ସଂସ୍କାର : ରୁଷ୍ ୟୁକ୍ରେନ ଯୁଦ୍ଧ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରୁଷ୍ ଗ୍ରସ୍ତରେ ଯାଇଥିଲେ। ଆଉ ଯାହାକୁ ନେଇ ଆମେରିକା ଖୁବ୍ଧ ପ୍ରକାଶ କରିଥିଲା। ଆଉ ବର୍ତ୍ତମାନ ରୁଷ୍ ଠାରୁ ତୈଳ ପ୍ରଦାର୍ଥ କିଣିବା ପାଇଁ ଯେତେବେଳେ ଭାରତ ଆଲୋଚନା କରୁଛି , ଏହାକୁ ନେଇ ଇମ୍ରାନ ନିଜର ମତ ପ୍ରକାଶ କରିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ପ୍ରସଙ୍ଗକୁ ନେଇ ଏକ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି। ତାଙ୍କ ରୁଷ ଗସ୍ତରେ ଦେଶ ଆପତ୍ତି କରିଛି ଏବଂ ତାଙ୍କ ଉପରେ ରାଗିଛି। ଏହା ସହ ଇମ୍ରାନ ଖାନ ଦାବି କରିଛନ୍ତି ଯେ ଶକ୍ତିଶାଳୀ ଦେଶ ଆମେରିକା ତାଙ୍କ ରୁଷ ଗସ୍ତକୁ ବିରୋଧ କରିଛି ଏବଂ ତାଙ୍କ ଉପରେ ରାଗିଛି। ସେପଟେ ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଭୁଲରେ ଏକ ବିବୃତ୍ତି ଦେଇଛନ୍ତି ଯେ ଆମେରିକା ପାକିସ୍ତାନକୁ ଧମକ ଦେଇଛି। ଅନ୍ୟପଟେ ଇମ୍ରାନ ଖାନ ପରୋକ୍ଷରେ ଆମେରିକାକୁ ଇଙ୍ଗିତ କରି ଏପରି କହୁଥିବାର ଅନୁମାନ କରାଯାଉଛି ।

ଇମ୍ରାନ ଖାନ ଇସଲାମାବାଦ ସିକ୍ୟୁରିଟି ଡାଇଲଗ ୨୦୨୨ରେ ଭାଷଣ ଦେଇ କହିଛନ୍ତି ଯେ ଭାରତ ପାଶ୍ଚାତ୍ୟ ଦେଶମାନଙ୍କର ସହଯୋଗୀ ହୋଇଥିଲେ ମଧ୍ୟ ଋଷରୁ ତେଲ କିଣୁଛି ଏବଂ ଏହା ଉପରେ କୌଣସି ପ୍ରକାର କଟକଣା ଲାଗୁ କରାଯାଉନାହିଁ । କିନ୍ତୁ ମୋର ଋଷ ଗସ୍ତକୁ ନେଇ ଏକ ଶକ୍ତିଶାଳୀ ଦେଶ କ୍ରୋଧିତ ହୋଇଛି। କିନ୍ତୁ ଋଷଠାରୁ ଭାରତ ତେଲ କିଣିବା ନେଇ ଏହି ଶକ୍ତିଶାଳୀ ଦେଶ କୌଣସି ବିରୋଧ କରୁନାହିଁ।

ସୂଚନା ଥାଉ କି ୟୁକ୍ରେନ ସହିତ ଋଷର ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଇମ୍ରାନ ଖାନ ଋଷ ଗସ୍ତରେ ଯାଇଥିଲେ ଆଉ ଭାରତ ସହ ଋଷର ସମ୍ପର୍କକୁ ନେଇ ଆମେରିକା କହିଛି ଯେ ପ୍ରତ୍ୟେକ ଦେଶର ରୁଷ୍ ସହ ନିଜସ୍ବ ସମ୍ପର୍କ ରହିଛି ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସେ ସମ୍ପର୍କରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ଚାହୁଁନାହିଁ ବୋଲି ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ୍ ପ୍ରାଇସ୍ କହିଥିଲେ । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।