ପିଆଜରୁ ବଢୁଛି ସଂକ୍ରମଣ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେଣି ପ୍ରାୟ ୪୦୦ ଜଣ : ଆମେରିକାରେ ଭୟଙ୍କର ହେଲାଣି ପରିସ୍ଥିତି

କରୋନା ମହାମାରୀ ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଏବେ ଆମେରିକାରେ ଦେଖା ଦେଇଛି ଆଉ ଏକ ବଡ଼ ବିପଦ । ପ୍ରାୟ ୪୦୦ ଜଣ ଏହି ନୂଆ ବ୍ୟାକ୍ଟେରିଆର ଶିକାର ହେଲେଣି । କେବଳ ଆମେରିକା ନୁହେଁ କାନାଡ଼ାରେ ମଧ୍ୟ ଏହିପରି ମାମଲା ସାମ୍ନାକୁ ଆସିଛି । CNN ର ରିପୋର୍ଟ ଅନୁଯାୟୀ ପ୍ରାୟ ୬୦ ଜଣ ଏହି ନୂଆ ବ୍ୟାକ୍ଟେରିଆରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏହି ନୂଆ ବ୍ୟାକ୍ଟେରିଆର ନାମ ସାଲମୋନେଲା । ସୂଚନା ଅନୁଯାୟୀ ଆମେରିକାର ୩୧ଟି ରାଜ୍ୟର ଲୋକେ ଏହି ସାଲମୋନେଲା ବ୍ୟାକ୍ଟେରିଆର ଶିକାର ହୋଇସାରିଲେଣି । ସବୁଠାରୁ ଚକିତ କଲାଭଳି ତଥ୍ୟ ହେଉଛି ଏହି ବ୍ୟାକ୍ଟେରିଆ ପିଆଜରେ ଅଛି ଓ ଏଥିପାଇଁ ଥମସନ୍ ଇଣ୍ଟରନ୍ୟାଶନାଲ କମ୍ପାନୀ ଯୋଗାଉଥିବା ପିଆଜକୁ ଦାୟୀ କରାଯାଇଛି । ନାଲି ରଙ୍ଗର ଏହି ପିଆଜ ଖାଇବା ପରେ ହିଁ ଲୋକେ ଅସୁସ୍ଥ ହେଇପଡୁଛନ୍ତି ।

ସେହି ନିର୍ଦ୍ଦିଷ୍ଟ ନାଲି ରଙ୍ଗର ପିଆଜ ଖାଇବା ପରେ ପରେ ସାଧାରଣତଃ ଲୋକେ ଡାଇରିଆ, ପେଟ କାଟିବା ଓ ଜ୍ୱର ଆଦି ସମସ୍ୟାର ସମ୍ମୁଖୀନ କରୁଛନ୍ତି । ଏହି ବ୍ୟାକ୍ଟେରିଆ ସଂକ୍ରମିତ ହେବାର ପ୍ରାୟ ୬ ଘଣ୍ଟାରୁ ୬ ଦିନ ଭିତରେ ନିଜର ଲକ୍ଷଣ ଦେଖାଉଛି ଏବଂ ପ୍ରାୟ ୪ ରୁ ୭ ଦିନ ଭିତରେ ସଂକ୍ରମିତ ବ୍ୟକ୍ତି ଜଣକ ଅସୁସ୍ଥତା ଅନୁଭବ କରୁଚି । ୫ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଏହି ବ୍ୟାକ୍ଟେରିଆ ଦ୍ଵାରା ଶିକାର ହେବା ସମ୍ଭାବନା ଅଧିକ ।

ବ୍ୟାକ୍ଟେରିଆ ସାଲମୋନେଲା ଦ୍ଵାରା ସଂକ୍ରମିତ ହୋଇଥିବା ବ୍ୟକ୍ତି ଗୁରୁତର ହେଇ ପଡୁଛନ୍ତି ଓ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରିବାକୁ ପଡୁଛି । ଘଟଣା ପ୍ରଘଟ ହେଲାପରେ କିନ୍ତୁ ଥମସନ୍ ଇଣ୍ଟରନ୍ୟାଶନାଲ କମ୍ପାନୀ ସମସ୍ତ ପିଆଜକୁ ଦୋକାନରୁ ଫେରାଇ ନେଇଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *