କୌଣସି ଝିଅ ବି ମନା କରି ପାରୁନାହାନ୍ତି ବିବାହ ପାଇଁ , ୮ ଜଣଙ୍କୁ ବିବାହ କରିଛନ୍ତି ଏହି ବ୍ୟକ୍ତି, ପ୍ରତ୍ୟେକଙ୍କ ସହ କରୁଛନ୍ତି ମନ ଇଚ୍ଛା ରୋମାନ୍ସ.

ସଂସ୍କାର : ଜଣେ କିମ୍ବା ଦୁଇ ଜଣଙ୍କୁ ନୁହଁ, ଆଠ ଆଠ ଜଣଙ୍କୁ ବିବାହ କରିଛନ୍ତି ଏହି ବ୍ୟକ୍ତି। ଆଉ ନିଜର ଆଠ ଜଣ ସ୍ତ୍ରୀଙ୍କ ସହିତ ସୁଖରେ ଜୀବନ ଅତିବାହିତ ବି କରୁଛନ୍ତି । ଏହି ବ୍ୟକ୍ତିଙ୍କର ଆଠ ଜଣ ସ୍ତ୍ରୀ ନିଜ ନିଜ ମଧ୍ୟରେ କେବେବି ଝଗଡା ଲାଗନ୍ତି ନାହିଁ। ସମସ୍ତେ ଗୋଟିଏ ଛାତ ତଳେ ମଧ୍ୟ ରହୁଛନ୍ତି । ହଁ କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନିରାଟ ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଥାଇଲାଣ୍ଡରେ । ସେଠାରେ ରହୁଥିବା ଜଣେ ବ୍ୟକ୍ତି ନିଜର ୮ଜଣ ସ୍ତ୍ରୀଙ୍କ ସହ ଗୋଟିଏ ଘରେ ସୁଖଶାନ୍ତିରେ ରହୁଛନ୍ତି।

କୌଣସି ପୁରୁଷ ପାଇଁ ଦୁଇ ଜଣ ପତ୍ନୀଙ୍କ ସହିତ ଗୋଟିଏ ଘରେ ରହିବା ଅତ୍ୟନ୍ତ କଷ୍ଟକର ପାଠ। କିନ୍ତୁ ଥାଇଲାଣ୍ଡରେ ଜଣେ ବ୍ୟକ୍ତି ନିଜର ଆଠ ଜଣ ପତ୍ନୀଙ୍କ ସହିତ ଗୋଟିଏ ଛାତ ତଳେ ରୁହନ୍ତି। ଏହି ବ୍ୟକ୍ତିଙ୍କର ବ୍ୟକ୍ତିଗତ ଜୀବନର କାହାଣୀ ବର୍ତ୍ତମାନ ସମଗ୍ର ବିଶ୍ୱ ପଢୁଛି।

ଓଡିଟି ସେଣ୍ଟ୍ରାଲ ଅନୁଯାୟୀ, ଅନଗ ଡ୍ୟାମ ସୋରୋଟ ନାମକ ଏହି ବ୍ୟକ୍ତି ଜଣେ ପେସାଦାର ଟାଟୁ ଆର୍ଟିଷ୍ଟ। ତାଙ୍କୁ ଏକ ଟିଭି ଶୋ’ରେ ଦେଖିବାକୁ ମିଳିଥିଲା ​​ଯେଉଁଠାରେ ସେ ନିଜ ପତ୍ନୀମାନଙ୍କ କାହାଣୀ ବିଷୟରେ ବର୍ଣ୍ଣନା କରିଥିଲେ। ଆଉ ଯେତେବେଳେ ଏହି ବ୍ୟକ୍ତିଙ୍କର କାହାଣୀ ସୋସିଆଲ ମିଡ଼ିଆରେ ଆସିଲା ସେତେବେଳେ ଏହି ବ୍ୟକ୍ତିଙ୍କର କାହାଣୀ ଭାଇରାଲ ହୋଇଗଲା।

