ସଂସ୍କାର : ବର୍ତ୍ତମାନ ଆକ୍ସନ ମୁଡ୍ ରେ ରହିଛି ଆଫଗାନିସ୍ତାନ ସେନା। ଆଫଗାନିସ୍ତାନରୁ ବିଦେଶୀ ସେନା ପ୍ରତ୍ୟାହୃତ ହେଉଛି, ଏହି କ୍ରମରେ ଶନିବାର ଠାରୁ ଦେଶର ବିଭିନ୍ନ ସ୍ଥାନରେ ନିରାପତ୍ତା ବଳ ଚଳାଇଥିବା ଅଭିଯାନରେ ପ୍ରାୟ ତାଲିବାନ୍ ଗ୍ରୁପ୍ର ୩୦୦ ସଦସ୍ୟଙ୍କୁ ଆଫଗାନିସ୍ତାନ ରାସ୍ତାରୁ ସଫା କରିଦେଇଛି। ୩୦୦ ରୁ ଅଧିକ ନିହତ ହୋଇଥିବା ବେଳେ ଆହୁରି ଅନେକ ଆହତ ମଧ୍ୟ ହୋଇଛନ୍ତି।
ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଦେଇଛି ଯେ, ଗଜନି, କାନ୍ଦାହାର, ହେରାତ୍, ଫାରା, ଜୌଜାନ୍, ବାଲକ୍, ସାମାନଗାଁ, ହେଲମାନ୍ଦ, ତାଖାର, କୁନ୍ଦୁଜ, ବାଗଲାନ୍, କାବୁଲ ଏବଂ କପିସା ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ‘ଆଫଗାନିସ୍ତାନ ନ୍ୟାସ୍ନାଲ୍ ଡିଫେନ୍ସ୍ ଆଣ୍ଡ୍ ସିକ୍ୟୁରିଟି ଫୋର୍ସେସ୍’ ର ଅଭିଯାନରେ ୩୦୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଏହା ସହ ୧୦୦ ଜଣ ରୁ ଅଧିକ ଆତଙ୍କବାଦୀ ଆହତ ହୋଇଛନ୍ତି।