କରୋନାଠାରୁ ବଡ଼ ବିପତ୍ତି ଅସହଯୋଗ : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ଓଡ଼ିଶାର କରୋନାଭାଇରସ ବିରୋଧରେ ଲଢ଼େଇ ବିପଦରେ ପଡ଼ିଛି ବୋଲି ପଶ୍ଚିମବଙ୍ଗ ସରକାରଙ୍କ ଦାୟିତ୍ୱହୀନକୁ ଆକ୍ଷେପ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସୋସିଆଲ ମିଡିଆରେ ଗୋଟେ ଭିଡିଓ ପୋଷ୍ଟ କରି ବୈଜୟନ୍ତ କହିଛନ୍ତି ଯେ ଲକଡାଉନ ସାଙ୍ଗକୁ ନିୟମର କଡ଼ାକଡ଼ି ପାଳନ କରୋନାଭାଇରସ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଏଯାଏଁ ଏକ ଉଲ୍ଲେଖନୀୟ ସଫଳତା ହାତେଇଥିଲା ଯାହା ଆଗକୁ ବିପଦରେ ।

ଅପରପକ୍ଷରେ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ଲକଡାଉନ ନୀତିକୁ ସେତେଟା ପାଳନ କରୁନାହିଁ ଯେଉଁଥିପାଇଁକି ଓଡ଼ିଶା ଫେରନ୍ତା ଅନେକଙ୍କ ଠାରେ କରୋନା ପଜିଟିଭ୍ ମାମଲା ଦେଖିବାକୁ ମିଳୁଛି । ଗତ ୧୦ ଦିନ ଭିତରେ ୩ ଗୋଟି ଜିଲ୍ଲାରେ କରୋନା ପଜିଟିଭ୍ ମାମଲା ବଢ଼ିଚାଲିଛି । ଏହା ନିହାତି ଚିନ୍ତାର ବିଷୟ ।

କରୋନାଭାରଇସ ମହାମାରୀର ମୁକାବିଲା ପାଇଁ ସାରା ଦେଶ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆସୁଥିବାବେଳେ ଗୋଟେ ଦୁଇଟି ରାଜ୍ୟ ଅନ୍ୟ ରାଜ୍ୟ ପାଇଁ ବିପଦ ସୃଷ୍ଟି କରିଥିବା କେତେଦୂର ସମୀଚୀନ କହି ଓଡ଼ିଶା ସରକାରଙ୍କୁ ଏହି ନୂଆ ବିପଦକୁ ନିୟନ୍ତ୍ରଣ କରିବାକୁ କଡ଼ା ପଦକ୍ଷେପ ଦାବି କରିଛନ୍ତି ବୈଜୟନ୍ତ ।

Leave a Reply

Your email address will not be published. Required fields are marked *