୍ଣ ସହମତି ପାଇ ନାହାନ୍ତି ।

କିଛି ଲୋକ ଏସବୁର ଉପସ୍ଥିତି ଅଛି ବୋଲି ସନ୍ଦେହ କରୁଥିବାବେଳେ କିଛି ଲୋକ ବିଶ୍ଵାସ ମଧ୍ୟ କରନ୍ତି । ଆଜି ଆମେ ନେଇଯିବୁ ଆପଣଙ୍କୁ ସେହିଭଳି ଗୋଟେ କଥାବସ୍ତୁକୁ, ଯାହାର ନାମ ହେଲା “ନାଲେ ବା” ।

“ନାଲେ ବା” ୧୯୯୦ ଦଶକରେ ବାଙ୍ଗାଲୋର ସହରର ଅନେକଗୁଡ଼ିଏ ସ୍ଥାନକୁ ଭୟରେ ବୁଡ଼ି ରହିବାକୁ ବାଧ୍ୟ କରିଥିଲା । ଏମିତିକି ଏହାକୁ ନେଇ “ସ୍ତ୍ରୀ” ନାମକ ଗୋଟେ ଭୁତ ଚଳଚିତ୍ର ବି ପ୍ରସ୍ତୁତ ହୋଇଥିଲା । ବାଙ୍ଗାଲୋରର ମାଲେଶ୍ଵରମ ଓ ରାଜାଜିନଗର ଗାଁରୁ ଆରମ୍ଭ ହେଇଥିବା ଏହି “ନାଲେ ବା” ନିଆଁ ଭଳି ବ୍ୟାପୀ ଯାଇଥିଲା ପୁରା ବାଙ୍ଗାଲୋର ସହର ସାରା । ଯେଉଁଠି ଗୋଟେ ଡାହାଣୀ ରାତି ଅଧରେ ଲୋକଙ୍କ ଘର କବାଟ ବାଡ଼ାଏ ଓ ଘରର ଯେକୌଣସି ସଦସ୍ୟଙ୍କ ସ୍ଵରରେ ଡାକେ । ଆଉ ଯଦି କିଏ କବାଟ ଖୋଲି ଦେଉଥିଲା ତେବେ ସେ ଲୋକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହେଇଯାଉଥିଲା ।

ପ୍ରଥମେ ତ ଏ ଘଟଣା ବା କାହାଣୀକୁ ଗାଁଲୋକେ ବିଶ୍ଵାସ କରୁ ନଥିଲେ । ଏମିତିକି ଫାଙ୍କିବାରେ ବି ଲାଗିଲେ । କିନ୍ତୁ କିଛି ଦିନ ପରେ ସେ ଡାହାଣୀ ଓ ତା ଦ୍ଵାରା ଶିକାର କରାଯାଇଥିବା ଲୋକଙ୍କ ଖବର ଆସିବାରେ ଲାଗିଲା ଏବଂ ମାଲେଶ୍ଵରମ ଓ ରାଜାଜିନଗର ନାମକ ଦୁଇଟି ଗାଁରେ ଆତଙ୍କ ବଢିବାରେ ଲାଗିଲା । ସ୍ଥାନୀୟ ଲୋକଙ୍କ ସହିତ ସେଠାକାର ଆଞ୍ଚଳିକ ଖବରକାଗଜରେ ବି ଏହି ଘଟଣାର ଚର୍ଚ୍ଚା କଲା । କିନ୍ତୁ ଏଥିରୁ ମୁକ୍ତି ପାଇବାର ଉପାୟ କାହା ପାଖରେ ନଥିଲା । ତେଣୁ ବାଧ୍ୟ ହୋଇ ସୂର୍ଯ୍ୟାସ୍ତ ପରେ ଗାଁ ଲୋକେ ନିଜ ନିଜ ପରିବାର ସହିତ ଘର ଭିତରେ ବନ୍ଦୀ ହେଇ ରହୁଥିଲେ । ଯେତେବି ଗୁରୁତ୍ଵପୂର୍ଣ୍ଣ କାମ ଥାଉ ପଛକେ, ସେମାନେ ଘରୁ ବାହାରୁ ନଥିଲେ । କେବଳ ସେହି ଗାଁ ଦୁଇଟି ନୁହେଁ, ବରଂ ଆଖପାଖ ଗାଁର ରାସ୍ତା ବି ଶୁନଶାନ ହେଇଯାଉଥିଲା ସଞ୍ଜ ଗଡ଼ିଲେ ।

