କିମ୍ ଜୋଙ୍ଗ ଉନ୍ ଉତ୍ତର କୋରିଆର ଏକଛତ୍ର ଶାସକ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ତାଙ୍କର ହୃଦ୍ରୋଗ ସମସ୍ୟା ରହିଛି । କିମ୍ ଜୋଙ୍ଗଙ୍କର ଅସ୍ତ୍ରୋପଚାର କରାଯାଇଥିଲା ମାତ୍ର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ବିଗିଡ଼ି ଯାଇଛି ବୋଲି ସୂଚନା ମିଳିଛି ।
କିମ୍ଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଜଣେ ଆମେରିକୀୟ ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି । ସେ ଗତ କିଛି ମାସ ହେବ ଅସୁସ୍ଥ ଥିଲେ ଓ ଅତ୍ୟଧିକ ଧୂମ୍ରପାନ କରୁଥିଲେ । ମେଦବହୁଳତା ମଧ୍ୟ ତାଙ୍କର ଆଉ ଏକ ସମସ୍ୟା । କିମ୍ ଜୋଙ୍ଗଙ୍କୁ ଶେଷଥର ପାଇଁ ଅପ୍ରେଲ ୧୧ ତାରିଖରେ ଦେଖିବାକୁ ମିଳିଥିଲା ବୋଲି ସୂଚନା ମିଳେ । କିମ୍ଙ୍କ ଜେଜେବାପାଙ୍କ ଜନ୍ମଦିନ ଭୋଜିରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳି ନଥିଲା ।
ପ୍ରତିବର୍ଷ ଉତ୍ତର କୋରିଆର ପ୍ରତିଷ୍ଠାତା କିମ-୨ ସୁଙ୍ଗଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମ ତଥା ଜେଜେବାପାଙ୍କ ଜନ୍ମଦିନ ଅପ୍ରେଲ ୧୫ ଦିନରେ କିମ୍ ଯୋଗ ଦିଅନ୍ତି, ହେଲେ ଚଳିତ ବର୍ଷ ସେ ଯୋଗ ନଦେଇ ଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ତେବେ ଏନେଇ ଉତ୍ତର କୋରିଆ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ଯେତେବେଳେ କି ସେଠାରେ କିମ୍ ଜୋଙ୍ଗଙ୍କୁ ଭଗବାନଙ୍କ ପରି ପୂଜା କରାଯାଇଥାଏ ।