ରିପୋର୍ଟ ଅନୁଯାୟୀ, ସାକ୍ଷାତକାରର ଏହି ଭିଡିଓ କେବଳ ୟୁଟ୍ୟୁବରେ ୩ କୋଟିରୁ ଅଧିକ ଲୋକ ଦେଖି ସାରିଲେଣି। ଏକ ସାକ୍ଷାତକାର ସମୟରେ ସେ କହିଥିଲେ ଯେ ତାଙ୍କ ପତ୍ନୀମାନେ ପରସ୍ପର ସହ ବହୁତ ଭଲରେ ରୁହନ୍ତି ଏବଂ ସେମାନେ ସମସ୍ତେ ଏକ ପରିବାରରେ ରହୁଥିବାରୁ କାହାରି ସହିତ ଝଗଡ଼ା ଲାଗନ୍ତି ନାହିଁ।

ସୋରଟ କୁହନ୍ତି କି ସେ ତାଙ୍କର ପ୍ରଥମ ସ୍ତ୍ରୀ ନେଙ୍ଗ ସ୍ପ୍ରାଇଟଙ୍କୁ ଜଣେ ସାଙ୍ଗର ବାହାଘରରେ ଭେଟିଥିଲେ । ଠିକ୍ ସାହିପରି ସେ ତାଙ୍କର ଦ୍ବିତୀୟ ସ୍ତ୍ରୀ ନେଙ୍ଗ ଏଲଙ୍କୁ ଏକ ମାର୍କେଟରେ ଦେଖିଥିଲେ, ଆଉ ପ୍ରଥମ ଦେଖାରେ ପ୍ରେମ ହୋଇଯାଇଥିଲା । ଆଶ୍ଚର୍ଯ୍ୟର କଥା ଏହି କି ଯେ ସେ ତାଙ୍କର ପ୍ରଥମ ସ୍ତ୍ରୀଙ୍କ କଥା ଜାଣି ସୁଦ୍ଧା ବିବାହ କରିବାକୁ ରାଜି ହୋଇଯାଇଥିଲେ । ସେହିଭଳି ତୃତୀୟ ସ୍ତ୍ରୀଙ୍କୁ ଏକ ହସ୍ପିଟାଲରେ ଏବଂ ଚତୁର୍ଥ, ପଞ୍ଚମ ଓ ଷଷ୍ଠଙ୍କୁ ସୋସିଆଲ ମିଡ଼ିଆରେ ଭେଟିଥିଲେ ।

୬ଜଣ ସ୍ତ୍ରୀଙ୍କ ପରେ ବି ଓଙ୍ଗ ଡ୍ୟାମ ସୋରେଟ ମନ୍ଦିରରେ ଜଣେ ମହିଳାଙ୍କୁ ଦେଖି ତାଙ୍କ ସମ୍ମୁଖରେ ବିବାହର ପ୍ରସ୍ତାବ ରଖିଥିଲେ ଏବଂ ସେ ବି ମାନି ଯାଇଥିଲେ । ଏହିଭଳି ଭାବେ ସେ ତାଙ୍କର ସପ୍ତମ ସ୍ତ୍ରୀଙ୍କୁ ଘରକୁ ନେଇ ଆସିଥିଲେ । ସୂଚନା ଅନୁସାରେ ପଟାୟାରେ ଛୁଟି କଟାଇବାବେଳେ ତାଙ୍କର ଅଷ୍ଟମ ତଥା ଶେଷ ସ୍ତ୍ରୀ ନେଙ୍ଗ ମାଇଙ୍କୁ ଭେଟିଥିଲେ । ଆଶ୍ଚର୍ଯ୍ୟର କଥା ଏହା କି ଯେ ଯାତ୍ରା କରିବା ସମୟରେ ତାଙ୍କର ୪ଜଣ ସ୍ତ୍ରୀ ବି ତାଙ୍କ ସହ ଥିଲେ । ମାତ୍ର ପୁଣି ଥରେ ତାଙ୍କର ପ୍ରେମ ହୋଇଯାଇଥିଲା । ଓଙ୍ଗ ଡ୍ୟାମ ସୋରେଟଙ୍କ ସଫଳ ଏବଂ ଖୁସି ଜୀବନର ରାଜ୍ ହେଉଛି ତାଙ୍କର ଯତ୍ନନେବା ସ୍ବଭାବ । ତାଙ୍କର ସ୍ତ୍ରୀମାନଙ୍କ କହିବା କଥା କି ସୋରେଟ ଜଣେ ଦାୟିତ୍ବ ସମ୍ପନ୍ନ ବ୍ୟକ୍ତି ଯିଏ ସବୁ ଦେଖାରଖା କରନ୍ତି।

Leave a Reply

Your email address will not be published. Required fields are marked *