ରୁଷ୍ – ୟୁକ୍ରେନ ଯୁଦ୍ଧ : ପ୍ରଥମ ଦିନରେ ଦୁଇ ଦେଶ ମଧ୍ୟରେ କଣ କଣ ସବୁ ଘଟିଛି କେତେ କ୍ଷତବିକ୍ଷତ ହୋଇଛନ୍ତି ପଢ଼ନ୍ତୁ ରିପୋର୍ଟ…

ସଂସ୍କାର : ନାଟୋର ସଦସ୍ୟତା ପାଇଁ ଚାଲିଛି ମହାନାଟ। ଗତକାଲିଠାରୁ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ଦେଶ ନିଜର ମିଳିଟେରୀ ପାୱାରରେ ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ କରିସାରିଲେଣି। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଦୁଇ ଦେଶର ଅନେକ କ୍ଷତି ହୋଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ ଉପରେ ରୁଷର ଦବଦବା ଲାଗି ରହିଛି। ୟୁକ୍ରେନ ମୋଟ ୧୫୦ ଜଣରୁ ଉର୍ଦ୍ଧ୍ବ ଲୋକଙ୍କୁ ରୁଷ୍ ମରଣ ମୁହଁକୁ ଠେଲି ସାରିଲାଣି।

ସେପଟେ ୟୁକ୍ରେନର ପାଖାପାଖି ୨୦୦ ଜଣ ଲୋକ ଆହତ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ କହୁଛି। ଅନ୍ୟପଟେ ୟୁକ୍ରେନ ମଧ୍ୟ ନିଜ ଉପରେ ହୋଇଥିବା ଏହି ଯୁଦ୍ଧର ଉତ୍ତର ଯୁଦ୍ଧରେ ଦେଇଛି। ରୁଷର ପାଖାପାଖି ୧୦୦ ଜଣଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ବେଳେ, ପ୍ରାୟ ୧୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଉ ସେମାନେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ରୁଷ ଗଣମାଧ୍ୟମରୁ ଜଣାପଡିଛି।

ରୁଷ୍-ୟୁକ୍ରେନ ବିବାଦ ଗୁରୁବାର ଏକ ଯୁଦ୍ଧରେ ପରିଣତ ହୋଇଛି। ରୁଷର୍ ସୈନ୍ୟବାହିନୀ ଗୁରୁବାର ସକାଳ ୮ ଟା ୩୦ ରୁ ୟୁକ୍ରେନ ରାଜଧାନୀ କିଭ୍ ସମେତ ୧୪ ଟି ସ୍ଥାନରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ପ୍ରଥମେ ୫୫ ଜଣ ୟୁକ୍ରେନ ସୈନିକ ଏବଂ ୧୨ ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ। ଆଉ ଠିକ ସେହି ସମୟରେ ୟୁକ୍ରେନ ମଧ୍ୟ ରୁଷର ୫୦ ଜଣ ସୈନିକ ଏବଂ ୭୦ ଜଣ ସାଧାରଣ ନାଗରିକଙ୍କୁ ନିହତ କରିଥିବା ଦାବି କରିଥିଲା। ବିଳମ୍ବିତ ରାତିରେ ରୁଷର ରାଷ୍ଟ୍ରପତି ଗଣମାଧ୍ୟମକୁ କହିଛନ୍ତି ଯେ ଆକ୍ରମଣ ଆହୁରି ଜାରି ରହିବ। ଏହି ଆକ୍ରମଣ ତୀବ୍ର ରୂପ ନେବ।

ରୁଷର ୟୁକ୍ରେନ ଉପରେ ଆକ୍ରମଣର ୮ ଘଣ୍ଟା ମଧ୍ୟରେ ନାଟୋ ନିଜର ମତ ପ୍ରକାଶ କରିଥିଲା। ସଦସ୍ୟ ଦେଶମାନଙ୍କ ସହ ସାକ୍ଷାତ ପରେ ନାଟୋ କହିଥିଲା ଯେ ଆମେ ୟୁକ୍ରେନ ସହିତ ଛିଡା ହୋଇଛୁ। ଆମେରିକା, ବ୍ରିଟେନ, ଚେକ ରିପବ୍ଲିକ୍, ବେଲଜିୟମ ଏବଂ ୟୁରୋପୀୟ ୟୁନିଅନ୍ ମଧ୍ୟ ରୁଷର ଆକ୍ରମଣକୁ ନିନ୍ଦା କରିଛନ୍ତି।

