ଯଦି ରାଜନୀତି କରିବାର ଅଛି ତେବେ ସରକାରୀ ଚାକିରି ଛାଡ଼ି ରାଜନୀତି କରନ୍ତୁ ପାଣ୍ଡୀଆନ୍। ବିରୋଧୀ ଦଳର ଆହ୍ଵାନକୁ ସତ କରିବାକୁ ଯାଉଛନ୍ତି ପାଣ୍ଡୀଆନ୍ । ପାଣ୍ଡୀଆନ୍ ସ୍ଵେଚ୍ଛାକୃତ ଭାବେ ନେଲେ ଅବସର । ଏହା ପରେ କଣ ରହିବ ପାଣ୍ଡୀଆନ୍ ଙ୍କ ପରବର୍ତ୍ତୀ ପଦକ୍ଷେପ। କଣ ସିଧା ସଳଖ ଓଡ଼ିଶା ରାଜନୀତିରେ କରିବେ ଏଣ୍ଟ୍ରି। ଏ ନେଇ ଲୋକଙ୍କର ପ୍ରତିକ୍ରିୟା କିପରି ରହିବ। ଏପରି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।
ବିରୋଧୀଙ୍କ ସମାଲୋଚନାରୁ ବର୍ତ୍ତିଲା ବିଜେଡ଼ି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫାଇଭ ଟି ସଚିବ ଭିକେ ପାଣ୍ଡୀଆନ୍ ନେଲେ ଅବସର । ଗତ କୋଡ଼ିଏ ତାରିଖ ଦିନ ଭିକେ ପାଣ୍ଡୀଆନ୍ ସ୍ଵେଚ୍ଛାକୃତ ଅବସର ଲାଗି ଆବେଦନ କରିଥିଲେ । ରାଜ୍ୟ ସରକାର ଏହାକୁ ଗ୍ରହଣ କରିବା ସହ କେନ୍ଦ୍ରର ଅନୁମୋଦନ ଲାଗି ପଠାଇ ଥିଲେ ।
ତେବେ ଅବସର ପରେ ଭିକେ ପାଣ୍ଡିଆନଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି । ପାଣ୍ଡିଆନ ସକ୍ରିୟ ରାଜନୀତିରେ ସାମିଲ ନହୋଇ ରାଜ୍ୟ ଶାସନର ‘ନମ୍ବର -ଟୁ’ ଭାବେ କାର୍ଯ୍ୟ କରିବେ । କେବଳ ମୁଖ୍ୟମନ୍ତ୍ରୀଙ୍କୁ ହିଁ ରିପୋର୍ଟ କରିବେ। ଏଣିକି ଆନୁଷ୍ଠାନିକ ଭାବେ ମନ୍ତ୍ରୀ, ମୁଖ୍ୟସଚିବ ଓ ଡିଜିପିଙ୍କଠୁ ଆରମ୍ଭ କରି ସମଗ୍ର ଶାସନ କଳ ତାଙ୍କ ପାଖରେ ହାଜିରା ପକାଇବାକୁ ଏକରକମ ବାଧ୍ୟ ହେବେ।
ଭିଆରଏସ ନେଇ ରାଜ୍ୟ ସରକାର ଅକ୍ଟୋବର ୨୦ ତାରିଖରେ ପଠାଇଥିବା ଆବେଦନ ସର୍ବ ଭାରତୀୟ ସେବା ଆଇନ୍ ୧୬ (୨ ଏ) ଅନୁସାରେ ଆବେଦନ ମଞ୍ଜୁର ହୋଇଥିବା ଜଣା ଯାଇଛି ।
ବିରୋଧୀ ଏ ନେଇ କହିଛନ୍ତି ଏପରି ହେବ ବୋଲି ଆମେ ଆଗରୁ ଜାଣି ଥିଲୁ । ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ହାତେଇବା ପାଇଁ ଏ ହେଉଛି ବିଜେଡିର ଏକ ସଡଜନ୍ତ୍ର। ରାଜନୀତିରେ ପାଣ୍ଡୀଆନଙ୍କ ଏଣ୍ଟ୍ରି କୁ ନେଇ ଅନେକ ସମାଲୋଚନା ଦେଖା ଦେଇଥିଲା। ଏପରି କି ତାଙ୍କ ପାଇଁ କେତେକ ଘରୋଇ ଲୋକ ବେଘର ହୋଇ ଯାଇଥିଲେ।