ଗଡ଼ିବ କେବଳ ଶ୍ରମିକ ଟ୍ରେନ, ଯାତ୍ରୀବାହୀ ଟ୍ରେନ ସ୍ଥଗିତ ଅବଧି ଆଉଥରେ ଘୁଞ୍ଚିଲା

ନୂଆଦିଲ୍ଲୀ : ଭାରତୀୟ ରେଳବାଇରେ ଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ ସେବା ବାତିଲ ୧୭ ମଇ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ରେଳ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି । ପ୍ରବାସୀ ଶ୍ରମିକ ତଥା ବଞ୍ଚିତ ଲୋକମାନଙ୍କ ପାଇଁ ଘୋଷିତ ସ୍ୱତନ୍ତ୍ର ଟ୍ରେନର କାର୍ଯ୍ୟ କିନ୍ତୁ ଜାତୀୟ ପରିବହନକାରୀ ଦ୍ଵାରା ଜାରି ରହିବ ।

ମାର୍ଚ୍ଚ ୨୫ରୁ ଦେଶରେ ଲକଡାଉନ ଯେଉଁଟା ଶୁକ୍ରବାର ଦିନ ଦ୍ୱିତୀୟ ଥର ପାଇଁ ବଢିଛି । କାରଣ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ଗୃହ ମନ୍ତ୍ରଣାଳୟ ଭାରତୀୟ ରେଳବାଇ ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ସ୍ଥଗିତ ରଖିଛି । ବିଭିନ୍ନ ସ୍ଥାନରେ କିନ୍ତୁ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ଏବଂ ଅନ୍ୟ ବ୍ୟକ୍ତିଙ୍କ ଗତିବିଧି ରାଜ୍ୟ ସରକାରଙ୍କ ଆବଶ୍ୟକତା ଅନୁଯାୟୀ ‘ଶ୍ରମିକ ସ୍ୱତନ୍ତ୍ର’ ଟ୍ରେନ ଦ୍ୱାରା ପରିଚାଳିତ ହେବ । ମାଲ ଏବଂ ପାର୍ସଲ ଟ୍ରେନ୍ ସେବା ବର୍ତ୍ତମାନ ପରି ଜାରି ରହିବ ।

ସଂପୃକ୍ତ ବ୍ୟକ୍ତିକୁ ପଠାଇବା ଓ ଗ୍ରହଣ କରିବା ପାଇଁ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ ରହିବ ଯାହା ଉଭୟ ସଂପୃକ୍ତ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ସ୍ୱତନ୍ତ୍ର ଟ୍ରେନ ପଏଣ୍ଟରୁ ପଏଣ୍ଟ ଚଳାଚଳ କରିବ । ଏହି ଟ୍ରେନରେ କିଏ ଯାତ୍ରା କରିବ ତାହା ସ୍ଥିର କରିବାକୁ ରାଜ୍ୟ ସରକାରମାନେ ଅନ୍ତିମ କର୍ତ୍ତୃପକ୍ଷ ହେବେ । ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନିତ ଓ ପଞ୍ଜୀକୃତ ମନୋନୀତ ବ୍ୟକ୍ତିଙ୍କ ପାଇଁ ହିଁ ଏ ସ୍ୱତନ୍ତ୍ର ଟ୍ରେନ, ତେଣୁକରି କୌଣସି ପରିସ୍ଥିତିରେ ଟ୍ରେନ ଖୋଜି ରେଳଷ୍ଟେସନକୁ କେହି ଆସିବା ଉଚିତ୍ ନୁହେଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

ରେଳ ମୁଖପାତ୍ରଙ୍କ କହିବାନୁଯାୟୀ କୌଣସି ବ୍ୟକ୍ତିବିଶେଷଙ୍କୁ କୌଣସି ଟିକେଟ ଦିଆଯିବ ନାହିଁ କିମ୍ବା କୌଣସି ଗୋଷ୍ଠୀ କିମ୍ବା ବ୍ୟକ୍ତିଙ୍କଠାରୁ କୌଣସି ଅନୁରୋଧ ଗ୍ରହଣ କରାଯିବ ନାହିଁ । କେବଳ ସେହି ଯାତ୍ରୀମାନଙ୍କୁ ବୋର୍ଡରେ ଯିବାକୁ ଅନୁମତି ମିଳିବ ଯାହାକୁ ରାଜ୍ୟ ସରକାରୀ କର୍ମଚାରୀମାନେ ରେଳଷ୍ଟେସନକୁ ଆଣିବେ ।

Leave a Reply

Your email address will not be published. Required fields are marked *