ତେବେ ଏହାପୂର୍ବରୁ ପୁଟିନ ସାମରିକ ଅପରେସନ ଘୋଷଣା କରିବାବେଳେ ଧମକ ଦେଇଥିଲେ ଯେ ଏହି ଘଟଣାରେ କେହି ହସ୍ତକ୍ଷେପ କରିବେ ନାହିଁ, ନଚେତ୍ ପରିଣାମ ସେମାନଙ୍କ ପାଇଁ ବି ଖରାପ ହେବ। ଏହି ଧମକ ରୁଷ୍ ରାଷ୍ଟ୍ରପତି ପୁଟିନ, ଆମେରିକା, ବ୍ରିଟେନ ଏବଂ ନାଟୋରେ ଥିବା ଦେଶ ପାଇଁ କରିଥିଲେ। କିନ୍ତୁ ରୁଷର ଏହି ପଦକ୍ଷେପକୁ ଆମେରିକା ସମେତ ବିଶ୍ୱର ଅନେକ ବଡ ଦେଶ ତୀବ୍ର ସମାଲୋଚନା କରିଛନ୍ତି ଏବଂ ଏହାର ଜବାବ ଅତିଶୀଘ୍ର ଦିଆଯିବ ବୋଲି ରୁଷକୁ ସଚେତନ କରାଇଛନ୍ତି।

ରୁଷର ୟୁକ୍ରେନ ଉପରେ ଆକ୍ରମଣ ପରେ ସେଠାରେ ମୃତ୍ୟୁର ଛାୟା ଖେଳିଯାଇଛି। ଅନ୍ୟପକ୍ଷରେ, ଗତ ୨୩ ବର୍ଷ ପରେ ମସ୍କୋରେ ପହଞ୍ଚିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏଭଳି ବିବୃତ୍ତି ଦେଇଛନ୍ତି, ଯେଉଁଥିପାଇଁ ସେ ସମାଲୋଚନାର ଶିକାର ହୋଇଛନ୍ତି।

କାରଣ ଗତ ୨୩ ବର୍ଷ ପରେ କେହି ଜଣେ ପାକିସ୍ତାନର ରାଜନେତା ରୁଷ୍ ଯାଇଛନ୍ତି। ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରିଥିବା ରୁଷର ପ୍ରତିନିଧୀଙ୍କୁ ଇମ୍ରାନ କହିଛନ୍ତି – ୱୋ କେଉଁ ସମୟରେ, ଯେତେବେଳେ ମୁଁ ଏଠାରେ ପହଞ୍ଚିଛି। ମୁଁ ବହୁତ ଖୁସି । ସୂଚନାଯୋଗ୍ୟ ଯେ, ଏହି ଆକ୍ରମଣ ପରେ ଇମ୍ରାନ ହେଉଛନ୍ତି ପ୍ରଥମ ଦେଶ ମୁଖିଆ ଯିଏକି ରୁଷ୍ ଗସ୍ତରେ ଯାଇଛନ୍ତି। ଅନ୍ୟପକ୍ଷରେ, ଇମ୍ରାନଙ୍କ ଦୁଇ ଦିନ ଧରି ମସ୍କୋ ଗସ୍ତରେ ଆମେରିକା ତୀବ୍ର ପ୍ରତିକ୍ରିୟା ଦେଇଛି। ୟୁକ୍ରେନରେ ରୁଷର କାର୍ଯ୍ୟକଳାପ ଉପରେ ପ୍ରଶ୍ନ କରିବା ପ୍ରତ୍ୟେକ ଦାୟିତ୍ୱପୂର୍ଣ୍ଣ ଦେଶର ଦାୟିତ୍ୱ ବୋଲି ଆମେରିକା କହିଛି। ସେପଟେ ଚୀନ ମଧ୍ୟ ରୁଷକୁ ସପୋର୍ଟ କରିଛି। ଯାହାକି ରୁଷ୍ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି।

