ଏହି କାରଣରୁ ପାକିସ୍ତାନୀମାନେ ଭୋକରେ ମରୁଛନ୍ତି, ସାରା ବିଶ୍ଵ ଆଗରେ ହାତ ପତେଇଲେ ପାକିସ୍ଥାନ ସରକାର

ଇସଲାମାବାଦ : କରୋନାଭାଇରସ ପ୍ରକୋପରେ ବିଶ୍ଵରେ ସବୁ ଦେଶର ଅର୍ଥବ୍ୟବସ୍ଥା ଯେମିତି ଠପ୍ ହୋଇଯାଇଛି । ସବୁ ଦେଶ ପାଇଁ ସମାନ ସ୍ଥିତି ଉପୁଜିଛି । ଗୋଟିଏ ପଟେ କରୋନାଭାଇରସ ସହିତ ଲଢିବାକୁ ଆହ୍ଵାନ ତ ଅନ୍ୟପଟେ ନିଜ ଅର୍ଥନୀତି ପରିଚାଳନା କରିବାକୁ ପଡିବ ।  ଏହି ସମୟରେ ପାକିସ୍ତାନରେ ଆର୍ଥିକ ସଙ୍କଟ ଦେଖାଦେଇଛି ଯାହା ଦିନକୁ ଦିନ ଖରାପ ସ୍ଥିତି ଆଡ଼କୁ ମୁହାଁଉଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଶ୍ୱ ସମୁଦାୟକୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ କରୋନା କାରଣରୁ ଦେଶରେ ଭୋକରେ ମରିବା  ପରିସ୍ଥିତି ସୃଷ୍ଟି ହୋଇଯାଇଛି, ତେଣୁ ତାଙ୍କୁ ଋଣ ଛାଡ କରାଯାଉ ।

ଗୋଟେ ଭିଡିଓ ଟ୍ୱିଟ କରି ଇମ୍ରାନ ଖାନ ରବିବାର ଦିନ କହିଛନ୍ତି ଯେ ମୁଁ ଆନ୍ତର୍ଜାତୀୟ ସମ୍ପ୍ରଦାୟ, ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଓ ଆନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନକୁ ତାଙ୍କର ନିବେଦନ କରୁଛି କି ଯେଉଁଭଳି କୋଭିଡ଼-୧୯ ମହାମାରୀର ସମ୍ମୁଖୀନ ହେବା ପାଇଁ ବିକାଶଶୀଳ ଦେଶଗୁଡ଼ିକ ଆହ୍ଵାନ ଦେଉଛନ୍ତି ସେମାନଙ୍କୁ ସକରାତ୍ମକ ପ୍ରତିକ୍ରିୟା ଦିଆଯାଉ ।  

ଆଜି ମୁଁ ବିଶ୍ୱ ସମୁଦାୟର ସାମ୍ନାରେ ପହଞ୍ଚିବାକୁ ଚାହୁଁଛି । କୋଭିଡ-୧୯ ବିରୋଧରେ ଆମେ ଦୁଇ ପ୍ରକାରର ପ୍ରତିକ୍ରିୟା ଦେଖୁଛୁ । ଗୋଟିଏ ବିକଶିତ ଦେଶରେ ଏବଂ ଅନ୍ୟଟି ବିକାଶଶୀଳ ଦେଶରେ । ବିକଶିତ ଦେଶଗୁଡ଼ିକ ପ୍ରଥମେ ଲକଡାଉନ୍ ମାଧ୍ୟମରେ କରୋନାକୁ ଅଟକାଉଛନ୍ତି ଏବଂ ପରେ ସେମାନେ ଏହା ଦ୍ୱାରା ପ୍ରଭାବିତ ଅର୍ଥନୀତିକୁ ପରିଚାଳନା କରୁଛନ୍ତି । କିନ୍ତୁ, ବିକାଶଶୀଳ ଦେଶମାନଙ୍କରେ କରୋନାଭାଇରସ ରୋକିବା ଓ ଅର୍ଥନୈତିକ ଆହ୍ଵାନ ସହିତ ସବୁଠାରୁ ବଡ ସମସ୍ୟା ହେଉଛି ଲୋକମାନେ ଭୋକରେ ମରୁଛନ୍ତି ବୋଲି କହିଛନ୍ତି ପାକିସ୍ଥାନ ପ୍ରଧାନମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ ସମସ୍ୟାରେ ଏଠାରେ ପ୍ରଥମ ଆହ୍ଵାନ ହେଉଛି କରୋନାଭାଇରସ ଦ୍ଵାରା ମରିବାରୁ ଅଟକେଇବା ଓ ଦ୍ଵିତୀୟ ଆହ୍ଵାନ ଲକଡାଉନ ପରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେତେବେଳେ ସେମାନଙ୍କୁ ଭୋକରେ ମାରିବାରୁ ବଞ୍ଚେଇବା । ଦ୍ଵିତୀୟ ସମସ୍ୟା ବିକାଶଶୀଳ ଓ ବିକଶିତ ଦେଶମାନଙ୍କୁ ଉପଲବ୍ଧ ହେବାକୁ ଥିବା ଉତ୍ସଗୁଡ଼ିକରେ ଏକ ବିରାଟ ପାର୍ଥକ୍ୟ ରହିଛି । ଇମ୍ରାନ ଖାନ କହିଛନ୍ତି ଯେ ତାଙ୍କ ସରକାର ପାକିସ୍ତାନର ଅଭାବୀ ଲୋକଙ୍କ ପାଇଁ ୮ ବିଲିୟନ ଡଲାରର ପ୍ରୋତ୍ସାହିତ ପ୍ୟାକେଜ ଯୋଗାଇ ଦେଇଛନ୍ତି ।

