ରାଜ୍ୟପାଳଙ୍କୁ ଲାଗିଲା ଯୌନ ଭୋକ ; ୧୧ ଜଣ ମହିଳାଙ୍କର କଲେ ଯୌନ ଶୋଷଣ, ଇସ୍ତଫା ମାଗିଲେ ରାଷ୍ଟ୍ରପତି

ସଂସ୍କାର : ରାଜ୍ୟପାଳଙ୍କୁ ଲାଗିଲା ଯୌନ ଭୋକ। ଆଉ ଏହି ଭୋକକୁ ମେଣ୍ଟାଇବା ପାଇଁ ସେ କଲେ ମହିଳାଙ୍କର ଯୌନ ଶୋଷଣ। ଗୋଟିଏ କି ଦୁଇଟି ନୁହେଁ , ପାଖାପାଖି ୧୧ ଜଣ ମହିଳାଙ୍କର ଯୌନକୁ ଶୋଷଣ କଲେ ନିଜେ ରାଜ୍ୟପାଳ। ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି ଆମେରିକାର ନ୍ୟୁୟର୍କ ଗଭର୍ଣ୍ଣର ଆଣ୍ଡ୍ରିୟୁ କୁଏମୋଙ୍କ ନାମରେ। ଆଣ୍ଡ୍ରିୟୁ ବର୍ତ୍ତମାନ ବିବାଦ ଘେରରେ ରହିଛନ୍ତି। ତାଙ୍କର ଏହି କାଣ୍ଡକୁ ନେଇ ସବୁଠି ଚର୍ଚ୍ଚା। ଏମିତିକି ବିଶ୍ୱର ସବୁ ଗଣମାଧ୍ୟମରେ ବର୍ତ୍ତମାନ ଏହି ପ୍ରସଙ୍ଗରେ ଆଲୋଚନା ଜୋର ଧରିଛି।

ତେବେ ଖୋଲତାଡ଼ କରିବା ପରେ ଜଣାପଡିଛି ଯେ ରାଜ୍ୟପାଳ ଆଣ୍ଡ୍ରିୟୁ ୧୧ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଇଚ୍ଛା ବିରୁଦ୍ଧରେ ଚୁମ୍ବନ, ଆଲିଙ୍ଗନ ଏବଂ ଅଶ୍ଳୀଳ କଥା ମଧ୍ୟ କହୁଥିଲେ। ଏପରିକି ମହିଳାମାନଙ୍କର ଅନେକ ସ୍ଥାନକୁ ସ୍ପର୍ଶ କରୁଥିଲେ। ତେବେ ୧୧ ଜଣ ମହିଳାଙ୍କ ମଧ୍ୟରେ ରହିଛନ୍ତି ଅନେକ ରାଜ୍ୟ ସରକାରଙ୍କ ପୂର୍ବତନ ତଥା ବର୍ତ୍ତମାନର ମହିଳା କର୍ମଚାରୀ ।

ଘଟଣା ଜଣାପଡିବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ନ୍ୟୁୟର୍କର ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପାଇଁ ଜୋର ଦେଇଛନ୍ତି। ରାଷ୍ଟ୍ରପତି ବିଡେନ କହିଛନ୍ତି ଯେ, ଡେମୋକ୍ରାଟିକ୍ ଗଭର୍ଣ୍ଣର ୧୧ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି । ନ୍ୟୁୟର୍କ ଆଟର୍ଣ୍ଣି ଜେନେରାଲ ଲେଟିସିଆ ଜେମ୍ସ ନ୍ୟୁୟର୍କ ଗଭର୍ଣ୍ଣର ଆଣ୍ଡ୍ରିୟୁ କୁଏମୋଙ୍କ ବିରୋଧରେ ତାଙ୍କ ତଥ୍ୟ ଉପସ୍ଥାପନ କରିଛନ୍ତି ।

ତେବେ ରାଜ୍ୟପାଳ ଆଣ୍ଡ୍ରିୟୁ କୁଏମୋଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି । ଯାଞ୍ଚ କରୁଥିବା ଟିମର ଅଧିକାରୀମାନେ ୧୬୫ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ସବୁକିଛି ବିସ୍ତୃତ ଭାବରେ ଅଛି ।

Leave a Reply

Your email address will not be published. Required fields are marked *