ସଂସ୍କାର : ରୁଷ୍ ପାଇଁ ଦିନକୁ ଦିନ ଅସୁବିଧା ସୃଷ୍ଟି କରୁଛି ଆମେରିକା। ରୁଷ ଠାରୁ କୌଣସି ପ୍ରକାରର ଜିନିଷ କିଣିବାକୁ କିମ୍ବା ଦେବାକୁ ପ୍ରତିବନ୍ଧକ ଲଗାଇଛି ଆମେରିକା। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠାରୁ ଏଭଳି ପ୍ରତିବନ୍ଧକ ସବୁ ଲଗାଉଛି ଆମେରିକା। ନିଜେ ଆମେରିକା ହେଉ ଅବା ଅନ୍ୟ ଦେଶ କିଏ ଯେପରି ରୁଷ୍ ଠାରୁ କିଛି ଜିନିଷ ଯେଭଳି ନ କିଣିନ୍ତି ତାହାକୁ ନେଇ ଆମେରିକା ତ୍ୱରାନ୍ୱିତ ହୋଇଛି।

କିନ୍ତୁ ଆମେରିକାର ପ୍ରତିବନ୍ଧକ ସତ୍ତ୍ୱେ ଭାରତ ଋଷ ସହିତ ନିଜର ସମ୍ପର୍କକୁ ଆହୁରି ସୁଦୃଢ କରିଛି। ଯୁଦ୍ଧ ମଧ୍ୟରେ ଭାରତ ଆଉ ରୁଷର ଘନିଷ୍ଟ ସମ୍ପର୍କ ଆହୁରି ବଢ଼ିଯାଇଛି।ଯେଉଁଥିପାଇଁ ଆମେରିକା ଭାରତ ଉପରେ ନିଜର ଦବଦବା ଦେଖାଉଛି। କିଛି ନ କରି ପାରିଲେ ବି ଭାରତକୁ ନାଲିଆଖି ଦେଖାଉଛି ଆମେରିକା। ଆମେରିକା ଋଷରୁ ଭାରତକୁ ତୈଳ ସହିତ ଅନ୍ୟାନ୍ୟ ସାମଗ୍ରୀ ଆମଦାନି କରିବାକୁ ପରୋକ୍ଷରେ ମନା କରୁଛି।
ଭାରତ ଦ୍ୱାରା ଋଷର ତୈଳ ଆମଦାନୀରେ ବୃଦ୍ଧି ନୂଆଦିଲ୍ଲୀକୁ ଏକ ବଡ଼ ବିପଦରେ ପକାଇପାରେ କାରଣ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଆମେରିକା ମସ୍କୋ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି ବୋଲି ଜୋ ବାଇଡେନଙ୍କ ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

ରଏଟର୍ସ ଆମେରିକାର ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନାକୁ ବ୍ୟାକ୍ଷା କରି କହିଛି ଯେ ଆମେରିକାକୁ ଭାରତ ଦ୍ୱାରା ଋଷ ଠାରୁ ତୈଳ କ୍ରୟ କରିବାରେ କୌଣସି ଆପତ୍ତି ନାହିଁ । କିନ୍ତୁ ସର୍ତ୍ତ ଏହା ହେଉଛି ଯେ ସେ ଗତ ବର୍ଷ ତୁଳନାରେ ଅଧିକ ତୈଳ କ୍ରୟ ନ କରନ୍ତୁ।
ଅନ୍ୟପଟେ ଆମେରିକାର ଡେପୁଟି ନ୍ୟାସନାଲ ସେକ୍ରେଟାରୀ ଦଲିପ ସିଂ ଗୁରୁବାର ଦିନ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ୟୁକ୍ରେନ ଆକ୍ରମଣ ପରେ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ରୋକିବାକୁ ଚେଷ୍ଟା କରୁଥିବା ଦେଶ ଏହାର ପରିଣାମ ଭୋଗିବେ । ଦଲିପ ସିଂ ଭାରତକୁ ଚେତାବନୀ ଦେଇଛନ୍ତି ଯେ, ଯଦି ଭବିଷ୍ୟତରେ ଚୀନ ଭାରତକୁ ଆକ୍ରମଣ କରେ ତେବେ ଋଷ ଭାରତକୁ ରକ୍ଷା କରିବାକୁ ଆସିବ ନାହିଁ କାରଣ ଚୀନ୍ ଓ ଋଷ ମଧ୍ୟରେ ବର୍ତ୍ତମାନ ଏକ “ନୋ ଲିମିଟ୍ସ ପାର୍ଟନରଶିପ୍” ଅଛି। ଆଉ ଯାହାକୁ ରୁଷ୍ ବିନା ଦ୍ୱଧାରେ ପାଳନ କରିବ। ତେଣୁ ଆଶା ଠାରୁ ଅପେକ୍ଷାକୃତ କମ ଜିନିଷ ରୁଷ୍ ଠାରୁ ଭାରତ ଆଣୁ ବୋଲି ସେ କହିଛନ୍ତି।