ସଂସ୍କାର: ପୁନେରୁ ଉଜୈନ ଅଭିମୁଖେ ଯାଉଥିବା ଅଶୋକ ଟ୍ରାଭେଲସ ନାମକ ବସରୁ ମା’ ଓ ପୁଅକୁ ସନ୍ଦିଗ୍ଧ ଭାବେ ଉଦ୍ଧାର କରାଯାଇଛି । ରାସ୍ତା ମଝିରେ ମହିଳା ଶିକ୍ଷକ ଜଣକ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଅଣନିଶ୍ୱାସୀ ହେଉଥିବାର ମଧ୍ୟ କହିଥିଲେ । ଇନ୍ଦୋର ପହଁଚିବା ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯାଇଥିଲା। ଏହାପରେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା, ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିଲା।
ଏଥିପାଇଁ ବସ କଣ୍ଡକ୍ଟର ଓ ଡ୍ରାଇଭରଙ୍କ ଅବହେଳା ବୋଲି ଅଭିଯୋଗ ହୋଇଛି। ମୃତକଙ୍କ ପରିବାର ଲୋକେ ବସ କଣ୍ଡକ୍ଟର ଓ ଡ୍ରାଇଭରଙ୍କୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି।
ମୃତକ ମାନେ ହେଲେ ପୁଷ୍ପା (୫୬) ଓ ତାଙ୍କର ୧୧ ବର୍ଷର ପ୍ରୁଅ ଆଦିତ୍ୟ । ଉଭୟଙ୍କୁ ଉଜୈନର ବେଦ ନଗର ନିବାସୀ ଦିପିକା ସେମାନଙ୍କ ସହିତ ଉଜୈନ ଅଭିମୁଖେ ବାହାରିଥିଲେ ।
ରାସ୍ତା ମଝିରେ ଉଭୟ ମା’ ଓ ପୁଅଙ୍କ ଖରାପ ସ୍ୱାସ୍ଥ୍ୟବାସ୍ଥା ନେଇ ବସକଣ୍ଡକ୍ଟରଙ୍କୁ ଜଣାଇଦିଆଯାଇଥିଲା । କିନ୍ତୁ ସେମାନେ ତାଙ୍କ କଥାକୁ ହାଲୁକା ଭାବେ ଗ୍ରହଣ କରିଥିଲେ । ଆଉ ଶେଷରେ ଦୁଇଟି ଅମୂଲ୍ୟ ଜୀବନ ଚାଲିଗଲା।