ପାକିସ୍ତାନୀ ମହିଳା ସାମ୍ବାଦିକ କହିଥିଲେ ମୁ ଆପଣଙ୍କୁ ବିବାହ କରିବି କିନ୍ତୁ ମୁହଁ ଦେଖାରେ କାଶ୍ମୀର ଦରକାର, ଜବାବରେ ଏଭଳି କହିଥିଲେ ପୂର୍ବ ପ୍ରଧାନ ମନ୍ତ୍ର

Atal Bihari Vajpayee

ଦୁନିଆ ରୁ ବିଦାୟ ନେବାପରେ ଆଜି ମଧ୍ୟ ଅଟଳ ବିହାରୀ ବାଜପେୟୀ ତଥା ପୂର୍ବତମ ପ୍ରଧାନ ମନ୍ତ୍ରୀ ସମସ୍ତଙ୍କ ହୃଦୟରେ ବଞ୍ଚିକି ଅଛନ୍ତି, ତାଙ୍କ ସରଳତାରେ ବହୁତ ଲୋକ ପ୍ରଭାବିତ ହୋଇଛନ୍ତି । ଆଜି ଏହି ଲେଖା ମାଧ୍ୟମରେ ଆସନ୍ତୁ ଜାଣିବା ଯେ ଅଟଳ ଙ୍କ ଜୀବନ ସହିତ ଯୋଡି ହୋଇ ରହିଥିବା ଏମିତି ଏକ ଘଟଣା ଜାଣିଲେ ଆପଣ ମଧ୍ୟ ଗର୍ବ କରିବେ ।

ଏହି ଘଟଣା ୧୯୯୯ ମସିହା ର ଯେତେବେଳ ଅଟଳବିହାରୀ ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ପଦବୀ ରେ ଥିଲେ , ସେହି ସମୟରେ ହିନ୍ଦୁସ୍ତାନ ଓ ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୁଝାମଣା ଦ୍ୱାରା ବସ ସେବା ର ଯାତାୟାତ ଆରମ୍ଭ ହୋଇଥିଲା ଯାହାଦ୍ୱାରା କି ଦୁଇ ଦେଶ ର ଲୋକ ବହୁତ ଖୁସି ଥିଲେ , ଏହି ବସ ସେବାକୁ ଅମୃତସର -ଲାହୋର ର ନାମ ଦିଆଯାଇଥିଲା ଏହି ବସ ସେବାର ଉଦ୍ଘାଟନ ପାଇଁ ନିଜେ ଅଟଳବିହାରୀ ବାଜପେୟୀ ଙ୍କୁ ହିଁ କରିବାକୁ ପଡିଥିଲା ।

ଏବଂ ତା ସହିତ ସେ ବସ ରେ ଯାତ୍ରା ମଧ୍ୟ କରିଥିଲେ । ସେ ଲାହୋର ପର୍ଯ୍ୟନ୍ତ ବସ ରେ ବସି ଯାତ୍ରା ସଫଳ କରିଥିଲେ । ଏହି ସେବା ଆରମ୍ଭ ରୁ ସବୁ ଲୋକମାନଙ୍କ ମଧ୍ୟରେ କିଛି ଅଲଗା ଉତ୍ସାହ ଦେଖିବାକୁ ମିଳୁଥିଲା। ଲାହୋର ର ଲୋକମାନେ ତାଙ୍କର ଭବ୍ୟ ତରିକାରେ ସ୍ୱାଗତ ମଧ୍ୟ କରିଥିଲେ, ସେ ଲାହୋର ର ଗଭର୍ନର ହାଉସ ରେ ନିଜର ବକ୍ତବ୍ୟ ରେ କହିଥିଲେ ଯେ , ତୁମ ବନ୍ଧୁ ସାଙ୍ଗ ବଦଳାଇ ପାରିବ କିନ୍ତୁ ପଡୋଶୀ ନୁହେଁ -ତୁମେ ଇତିହାସ ବଦଳେଇ ଦେଇପାର କିନ୍ତୁ ଭୂଗୋଳ ନୁହେଁ, ଏହି ଭାଷଣ କୁ ଖୁବ ପ୍ରଶଂସା ମଧ୍ୟ କରିଥିଲେ ।

ଠିକ ସେହି ସମୟରେ ଗଭର୍ନର ହାଉସ ରେ ଉପସ୍ଥିତ ଥିବା ଜଣେ ମହିଳା ପତ୍ରକାର ତାଙ୍କୁ ଏକ ବିଚିତ୍ର ପ୍ରଶ୍ନ ପଚାରିଥିଲେ ପ୍ରଶ୍ନ ଟି ଥିଲା ଆପଣ କଣ ପାଇଁ ଆଜିପର୍ଯ୍ୟନ୍ତ ଅବିବାହିତ ଅଛନ୍ତି, ଏବଂ ମୁ ଆପଣଙ୍କୁ ବିବାହ କରିବାକୁ ଚାହୁଁଚି, କିନ୍ତୁ ଏକ ସର୍ତ୍ତ ରେ,ଯେ ଆପଣ ମୋ ମୁହଁ ଦେଖା ବେଳେ ମୋତେ କାଶ୍ମୀର ପ୍ରଦାନ କରିବେ।

ଏହି ମହିଳା ପତ୍ରକାରଙ୍କର ପ୍ରଶ୍ନ ଶୁଣିକି ସେ ଖୁବ ହସି ଥିଲେ ଏବଂ ହସି ହସି ଏଭଳି ଜବାବ ଦେଇଥିଲେ ଯେ ସେଠାରେ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ,ସେ କହିଥିଲେ ଯେ ହଁ ମୁ ଏହି ପ୍ରସ୍ତାବ ରେ ରାଜି ଅଛି, କିନ୍ତୁ ମୋତେ ଯୌତୁକ ରେ ପୁରା ପାକିସ୍ତାନ ଦରକାର, ଏହି ଜବାବ ଶୁଣି ସେଠାରେ ବସିଥିବା ସମସ୍ତ ଲୋକ ତାଯୁବ ହୋଇଯାଇଥିଲେ, କେହି ମଧ୍ୟ ଏହା ଭାବି ନ ଥିଲେ ଜେ ତାଙ୍କୁ ଏହିଭଳି ଜବାବ ଶୁଣିବାକୁ ମିଳିବ ବୋଲି ।

Leave a Reply

Your email address will not be published. Required fields are marked *