ରାତିକର ଘଟଣା । ଶୋଇଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ଵାମୀ ଘର ବାହାରେ କବାଟ ପାଖରେ ଡାକିବାର ଶୁଭିଲା । ସେ ଉଠି ଦେଖନ୍ତି ତ ତାଙ୍କ ସ୍ଵାମୀ ତାଙ୍କ ପାଖରେ ହିଁ ଶୋଇଛନ୍ତି । ସେ ଭୟ ପାଇଲା ସତ ତଥାପି ଉଠି ଯାଇ ଝରକାରେ ଦେଖେ ତ କବାଟ ପାଖରେ କେହି ନଥିଲେ । ସେ ଫେରୁଥିଲା ଝରକା ପାଖରୁ କି ପୁଣିଥରେ ଶୁଭିଲା ତାଙ୍କୁ ତାଙ୍କ ସ୍ଵାମୀଙ୍କ ସ୍ଵରରେ ତାଙ୍କୁ ଡାକିବାର ଶବ୍ଦ । ସେ ଏଥର ନିଶ୍ଚିନ୍ତ ହୋଇସାରିଥିଲା ଯେ ଲୋକକଥା ଡାହାଣୀ ହିଁ ତାଙ୍କ ଘର ବାହାରେ ଥିଲା । ସେ ଡରରେ କମ୍ପୁଥିଲେ ଓ ତାଙ୍କ ପାଟିରୁ ବାହାରି ପଡ଼ିଲା, “ନାଲେ ବା” । କନ୍ନଡ ଭାଷାରେ ଏହାର ଅର୍ଥ ହେଉଛି, “କାଲିକୁ ଆ” । ଏତକ କହୁ କହୁ ହିଁ ସେ ଶବ୍ଦ ଆସିବା ବନ୍ଦ ହେଇଗଲା । କିନ୍ତୁ ପରଦିନ ରାତିରେ ସେ ମହିଳା ସହିତ ସମାନ ଘଟଣା ଘଟିଲା । ଆଉ ପୁଣିଥରେ ନାଲେ ବା କହୁ କହୁ ବାହାରୁ ଶବ୍ଦ ଆସିବା ବନ୍ଦ ହେଇଗଲା । ଏହିପରି ଏ ଉପାୟ କାମ ଦେଲା ଓ ଚାରିଆଡ଼େ ପ୍ରଚାର ବି ହେଇଗଲା । ଏମିତିକି ବାଙ୍ଗାଲୋରର ପ୍ରତ୍ୟେକ ଘର କବାଟରେ “ନାଲେ ବା” ଲେଖା ହୋଇଥିବା ଦେଖିବାକୁ ମିଳିଲା ।

ନାଗେଶ ନାମକ ୩୨ ବର୍ଷୀୟ ଯୁବକ ତାଙ୍କ ପରିବାର ସହିତ ମାଲେଶ୍ଵରମରେ ରହୁଥିଲେ । ଗୋଟେ ରାତିର ଘଟଣା । ଶୋଇଥିଲାବେଳେ ତାଙ୍କୁ ଲାଗିଲା ଯେପରି ତାଙ୍କ ମାଆ ତାଙ୍କୁ ଘର ବାହାରୁ ଡାକୁଛନ୍ତି ଓ କବାଟ ଠକ୍ ଠକ୍ କରି ବାଡ଼ଉଛନ୍ତି । ସେ ଉତ୍ସୁକତା ଓ ଜିଜ୍ଞାସାର ସହିତ ଯାଇ କବାଟ ଖୋଲନ୍ତି ତ କବାଟ ପାଖରେ ତାଙ୍କ ମାଆ ନୁହେଁ ସେ ଡାହାଣୀ ଠିଆ ହୋଇଥିଲା । କବାଟ ଖୋଲୁ ଖୋଲୁ ହିଁ ସେ ଡାହାଣୀ ଗୋଟେ ଭୟଙ୍କର ହସ ସହିତ ନାଗେଶକୁ ଆକ୍ରମଣ କଲା । ଆଉ ତାଙ୍କ ଜୀବନ ନେଇଗଲା । ନାଗେଶ ପରି ଏମିତି ଅନେକ ଲୋକ ଥିଲେ, ଯେଉଁମାନଙ୍କର ମୃତ୍ୟୁ ସେଇ ଡାହାଣୀ କରିଛି ବୋଲି ବିଶ୍ଵାସ କରାଯାଉଥିଲା ।

ଏ ଅଦ୍ଭୁତ ଡାହାଣୀଠାରୁ ରକ୍ଷା ପାଇବାର ଉପାୟ ସେଇ ସୂତ୍ରକୁ ସମସ୍ତେ ଆପଣେଇ ଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଥିଲା ଯେ ଯାହା ଘର ବାହାରେ, କବାଟରେ “ନାଲେ ବା” ଲେଖାଯାଇଥିଲା, ସେମାନେ କେବେ ରାତି ଅଧିଆ ଏପରି ଘଟଣାର ସମ୍ମୁଖୀନ ହୋଇନାହାନ୍ତି । ଏହି “ନାଲେ ବା”ର ପ୍ରସିଦ୍ଧି ଏତେ ହେଲା ଯେ, ଅପ୍ରେଲ ୧ ତାରିଖକୁ ବାଙ୍ଗାଲୋରରେ “ନାଲେ ବା ଡେ’ ରୂପେ ପାଳନ କରିବାରେ ଲାଗିଲେ ଲୋକେ ।  

Leave a Reply

Your email address will not be published. Required fields are marked *