ବର୍ତ୍ତମାନ ଗତ ୨୪ ଘଣ୍ଟା ମଧ୍ୟରେ ସାଧାରଣ ନାଗରିକ ଏବଂ ସାମରିକ କର୍ମଚାରୀଙ୍କ ସମେତ ରୁଷର ଆକ୍ରମଣରେ ୧୫୦ ୟୁକ୍ରେନୀୟଙ୍କ ମୃତ୍ୟୁ ଘଟିଛି। ଆମେରିକା କହିଛି ଯେ ରୁଷ ୟୁକ୍ରେନ ଉପରେ ୧୬୦ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ସେପଟେ ପ୍ରଥମ ଦିନରେ ୟୁକ୍ରେନ ଉପରେ ୨୦୩ ଟି ଆକ୍ରମଣ ହୋଇଥିବା ରୁଷ କହିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ରୁଷର ସୈନ୍ୟମାନେ ରାଜଧାନୀ କଭିରେ ପ୍ରବେଶ କରିଛନ୍ତି। ମୁଁ ସେମାନଙ୍କର ପ୍ରଥମ ଟାର୍ଗେଟ ଏବଂ ପରେ ମୋ ପରିବାର। ଅନ୍ୟପକ୍ଷରେ ରୁଷ ଉଭୟ ଆକାଶ ଏବଂ ସ୍ଥଳଭାଗରୁ ୟୁକ୍ରେନକୁ ଆକ୍ରମଣ କରିଛି। ତେବେ ୟୁକ୍ରେନର ରାଷ୍ଟ୍ରପତି ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ମୋ ଦେଶ ଛାଡି ଯିବି ନାହିଁ। ମୋତେ ସମସ୍ତ ଦେଶ ଅଲଗା କରିଦେଲା। କେହି ବି ମୋର ସାଥ୍ ଦେଉନାହାନ୍ତି। ସମସ୍ତେ ସହାନୁଭୂତି ଦେଉଛନ୍ତି। ସେ ଆମେରିକା ହେଉ କି ବ୍ରିଟେନ।

ତେବେ ଭାରତ ବର୍ତ୍ତମାନ ଦୋଛକିରେ ଅଛି। ଭାରତ ଶାନ୍ତି ଚାହୁଁଚି ବୋଲି ଜାତୀୟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି। ସେପଟେ ଡେରି ରାତିରେ ଆମ ପ୍ରଧାନମନ୍ତ୍ରୀ ମୋଦି ରୁଷର୍ ରାଷ୍ଟ୍ରପତି ପୁଟିନଙ୍କ ସହିତ କଥା ହୋଇଛନ୍ତି। କାରଣ ବିଶ୍ୱ ଜାଣିଛି ଯେ, ଭାରତ ହିଁ ଏକ ମାତ୍ର ଦେଶ ଯିଏକି ଏହି ଯୁଦ୍ଧ ପରିସ୍ଥିତିକୁ ରୋକିପାରିବ। କାରଣ ଭାରତ ଏବଂ ରୁଷ୍ ଘନିଷ୍ଠ ବନ୍ଧୁ ଅଟନ୍ତି। ତେଣୁ ଭାରତକୁ ସାହାଯ୍ୟ ମାଗିଥିଲା ୟୁକ୍ରେନ।

ରୁଷର ୟୁକ୍ରେନ ଉପରେ ଆକ୍ରମଣ ବିଶ୍ୱକୁ ଏକ ବିପଜ୍ଜନକ ଯୁଦ୍ଧର ବିପଦରେ ପକାଇ ଦେଇଛି। ବିଶ୍ୱାସ କରାଯାଏ ଯେ ଆଗାମୀ ଦିନରେ ଯଦି ରୁଷ ଏବଂ ଆମେରିକାର ପ୍ରାଧାନ୍ୟ ବିସ୍ତାରିତ ନାଟୋ ଦେଶ ମଧ୍ୟରେ ତିକ୍ତତା ବଢ଼ିଯାଏ, ତେବେ ଏହା ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ଗତି କରିପାରେ , ଏଥିରେ ଟିକେ ବି ସନ୍ଦେହ ନାହିଁ।

Leave a Reply

Your email address will not be published. Required fields are marked *