ବିକାଶଶୀଳ ଦେଶମାନଙ୍କରେ ଆଉ ଅର୍ଥ ନାହିଁ ସ୍ୱାସ୍ଥ୍ୟ ସେବାରେ ଖର୍ଚ୍ଚ କରିବାକୁ ଏବଂ ଅନ୍ୟପଟେ ଲୋକମାନଙ୍କୁ ଆହାର ବିନା ମୃତ୍ୟୁକୁ ଅଟକାଇବାକୁ । ସେଥିପାଇଁ ମୁଁ ଆର୍ଥିକ ପ୍ରତିଷ୍ଠାନ ଏବଂ ମିଳିତ ଜାତିସଂଘର ସାଧାରଣ ସମ୍ପାଦକଙ୍କୁ ଏକ ପଦକ୍ଷେପ ନେବାକୁ ଅନୁରୋଧ କରୁଛି ଯାହା ବିକାଶଶୀଳ ଦେଶମାନଙ୍କରେ କରୋନାଭାଇରସ ଜନିତ ମୃତ୍ୟୁକୁ ରୋକିପାରିବ ବୋଲି ଇମ୍ରାନ ଖାନ କହିଛନ୍ତି । ପାକିସ୍ତାନର ଲକଡାଉନ ଭିତରେ ଏପର୍ଯ୍ୟନ୍ତ ୫୧୮୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଯାହାର ୫୦ ପ୍ରତିଶତ କେବଳ ପଞ୍ଜାବ ପ୍ରଦେଶରୁ ପଞ୍ଜିକୃତ ହୋଇଛି । ୮୬ ଜଣଙ୍କ ମୃତ୍ୟୁ ଘଟିଛି ।

ବିକାଶ ତଥା ସ୍ଵତନ୍ତ୍ର ପଦକ୍ଷେପ ମନ୍ତ୍ରୀ ଅସଦ ଓମର ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ସରକାରଙ୍କୁ ନିଜ ରାଜସ୍ୱର ଏକ ତୃତୀୟାଂଶ କ୍ଷତି ସହିବାକୁ ପଡୁଛି । ମହାମାରୀ ଯୋଗୁଁ ରପ୍ତାନି ୫୦ ପ୍ରତିଶତ ଯାଏଁ ହ୍ରାସ ପାଇଛି । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ EASHA ଜରୁରୀକାଳୀନ ନଗଦ କାର୍ଯ୍ୟକ୍ରମ (EECP) ଅଧୀନରେ ୧୨ ମିଲିୟନ ପରିବାରକୁ ୧୪୪ ମିଲିୟନ PKR ଦିଆଯିବ ଯାହା ଦେଶର ଐତିହାସିକ ସବୁଠାରୁ ବଡ ରିଲିଫ୍ ପ୍ୟାକେଜ୍ ।

Leave a Reply

Your email address will not be published. Required fields are marked *