ସଂସ୍କାର : ଦିନକୁ ଦିନ ଦୁର୍ଘଟଣା ଜନିତ ଘଟଣା ବଢୁଥିବାରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯାଇଛି । ତେବେ ପରିବର୍ତ୍ତିତ ନିୟମ ଅନୁଯାୟୀ ଆପଣଙ୍କ ନିକଟରେ ଗାଡ଼ି କାଗଜପତ୍ର ଥିଲେ ବି ଆପଣଙ୍କର କଟିପାରେ ଚାଲାଣ । ତେବେ ଆସନ୍ତୁ ଜାଣିବା କେମିତି?
ମୋଟର ଭେଇକିଲ (ଏମଭିଏ) ଅନୁଯାୟୀ ଯଦି ଆପଣ ଚେକିଂ ବେଳେ ଟ୍ରାଫିକ ପୋଲିସକୁ କୌଣସି ପ୍ରକାର ର୍ଦୁବ୍ୟବହାର କରୁଛନ୍ତି ତେବେ ଆପଣଙ୍କର ଚାଲାଣ କଟିବ । ତେଣୁ ଏଣିକି ର୍ଦୁବ୍ୟବହାର କଲେ ଆପଣଙ୍କୁ ପଡ଼ିପାରେ ମହଙ୍ଗା ।
ସେହିପରି ନୂଆ ଟ୍ର୍ରାଫିକ ନିୟମ ଅନୁସାରେ ଯଦି ଆପଣ ହେଲମେଟ ପିନ୍ଧିଛନ୍ତି ଆଉ ଟ୍ରାଫିକ ପୋଲିସଙ୍କୁ ର୍ଦୁବ୍ୟବହାର କରିଛନ୍ତିି ତେବେ ଆପଣଙ୍କୁ ଏଥିପାଇଁ ଦେବାକୁ ପଡ଼ିବ ଜରିମାନା । କିନ୍ତୁ ଏମିତିରେ ୧୯୪ ଏମଭିଏ ଆକ୍ଟ ଅନୁସାରେ ହେଲମେଟ ନପିନ୍ଧିଲେ ୧୦୦୦ ଟଙ୍କା ଫାଇନ ଦେବାକୁ ପଡୁଥିଲା କିନ୍ତୁ ଏମିତି ପରିସ୍ଥିତିରେ ହେଲମେଟ ପିନ୍ଧି ବି ଫାଇନ କଟିବ। ଏଣୁ ଟ୍ରାଫିକ୍ ପୋଲିସ ଧରିଲେ ଚୁପଚାପ ତାଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ଦେବେ। ଯୁକ୍ତି କରିବେ ନାହିଁ। ଯୁକ୍ତି କଲେ ଗଣିବେ ମୋଟା ଅଙ୍କର ତଣ୍ଡ।