ଅପ୍ରେଲ ୧୫ରୁ ରେଳ ସେବା ପୁଣିଥରେ ଆରମ୍ଭକୁ ନେଇ ଏଇଆ କହିଛନ୍ତି ରେଳ ମନ୍ତ୍ରଳାୟ

ରେଳ ମନ୍ତ୍ରଣାଳୟ ଟ୍ଵିଟ କରି ଗଣମାଧ୍ୟମର ସେ ରିପୋର୍ଟଗୁଡ଼ିକୁ ଖଣ୍ଡନ କରିଛି ଯେଉଁଥିରେ ଅପ୍ରେଲ ୧୫ ରୁ ରେଳ ଚଳାଚଳ ପୁଣିଥରେ ଆରମ୍ଭ ହେବାକୁ ନେଇ ଦାବି ହୋଇଥିଲା । ଗୁରୁବାର ଦିନ ମନ୍ତ୍ରାଳୟ କହିଛି ଯେ ଏନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏକ ବିବୃତ୍ତିରେ ସେ କହିଛି ଯେ ଲକଡାଉନ ପରବର୍ତ୍ତୀ ସମୟ ମଧ୍ୟରେ ଯାତ୍ରୀମାନଙ୍କ ଯାତ୍ରା ସମ୍ବନ୍ଧୀୟ କୌଣସି ସରକାରୀ ବ୍ୟବସ୍ଥା ଜାରି କରାଯାଇ ନାହିଁ । ଏହାଛଡ଼ା ଯେତେବେଳେ ନିଷ୍ପତ୍ତି ନିଆଯିବ ସମସ୍ତ ହିତାଧିକାରୀଙ୍କୁ ମଧ୍ୟ ଅବଗତ କରାଇ ଦିଆଯିବ ବୋଲି ମନ୍ତ୍ରଣାଳୟ କହିଛି ଏବଂ ଅନୁରୋଧ କରିଛି କୌଣସି ବିଭ୍ରାନ୍ତିକର ରିପୋର୍ଟ ପ୍ରକାଶ ନକରିବାକୁ ।

କିଛି ଗଣମାଧ୍ୟମ ରିପୋର୍ଟରେ ସରକାରୀ ବ୍ୟବସ୍ଥାଗୁଡିକର ସବିଶେଷ ତଥ୍ୟ ପ୍ରକାଶ ପାଇବା ପରେ ଏହି ସ୍ପଷ୍ଟୀକରଣ ଆସିଛି ଯାହା ଲକଡାଉନ୍ ଉଠାଯିବା ପରେ ଯାତ୍ରୀ ଯାତ୍ରା ପାଇଁ ଅନୁସରଣ କରାଯିବ । ରିପୋର୍ଟରେ ଦର୍ଶାଯାଇଛି ଯେ ଟ୍ରେନର ନିର୍ଦ୍ଧାରିତ ସମୟ ପୂର୍ବରୁ ଯାତ୍ରୀମାନଙ୍କୁ ରେଳ ଷ୍ଟେସନରେ ପହଞ୍ଚିବା ଆବଶ୍ୟକ ହୋଇପାରେ ।

ଅପ୍ରେଲ ୮ ତାରିଖରେ ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (IRCTC), ଭାରତୀୟ ରେଳର ଟିକେଟ ବିଭାଗ ଏହାର ତିନୋଟି ଘରୋଇ ଟ୍ରେନ୍ ବୁକିଂକୁ ଅପ୍ରେଲ ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଘୋଷଣା କରିଥିଲା । ଅହମ୍ମଦାବାଦ-ମୁମ୍ବାଇ ଏବଂ ଦିଲ୍ଲୀ-ଲକ୍ଷ୍ନୌ ପାଇଁ ଥିବା  ତେଜସ ଏକ୍ସପ୍ରେସ ସହିତ ବାରାଣାସୀ-ଇନ୍ଦୋର ପର୍ଯ୍ୟନ୍ତ ଚାଲୁଥିବା କାଶୀ ମହାକଲ ଏକ୍ସପ୍ରେସକୁ ପାଇଁ ବୁକିଂକୁ ମଧ୍ୟ ବାତିଲ କରାଯାଇଥିଲା ।

କୋଭିଡ-୧୯ ବିସ୍ତାରକୁ ମୁକାବିଲା କରିବା ପାଇଁ ଭାରତୀୟ ରେଳବାଇ ମାର୍ଚ୍ଚ ୨୪ରୁ ଅପ୍ରେଲ ୧୪ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀ, ମେଲ ଏବଂ ଏକ୍ସପ୍ରେସ ଟ୍ରେନ ସେବାକୁ ସ୍ଥଗିତ ରଖିଥିଲା । ସମଗ୍ର ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ବଜାୟ ରଖିବା ପାଇଁ କେବଳ ସାମଗ୍ରୀ ଏବଂ ସ୍ୱତନ୍ତ୍ର ପାର୍ସଲ ଟ୍ରେନ୍ କାର୍ଯ୍ୟକ୍ଷମ ।

Leave a Reply

Your email address will not be published. Required fields are marked *